ବରଗଡର ନୂତନ ଏସପି ଭାବେ ଯୋଗଦେଲେ ରାହୁଲ ଜୈନ

Published By : Prameya-News7 Bureau | July 14, 2021 IST

ବରଗଡ ୧୪।୭: ବରଗଡ଼ରେ ନୂତନ ଏସପି ଭାବେ ଯୋଗଦେଲେ ରାହୁଲ ଜୈନ । ପୂର୍ବତନ ଏସପି ପଦ୍ମିନୀ ସାହୁଙ୍କଠାରୁ ବିଧିବଦ୍ଧ ଭାବେ ଦାୟିତ୍ବ ଗ୍ରହଣ କଲା ପରେ ବରଗଡ଼ ଜିଲ୍ଲାର ଆଇନ ଶୃଙ୍ଖଳା ଭାର ତାଙ୍କ କାନ୍ଧକୁ ଯାଇଛି । ବୁଧବାର ଜିଲ୍ଲା ପୋଲିସ କାର୍ଯ୍ୟାଳୟରେ ତାଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଦିଆଯିବା ପରେ  ନିଜ ଦାୟିତ୍ବ ଗ୍ରହଣ କରିଥିଲେ ।

{"id":480410,"sizeSlug":"large","linkDestination":"none"}

ଆଇନ ଶୃଙ୍ଖଳାକୁ ପାଳନ, ଅପରାଧକୁ ନିୟନ୍ତ୍ରଣ ମୁଖ୍ୟ ଲକ୍ଷ୍ୟ ହେବ ବୋଲି ନୂତନ ଏସପି ରାହୁଲ ଜୈନ କହିଛନ୍ତି । ବିଗତ କିଛି ବର୍ଷ ହେବ ପୋଲିସର ଦକ୍ଷତା ଯୋଗୁଁ  ମାଓ ସମସ୍ୟା ଉପରେ ସଫଳତା ମିଳିଛି । ଏହି ସଫଳତାକୁ ଆଗେଇ ନେବା ସହ ପୋଲିସ ଓ ଜନସାଧାରଣଙ୍କ ମଧ୍ୟରେ ସୁସମ୍ପର୍କ ରହିବା ପାଇଁ ଜିଲ୍ଲାବାସୀଙ୍କ ସହଯୋଗ କାମନା କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.