Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଜି ରାଜ୍ୟରେ ସୁସ୍ଥ ହେଲେ ଆଉ ୧୭୪୦ ଆକ୍ରାନ୍ତ
  • ||
  • ଏସ୍‌ସିବିରୁ ଗ୍ୟାଙ୍ଗଷ୍ଟର ହାଇଦର ଫେରାର ଘଟଣା : ଆଉ ୨ ଜଣଙ୍କୁ ଗିରଫ କଲା ମଙ୍ଗଳାବାଗ ପୋଲିସ
  • ||
  • ନୂଆପଡା : ଭାରସାମ୍ୟ ହରାଇ ଓଲଟିଲା କାର୍, ୩ ଗୁରୁତର
  • ||
  • ଭୁବନେଶ୍ବର : ଭୁବନେଶ୍ବରର ୩ଟି ଶିକ୍ଷାନୁଷ୍ଠାନ ସିଲ୍, ଖୁଲମଖୁଲା କୋଭିଡ୍ ନିୟମର କରିଥିଲେ ଉଲଂଘନ
  • ||
  • ବ୍ରହ୍ମପୁର : ସୁରଟରୁ ଫେରୁଥିଲେ ପ୍ରବାସୀ, ଟ୍ରେନ୍‌ରେ ଚାଲିଗଲା ଜୀବନ
  • ||
  • ଅନୁଗୋଳ : ଭାରସାମ୍ୟ ହରାଇ ଗଛରେ ପିଟିହେଲା କାର୍, ଗୋଟିଏ ପରିବାରର ଜଣେ ମୃତ, ୨ ଆହତ
  • ||
  • ଭୁବନେଶ୍ବର : ‘ହାଇଦର ପାଇଁ ନଥିଲା ପୋଲିସ ସୁରକ୍ଷା ବ୍ୟବସ୍ଥା, କିନ୍ତୁ ପାଖରେ ଥିଲେ ଯୁବତୀ’ – ଲେଖାଶ୍ରୀ
  • ||
  • ସମ୍ବଲପୁର : ଆଜିଠାରୁ ୧୫ ଦିନ ସମ୍ବଲପୁର ବାର୍ ବନ୍ଦ, କୋଭିଡ୍ ସଂକ୍ରମଣକୁ ଦୃଷ୍ଟିରେ ରଖି ନିଷ୍ପତ୍ତି
  • ||
  • ସୋର : ସରିଥିଲା ନିର୍ବନ୍ଧ, ହେଲେ ପଡିପାରିଲାନି ହାତଗଣ୍ଠି, ଶେଷରେ କାହିଁକି ଝୁଲିପଡିଲେ ଯୁବତୀ ?
  • ||
  • ବାରଙ୍ଗ : ନନ୍ଦନକାନନରୁ ଇନ୍ଦୋର ଯାଉଛନ୍ତି ୧୩ ଜୀବଜନ୍ତୁ, ଧଳା ବାଘୁଣୀ ଓ କଳା ବାଘ ସାମିଲ
  • ||

ବ୍ୟକ୍ତିଗତଭାବେ ଅଦାଲତରେ ହାଜର ହେଲେ ରାହୁଲ ଗାନ୍ଧୀ, ୧୫ହଜାର ଟଙ୍କା ମୁଚାଲିକାରେ ମିଳିଲା ଜାମିନ

4/07/2019 at 4:28 PM

ମୁମ୍ବାଇ୪|୭: ଆରଏସ୍‌ଏସ୍‌ ସହ ଜଡିତ ମାନହାନି ମୋକଦ୍ଦମା ମାମଲାରେ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ଆଗୁଆ ଜାମିନ । ସାମ୍ବାଦିକ ଗୌରୀ ଲଙ୍କେଶ ହତ୍ୟାକାଣ୍ଡ ସହ ବିଜେପି -ଆରଏସ୍‌ଏସ୍‌ ସଂପର୍କକୁ ଯୋଡୁଥିଲେ ରାହୁଲ ଗାନ୍ଧି । ରାହୁଲଙ୍କ ବିରୋଧରେ ଆରଏସ୍‌ଏସ୍‌ର ଜଣେ କର୍ମୀ ମାନହାନି ମୋକଦ୍ଦମା ଦାୟର କରିଥିଲେ । ଆଜି କୋର୍ଟରେ ହାଜର ହୋଇ ନିଜକୁ ନିର୍ଦ୍ଦୋଶ କହିଥିଲେ ରାହୁଲ ।…

