Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ରହ୍ମପୁର : ଜମିଜମା ବିବାଦରୁ ବିଧବା ମହିଳାଙ୍କୁ ବୀଭତ୍ସ ହତ୍ୟା
  • ||
  • କଟକ : SCBରେ ମହିଳା ରୋଗୀଙ୍କ ଉପରେ ଖସିପଡିଲା ଫ୍ୟାନ୍, ଆଇସିୟୁରେ ଭର୍ତ୍ତି
  • ||
  • ଭୁବନେଶ୍ବର : ଆନ୍ତର୍ଜାତୀୟ ମହିଳା ଦିବସରେ ବିଜେଡିର ମହିଳା ସମାବେଶ, ମୁଖ୍ୟମନ୍ତ୍ରୀ କହିଲେ ମା’ମାନେ ଆଜନ୍ମ ନେତ୍ରୀ
  • ||
  • ଭୁବନେଶ୍ବର : ଗଠନ ହେଲା ୯ଜଣିଆ ଟାସ୍କ ଫୋର୍ସ, ଆୟତ୍ତ କରିବେ ନିଆଁ
  • ||
  • ବଲାଙ୍ଗିର : ରକ୍ତ ପାଇଁ ଗଲା ଜୀବନ ! ରୋଗୀ ମୃତ୍ୟୁକୁ ନେଇ ମେଡିକାଲରେ ଉତ୍ତେଜନା
  • ||
  • ସମ୍ବଲପୁର : ଜଙ୍ଗଲକୁ ଗଲେ ଠିକଣା ରଖିବ ବନ ବିଭାଗ, ନିଆଁ ଲଗାଇଥିବା ବ୍ୟକ୍ତିଙ୍କ ସମ୍ପର୍କରେ ସୂଚନା ଦେଲେ ମିଳିବ ୫ହଜାର
  • ||
  • ସୁନ୍ଦରଗଡ : ବାଲି ଗଦାରୁ ମହିଳାଙ୍କ ମୃତଦେହ ଉଦ୍ଧାର, ହତ୍ୟା କରି ଫିଙ୍ଗି ଦେଇଥିବା ସନ୍ଦେହ
  • ||
  • ପାରାଦୀପ : ଟ୍ରେନ୍ ଲାଇନ୍ କଡରୁ ମୃତଦେହ ଉଦ୍ଧାର, ହତ୍ୟା ନା’ ଆତ୍ମହତ୍ୟା ସନ୍ଦେହ
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହେଲେ ଆଉ ୫୯ କୋଭିଡ୍ ପଜିଟିଭ୍, ୩୩୭୮୦୩ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଜଳେଶ୍ବର : ମୋବାଇଲ୍ ଚୋରକୁ ଧରି ନିର୍ଧୁମ ଛେଚିଲେ ଗ୍ରାମବାସୀ
  • ||

‘ଅର୍ଥବ୍ୟବସ୍ଥା ଓ ବୈଦେଶିକ ନୀତିରେ ଦେଶ ଦୁର୍ବଳ, ସରକାର ନଚେତିଲେ ସବୁ ବରବାଦ ହୋଇଯିବ’- ରାହୁଲ ଗାନ୍ଧୀ

17/07/2020 at 12:02 PM

ନୂଆଦିଲ୍ଲୀ, ୧୭।୦୭: କଂଗ୍ରେସ ନେତା ତଥା ସାଂସଦ ରାହୁଲ ଗାନ୍ଧୀ ଶୁକ୍ରବାର ଭାରତ ଓ ଚୀନ ବିବାଦକୁ ନେଇ ଏକ ଭିଡିଓ ଟ୍ୱିଟ୍ କରିଛନ୍ତି । ଏଥିରେ ସେ କେନ୍ଦ୍ର ସରକାରଙ୍କୁ ଘେରିଛନ୍ତି । ଚୀନ ସେନା ଏହି ସମୟରେ କଣ ପାଇଁ ଆକ୍ରମଣାତ୍ମକ ଆଭିମୁଖ୍ୟ ଗ୍ରହଣ କରିଛି ବୋଲି ସେ ପ୍ରଶ୍ନ କରିଛନ୍ତି । ଏହାସହ ଭିଡିଓରେ ସେ ଦେଶର ଅର୍ଥବ୍ୟବସ୍ଥା, ପଡୋଶୀ ଦେଶ ସହ ସମ୍ପର୍କ ଓ ବିଦେଶୀ ନୀତିକୁ ନେଇ ନିଜ ମତ ରଖିଛନ୍ତି ।

ରାହୁଲ କହିଛନ୍ତି ଯେ, ଏବେ ଭାରତର କଣ ସ୍ଥିତି ରହିଛି ଯେଉଁଥିପାଇଁ ଚୀନ ଏପରି ପଦକ୍ଷେପ ନେଇଥିଲା । ଚୀନ କିପରି ସାହାସ କରିପାରିଲା । ଏହି ମାମଲାକୁ ବୁଝିବା ପାଇଁ ହେଲେ ଅନେକ ଘଟଣାକୁ ବୁଝିବାକୁ ହେବ । ଦେଶର ସୁରକ୍ଷା ବୈଦେଶିକ ନୀତି, ଅର୍ଥବ୍ୟବସ୍ଥା ଓ ଲୋକଙ୍କ ବିଶ୍ୱାସ ଉପରେ ଆଧାରିତ । କିନ୍ତୁ ଗତ ୬ ବର୍ଷରେ ଏହି ମାମଲାରେ ଦେଶ ଫେଲ୍ ହୋଇଛି । ପୂର୍ବରୁ ଆମେରିକା, ଋଷ, ୟୁରୋପ ସମେତ ସବୁ ଦେଶ ସହ ସୁସମ୍ପର୍କ ଥିଲା । କିନ୍ତୁ ଏବେ କେବଳ ବାଣିଜ୍ୟିକ ସମ୍ପର୍କ ରହିଛି । ପୂର୍ବରୁ ନେପାଳ, ଭୁଟାନ ଓ ଶ୍ରୀଲଙ୍କା ସହ ଭଲ ସମ୍ପର୍କ ଥିଲା । କିନ୍ତୁ ଆଜି ସମସ୍ତେ ଭାରତ ବିରୋଧରେ କହୁଛନ୍ତି ।

ସେ ଆହୁରି କହିଛନ୍ତି ଯେ, ଏକଦା ଦେଶର ଅର୍ଥବ୍ୟବସ୍ଥା ଆମର ଶକ୍ତି ଥିଲା । ଏବେ ବେରୋଜଗାରୀଙ୍କ ସଂଖ୍ୟା ବୃଦ୍ଧି ପାଉଛି । କ୍ଷୁଦ୍ର ବ୍ୟବସାୟୀମାନେ ହଇରାଣ ହରକତ ହେଉଛନ୍ତି । ସରକାର କିନ୍ତୁ କିଛି ଶୁଣୁ ନାହାଁନ୍ତି । ଦେଶର ହିତ କଥା ଭାବିଲେ ଏହି ସବୁ ପ୍ରସଙ୍ଗ ଗୁରୁତ୍ୱପୂର୍ଣ୍ଣ । ନଚେତ ସବୁକିଛି ବରବାଦ ହୋଇଯିବ । ଏବେ ତାହା ହିଁ ହେଉଛି ବୋଲି ରାହୁଲ କହିଛନ୍ତି ।

   Related Posts