ମଧ୍ୟପ୍ରଦେଶ ଉପନିର୍ବାଚନ: କଂଗ୍ରେସ ଛାଡ଼ି ବିଜେପିରେ ସାମିଲ ହେଲେ ରାହୁଲ ଲୋଧି

Published By : Prameya-News7 Bureau | October 25, 2020 IST

ନୂଆଦିଲ୍ଲୀ ୨୫/୧୦: ମଧ୍ୟପ୍ରଦେଶ ଉପନିର୍ବାଚନ ପୂର୍ବରୁ କଂଗ୍ରେସ ବିଧାୟକ ପ୍ରଦ୍ୟୁମ୍ନ ସିଂହ ବିଜେପିରେ ସାମିଲ ହେବା ପରେ ଏବେ ତାଙ୍କ ସାନ ଭାଇ ରାହୁଲ ଲୋଧି ବିଜେପିରେ ମିଶିଛନ୍ତି। ସେ ଦଳରୁ ଇସ୍ତଫା ଦେଇ ଆଜି ବିଜେପିରେ ବିଧିବଦ୍ଧ ଭାବେ ସାମିଲ ହୋଇଛନ୍ତି। ସିଏମ ଶିବରାଜ ସିଂହଙ୍କ ଉପସ୍ଥିତିରେ ଭାରତୀୟ ଜନତା ଦଳର ସଦସ୍ୟତା ଗ୍ରହଣ କରିଛନ୍ତି ରାହୁଲ।

{"id":350527,"sizeSlug":"large"}

ତେବେ ଗତମାସରେ ବିଜେପି ଉପ​‌ରେ ଗମ୍ଭୀର ଅଭିଯୋଗ ଲଗାଇ କହିଥିଲେ ପରିସ୍ଥିତି ଯାହା ବି ହୋଇ ଗଜଲେ ମଧ୍ୟ କେବେ ବି ସେ କଂଗ୍ରେସର ହାତ ଛାଡିବେ ନାହିଁ କହିଥିଲେ। ୨୦୦୩ରେ ସେ କଂଗ୍ରେସରେ ସାମିଲ ହୋଇଥିଲେ। ସେବେଠୁ ନେଇ ଏବେ ସୁଦ୍ଧା ସେ କଂଗ୍ରେସ ସହ ସବୁ ପରିସ୍ଥିତିରେ ରହି ଆସିଥିଲେ। କଂଗ୍ରେସ ତାଙ୍କୁ ଦମୋହ ବିଧାନସଭାରୁ ପ୍ରାର୍ଥୀ କରିଥିଲା। ରାହୁଲ ସବୁବେ​‌ଳେ କହି ଆସୁଥିଲେ କଂଗ୍ରେସ ଦଳ ହିଁ ତାଙ୍କୁ ବିଧାୟକ କରିଛି ଓ ସେ କେବେ ବି କଂଗ୍ରେସ ଛାଡିବେ ନାହିଁ। ତେବେ ଏବେ ଉପନର୍ବାଚନର ଗୋଟିଏ ସପ୍ତାହ ପୂର୍ବରୁ ସେ ବିଜେପିରେ ସାମିଲ ହୋଇଛନ୍ତି।

wp:core-embed/twitter {"url":"https://twitter.com/ANI/status/1320252931405348864","type":"rich","providerNameSlug":"twitter","className":""}
https://twitter.com/ANI/status/1320252931405348864
/wp:core-embed/twitter

ବିଜେପିରେ ସାମିଲ ହେବା ପରେ ରାହୁଲ କହିଛନ୍ତି ଦମୋହରେ ମେଡିକାଲ କଲେଜ ଖୋଲିବାର ଥିଲା ମାତ୍ର କମଲନାଥ ୧୫ ମାସ ହେବ କିଛି କଲେ ନାହିଁ। ବିକାଶ କଥା ହିଁ ଆଲୋଚନା ହୋଇ ନାହିଁ। ମାତ୍ର ବିଜେପି ସରକାର ୬ ମାସରେ ଯାହା​ ବି ବିକାଶମୂଳକ କାର୍ଯ୍ୟକ୍ରମ କରିଛନ୍ତି ତାକୁ ନଜରରେ ରଖି ସେ ବିଜେପିରେ ସାମିଲ ହୋଇଥିବା କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.