ପୁଣି କେନ୍ଦ୍ରକୁ ରାହୁଲଙ୍କ ଟାର୍ଗେଟ: କହିଲେ- ରିଭର୍ସ ଗିୟରରେ ମୋଦୀଙ୍କ ବିକାଶ ଗାଡ଼ି, ବ୍ରେକ୍‌ ବି ଫେଲ୍‌

Published By : Prameya-News7 Bureau | November 06, 2021 IST

ନୂଆଦିଲ୍ଲୀ ୦୬/୧୧: ଯଦିଓ ତୈଳ ଦଳ ଉପରେ କେନ୍ଦ୍ର ସରକାର ଭ୍ୟାଟ୍‌ ହ୍ରାସ କରିଛନ୍ତି କିନ୍ତୁ ଏଥିରେ ବିରୋଧୀ ଖୁସି ଥିବା ମନେ ହେଉନାହିଁ। ପୁଣି ଥରେ ତେଲ୍‌ ଦର ଏବଂ ଗ୍ୟାସ୍‌ ଦାମକୁ ନେଇ କେନ୍ଦ୍ର ଉପରେ ବର୍ଷିଛନ୍ତି କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ। ମୋଦୀଙ୍କ ବିକାଶ ଗାଡ଼ି ରିଭର୍ସ ଗିୟରରେ ଥିବା ବେଳେ ବ୍ରେକ ମଧ୍ୟ ଫେଲ ହୋଇଯାଇଛି ବୋଲି ରାହୁଲ ଅଭିଯୋଗ କରିଛନ୍ତି। 

ଏକ ଖବରକୁ ପ୍ରସଙ୍ଗ କରି ରାହୁଲ ଦାବି କରିଛନ୍ତି, ଏଲପିଜି ଦାମ ବୃଦ୍ଧି ଯୋଗୁଁ ଲକ୍ଷ ଲକ୍ଷ ଗରିବ ପରିବାର ଏବେ ଚୁଲି ଫୁଙ୍କିବାକୁ ବାଧ୍ୟ ହେଉଛନ୍ତି। ସେ ଟ୍ବିଟ୍‌ କରି କହିଛନ୍ତି, ‘ବିକାଶ ପାଖରୁ ମିଛୁଆ ବହୁ ଦୂରରେ, ଲକ୍ଷ ଲକ୍ଷ ପରିବାର ଚୁଲି ଫୁଙ୍କିବାକୁ ବିବଶ। ମୋଦୀଙ୍କ ବିକାଶ ଗାଡ଼ି ରିଭର୍ସ ଗିୟରରେ ରହିଛି ଏବଂ ବ୍ରେକ୍‌ ଫେଲ ହୋଇଯାଇଛି।’ ରାହୁଲ ଗାନ୍ଧୀ ଯେଉଁ ଖବରକୁ ପ୍ରସଙ୍ଗ କରିଛନ୍ତି ସେଥିରେ ପ୍ରକାଶିତ ରିପୋର୍ଟ ଅନୁସା​‌ରେ, ଗ୍ୟାସ୍‌ ଦାମ ବୃଦ୍ଧି ଫଳରେ ୪୨ ପ୍ରତିଶତ ପରିବାର ପୁଣି ଥରେ ରୋଷେଇ ପାଇଁ ଚୁଲି ଏବଂ କାଠକୁ ଭରସା କରିଛନ୍ତି।

ଏହା ପ୍ରଥମ ନୁହେଁ ଯେ ରାହୁଲ ଗାନ୍ଧୀ ତେଲ ଏବଂ ଏଲପିଜି ଦାମକୁ ନେଇ କେନ୍ଦ୍ରକୁ ଟାର୍ଗେଟ କରିଛନ୍ତି। ନିକଟରେ ରାହୁଲ କଟାକ୍ଷ କରି କହିଥିଲେ, ତେଲ ଉପରେ ଟିକସ  ଡକାୟତି ବୃଦ୍ଧି ପାଇଛି। ଯଦି କେଉଁଠି ନିର୍ବାଚନ ହେଉଛି ତେବେ ଏଥିରେ କିଛି ଆଶ୍ବସ୍ତି ମିଳିଯିବ। ଏହା ବ୍ୟତୀତ କଂଗ୍ରେସର ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ ମଧ୍ୟ ତୈଳ ଦର ବୃଦ୍ଧିକୁ ନେଇ କେନ୍ଦ୍ର ଉପରେ ବର୍ଷିଛନ୍ତି। ସେ କହିଛନ୍ତି, ଗରିବଙ୍କୁ କଷ୍ଟ ଦେବାରେ ମୋଦୀ ସରକାର ରେକର୍ଡ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.