ରାହୁଲ ଗାନ୍ଧିଙ୍କୁ ଜାମିନ । ଆରଏଏସଏସ ସହ ଜଡିତ ମାନହାନି ମୋକଦ୍ଦମା ମାମାଲାରେ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ଆଜି ଆଗୁଆ ଜାମିନ ମିଳିଛି । କିଛିଦିନ ତଳେ ସାମ୍ବାଦିକ ଗୌରୀ ଲଙ୍କେଶଙ୍କ ହତ୍ୟାକାଣ୍ଡ ସହ ବିଜେପି-ଆରଏଏସଏସର ସମ୍ପର୍କକୁ ଯୋଡିଥିଲେ ରାହୁଲ ଗାନ୍ଧି । ତେଣୁ ରାହୁଲଙ୍କ ବିରୋଧରେ ଆଏସଏସର ଜଣେ କର୍ମୀ ମୁମ୍ବାଇର ସ୍ଥାନୀୟ କୋର୍ଟରେ ମାନହାନି ମୋକଦ୍ଦମା ଦାୟର କରିଥିଲେ । ରାହୁଲ ବ୍ୟକ୍ତିଗତ ଭାବେ ହାଜର ହେବାକୁ ନିର୍ଦ୍ଦେଶ ଦେଇଥିଲେ କୋର୍ଟ । ରାହୁଲ କୋର୍ଟରେ ହାଜର ହୋଇ ସେ ନିର୍ଦ୍ଦୋଶ ବୋଲି କହିଥିଲେ । ଏହା ପରେ ୧୫ ହଜାର ଟଙ୍କାର ବ୍ୟକ୍ତିଗତ ମୁଚାଲିକାରେ ରାହୁଲଙ୍କ ଜାମିନ ଦେଇଛନ୍ତି କୋର୍ଟ । ୨୦୧୭ରେ ବେଙ୍ଗାଲୁରୁରେ ସାମ୍ବାଦିକ ଗୌରୀ ଲଙ୍କେଶଙ୍କ ହତ୍ୟା ହୋଇଥିଲା ।

ସେପଟେ ଜାମିନ୍ ମିଳିବା ପରେ କୋର୍ଟ ରୁମ୍‌ ବାହାରକୁ ଆସି ରାହୁଲ ଗାନ୍ଧୀ ଇସାରାରେ ବିଜେପି ଏବଂ ଆରଏସଏସ ଉପରେ ଟାର୍ଗେଟ୍ କରିଥିଲେ । କହିଥିଲେ ତାଙ୍କ ଉପରେ ଲଗାତାର ଆକ୍ରମଣ ହେଉଛି କିନ୍ତୁ ସେ ନ ହାରି ପ୍ରତିଟି ଆକ୍ରମଣର ସାମ୍ନା କରିବେ । ଏହି ବିଚାରଧାରାର ଲଢେଇ ଆଗକୁ ମଧ୍ୟ ଜାରି ରହିବ । ମୁଁ ଗରିବ, ଚାଷୀ ଏବଂ ଶ୍ରମିକଙ୍କ ସହ ଠିଆ ହୋଇଛି । ଆକ୍ରମଣ ହେଉଛି ଏବଂ ମଜା ବି ଆସୁଛି । ମୁଁ ୧୦ ଗୁଣା ଅଧିକ ଶକ୍ତ ହୋଇ ଲଢେଇ ଜାରି ରଖିବି ବୋଲି ରାହୁଲ କହିଛନ୍ତି ।

ସେହିଭଲି  କଂଗ୍ରେସ ଅଧ୍ୟକ୍ଷ ପଦରୁ ରାହୁଲ ଗାନ୍ଧିଙ୍କ ଇସ୍ତଫାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ପ୍ରିୟଙ୍କା ଗାନ୍ଧି । ଟୁଇଟ୍ କରି ପ୍ରିୟଙ୍କା ଲେଖିଛନ୍ତି ରାହୁଲ ଯାହା କରିଛନ୍ତି ବହୁତ୍ କମ୍ ଲୋକ ସେପରି କରିବାକୁ ସାହସ ରଖିପାରନ୍ତି । ତୁମ ନିଷ୍ପତ୍ତିକୁ ହୃଦୟରୁ ସମ୍ମାନ କରୁଛି’ | ନିଜର ଇସ୍ତଫା ନେଇ ରାହୁଲ ବୁଧବାର ଘୋଷଣା କରିଥିଲେ | ୨୦୧୯ ନିର୍ବାଚନରେ କଂଗ୍ରେସର ପରାଜୟ ନେଇ ସେ ନିଜକୁ ଦାୟୀ କରି ଇସ୍ତଫା ଦେଇଥିଲେ | ରାହୁଲ ଗାନ୍ଧି ଅଧ୍ୟକ୍ଷ ପଦ ଛାଡିବା ପରେ ଏବେ ଦଳର ଅସ୍ଥାୟୀ ଅଧ୍ୟକ୍ଷ ଭାବେ ମାସକ ପାଇଁ ମୋତିଲାଲ ଭୋରାଙ୍କୁ ଦାୟିତ୍ବ ଦିଆଯାଇଛି ।

   Related Posts