Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

‘ଚୌକିଦାର ଚୋର୍ ହୈ’ ର ନାରା ଦେଇ ଫସିଲେ ରାହୁଲ, ମାମଲା ରୁଜୁ କରିବାକୁ କହିଲା ସୁରକ୍ଷାକର୍ମୀ ସଂଘ

13/03/2019 at 9:22 AM

ମୁମ୍ବାଇ ୧୩|୩ :  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ୍ କରି ରାହୁଲ ଗାନ୍ଧି ସବୁବେଳେ କାଟାକ୍ଷ କରି କହିଥାନ୍ତି ଯେ, ‘ଚୌକିଦାର ଚୋର୍ ହୈ’ । ମାତ୍ର ସବୁବେଳେ ତାଙ୍କର ଏହି କାଟାକ୍ଷକୁ ସୁରକ୍ଷାକର୍ମୀ ସଂଘ ନାପସନ୍ଦ କରିବା ସହ ମୁମ୍ବାଇ ପୋଲିସରେ ରାହୁଲ ଗାନ୍ଧିଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ମଧ୍ୟ କହିଛି । ଏହି ସମ୍ବନ୍ଧରେ ପୋଲିସ ସୂଚନା ଦେଇଛି ।

ଜଣେ ପୋଲିସ ଅଧିକାରୀ ମଙ୍ଗଳବାର ଦିନ ସୂଚନା ଦେଇ କହିଛନ୍ତି ଯେ, ମହାରାଷ୍ଟ୍ର ରାଜ୍ୟ ସୁରକ୍ଷା ରକ୍ଷକ ୟୁନିୟନ ବାନ୍ଦ୍ରା-କୁର୍ଲା କମ୍ପ୍ଲେକ୍ସ (ବିକେସି) ପୋଲିସ ଥାନାରେ ଆସି କହିଥିଲେ କି କଂଗ୍ରେସ ଅଧ୍ୟକ୍ଷଙ୍କ ଏଭଳି ଟିପ୍ପଣୀ ଦ୍ବାରା ସୁରକ୍ଷାକର୍ମୀମାନଙ୍କୁ ଅପମାନ ପହଞ୍ଚିଛି । ପୋଲିସ କହିଛି ଯେ, ସଂଘ ଦାବି କରିଛି କି ଚଳିତ ମାସରେ ଏମଏମଆରଡିଏ ମୈଦାନରେ ଆୟୋଜିତ କରାଯାଇଥିବା ରାଲି ସମୟରେ ରାହୁଲ ଗାନ୍ଧି ପ୍ରଧାନମନ୍ତ୍ରୀଙ୍କୁ କଟାକ୍ଷ କରି ନିଜ ଭାଷଣରେ ‘ଚୌକିଦାର ଚୋର୍ ହୈ’ ବୋଲି କହିଥିଲେ ।

ସଂଘର ଅଧ୍ୟକ୍ଷ ସଂଦୀପ ଘୁଗେ କହିଛନ୍ତି ଯେ, ପୋଲିସକୁ ରାହୁଲ ଗାନ୍ଧିଙ୍କ ବିରୋଧରେ ଅପରାଧିକ ମାମଲା ରୁଜୁ କରିବା ଉଚିତ୍ । ଫଳରେ ସୁରକ୍ଷାକର୍ମୀଙ୍କୁ ଅପମାନିତ କରୁଥିବା ଏଭଳି ନାରା ଉପରେ ରୋକ୍ ଲଗାଯାଇପାରିବ ।

କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ରାଫେଲ ଡିଲ୍ ରେ ଅନିୟମିତତା ଏବଂ ପକ୍ଷପାତିତାର ଅଭିଯୋଗ ଲଗାଇ ସବୁବେଳେ ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ୍ କରି ‘ଚୌରିଦାର ଚୋର୍ ହୈ’ ବୋଲି କହିଥାନ୍ତି । ମାତ୍ର ତାଙ୍କର ଭାଜପା ନେତୃତ୍ବାଧିନ ମୋଦି ସରକାର ତାଙ୍କର ଏଭଳି ଅଭିଯୋଗକୁ ଖଣ୍ଡନ କରିଛି ।

   Related Posts