କୃଷକ ସମାବେଶରେ ଯୋଗଦେଇ ରାହୁଲ କହିଲେ, ଦେଶର ପ୍ରଧାନମନ୍ତ୍ରୀଙ୍କୁ ବଦଳାଇବାକୁ ପଡେ ଯଦି ବଦଳାଇଦିଅନ୍ତୁ !

Published By : Prameya-News7 Bureau | November 30, 2018 IST

ନୂଆଦିଲ୍ଲୀ ୩୦|୧୧: ଆଜି ଦିଲ୍ଲୀରେ ୪୦ହଜାର ଚାଷୀଙ୍କ ସମାବେଶ ହୋଇଛି । ତିନି ସପ୍ତାହ ଲାଗି ମିଳିତ ଅଧିବେଶନ ଦାବିରେ ଆଜି ରାମଲୀଳା ମୈଦାନରୁ ସଂସଦ ମାର୍ଗ ପର୍ଯ୍ୟନ୍ତ ପଦଯାତ୍ରା କରିଛନ୍ତି କୃଷକ । ରାଜଧାନୀ ଦିଲ୍ଲୀରେ ଦୁଇ ମାସ ମଧ୍ୟରେ ଚାଷୀମାନଙ୍କର ଦ୍ବିତୀୟ ବିଶାଳ ପଦଯାତ୍ରା ହୋଇଛି । ଗୁରୁବାର ସନ୍ଧ୍ୟାଠାରୁ ଚାଷୀମାନେ ଆନନ୍ଦ ବିହାର, ନିଜାମୁଦ୍ଦିନ, ବ୍ରିଜ୍ ୱାସନ୍, ମଞ୍ଜୁକା ଟିଲା ଏବଂ କିଷନଗଡ଼ ଦେଇ ଦିଲ୍ଲୀକୁ ପଶିବା ଆରମ୍ଭ କରିଥିଲେ । ହଜାର ହଜାର ଚାଷୀଙ୍କ ଭିଡ଼କୁ ଲକ୍ଷ୍ୟ ରଖି ଦିଲ୍ଲୀରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ବିଭିନ୍ନ ସ୍ଥାନରେ ପୋଲିସ ମୁତୟନ ହୋଇଛନ୍ତି । ଏଭଳି ସ୍ଥିତିରେ ବିରୋଧୀଙ୍କୁ ମୌକା ମିଳିଯାଇଛି ଶାସକ ଦଳଙ୍କୁ ଟାର୍ଗେଟ କରିବା | କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ କୃଷକ ସମାବେଶରେ ଯୋଗ ଦେବାପାଇଁ ଯନ୍ତରମନ୍ତରରେ ପହଂଚିଥିଲେ | ରାହୁଲ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଟାର୍ଗେଟ କରିଛନ୍ତି | ସେ କହିଛନ୍ତି ଯେ, ଦେଶର କୃଷକ ଉପହାର ନୁହେଁ ବରଂ ନିଜର ଅଧିକାର ମାଗୁଛନ୍ତି | ରାହୁଲ ମୋଦିଙ୍କୁ କଟାକ୍ଷ କରି କହିଛନ୍ତି ଦେଶର ଚାଷୀ ମୋଦିଙ୍କ ବନ୍ଧୁ ଅନିଲ ଅମ୍ବାନୀଙ୍କ ବିମାନ ମାଗୁନାହାନ୍ତି | ସେ ଆହୁରି କହିଛନ୍ତି ଯେ, ଦେଶର ଦୁଇଟି ବଡ ମୁଦ୍ଦା ରହିଛି | ଗୋଟିଏ ହେଲା ଚାଷୀଙ୍କ ଭବିଷ୍ୟତ ଏବଂ ଅନ୍ୟଟି ହେଲା ଯୁବପିଢ଼ିଙ୍କ ଚାକିରୀ | ଦେଶର ଜନତାଙ୍କ ପାଇଁ ଯଦି ପ୍ରଧାନମନ୍ତ୍ରୀ ବା ମୁଖ୍ୟମନ୍ତ୍ରୀଙ୍କୁ ବଦଳାଇବାକୁ ପଡେ ତାହେଲେ ବଦଳେଇ ଦିଅନ୍ତୁ | କୃଷକଙ୍କ ଏହି ବିଶାଳ ସମାବେଶରେ ରାହୁଲ ଗାନ୍ଧୀଙ୍କ ସମେତ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ, ସୀତାରାମ ୟେଚୁରି, ଡି.ରାଜା, ଶରଦ ପୱାର, ଡ. ଫରୁଖ ଅବଦୁଲ୍ଲାହ, ଶରଦ ଯାଦବ ପ୍ରମୁଖ ଯୋଗଦେଇଥିଲେ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.