ଯୁଦ୍ଧବିରାମ ଉଲ୍ଲଂଘନ ଲାଗି ପାକିସ୍ତାନ ଉପରେ ବର୍ଷିଲେ ରାହୁଲ, କହିଲେ ଉଚିତ ଜବାବ ଦେଉଛନ୍ତି ଭାରତୀୟ ଜବାନ

Published By : Prameya-News7 Bureau | November 13, 2020 IST

ନୂଆଦିଲ୍ଲୀ ୧୩।୧୧: ସୀମାରେ ଯୁଦ୍ଧବିରାମ ଉଲ୍ଲଂଘନକୁ ନେଇ କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ଶୁକ୍ରବାର ପାକିସ୍ତାନ ଉପରେ ବର୍ଷିଛନ୍ତି। ଏ ନେଇ ସେ ତାଙ୍କ ଟ୍ୱିଟ୍‌ ହ୍ୟାଣ୍ଡଲରେ ଏକ ପୋଷ୍ଟ ଅପଲୋଡ କରିଥିବା ବେଳେ ଉତ୍ସବ ପର୍ବପର୍ବାଣୀ ସମୟରେ ପାକ୍ ସେନା ସୀମାରେ ବାରମ୍ବାର ଯୁଦ୍ଧ ବିରାମ ଉଲ୍ଲଂଘନ କରୁଥିବା ଦେଖାଯାଉଛି। ଏହା ପାକିସ୍ତାନର ଘୃଣିତ ମନୋଭାବକୁ ପ୍ରଦର୍ଶିତ କରୁଥିବା ସହ ଡର ଓ ଦୁର୍ବଳତାକୁ ମଧ୍ୟ ପଦାରେ  ପକାଉଛି ବୋଲି ରାହୁଲ ଉଲ୍ଲେଖ କରିଛନ୍ତି।

wp:html /wp:html

ପର୍ବରେ ମଧ୍ୟ ଭାରତୀୟ ଜବାନ ସୀମା ସୁରକ୍ଷାରେ ମୁତୟନ ଅଛନ୍ତି। ପରିବାରଠୁ ଦୂରରେ ଦେଶ ସୁରକ୍ଷା ଲାଗି ମୁତୟନ ସେନାକୁ ତାର ଧୈର୍ଯ୍ୟ ଓ ସାହାସ ଲାଗି ରାହୁଲ ସାଲ୍ୟୁଟ କରିଛନ୍ତି। ଏଥିରେ ସେନାର ପ୍ରତି ଜବାନଙ୍କୁ ତାଙ୍କର ସଲାମ ଜଣାଇଛନ୍ତି। ପାକିସ୍ତାନୀ ସେନା ଶୁକ୍ରବାର ସକାଳୁ ଜମ୍ମୁ-କାଶ୍ମୀର ସୀମା ସଲଗ୍ନ ଉରୀରୁ ଆରମ୍ଭ କରି ଗୁରେଜ ପର୍ଯ୍ୟନ୍ତ ଅନେକ ସ୍ଥାନରେ ଗୁଳିଗୋଳା ମାଡ ଚଳାଇଛନ୍ତି।

wp:html /wp:html

ପାକ୍‌ ସେନାର ଏଭଳି ଆକ୍ରମକତା ଯୋଗୁ ଭାରତୀୟ ସେନାର ୪ ଜଣ ଜବାନ ସହିଦ ହୋଇଥିବା ବେଳେ ୩ ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଛି। ଭାରତୀୟ ସେନା ଏହାର ଜବାବ ଦେଇଛନ୍ତି । ଏଥିରେ ପାକିସ୍ତାନର କେତେକ ସୈନ୍ୟ ପୋଷ୍ଟ, ବଙ୍କର ଆଦି ଧ୍ୱଂସ୍ତ ହୋଇଥିବା ବେଳେ ୭ରୁ ୧୦ ଜଣ ପାକିସ୍ତାନୀ ସୈନିକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳୁଛି।

wp:html /wp:html

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.