Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପ୍ରତିରକ୍ଷା ରପ୍ତାନୀ କ୍ଷେତ୍ରରେ ମାଇଲ ଖୁଣ୍ଟ : ଫିଲିପାଇନ୍ସକୁ ଧୃବ ହେଲିକପ୍ଟର ବିକ୍ରି କରିବ ଭାରତ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୯ ହଜାରରୁ ଅଧିକ କରୋନା ପଜିଟିଭ୍, ୧୫୯ ମୃତ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୮କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୫ କରୋନା ସଂକ୍ରମିତ, ୧୦୫୦୯୫୫ରେ ପହଞ୍ଚିଲା ସଂଖ୍ୟା
  • ||
  • ବାୟୁସେନା ହେଲିକପ୍ଟର କ୍ରାସ୍‌ରେ ଓଡିଆ ଯବାନ ମୃତ, ତାଳଚେରରେ ରାଣା ପ୍ରତାପ ଦାସଙ୍କ ଘର
  • ||
  • ମାତିଲେ ମାଓବାଦୀ : ଜାଳିଲେ ଗାଡ଼ି, ସୁପରଭାଇଜରଙ୍କୁ କଲେ ଅପହରଣ
  • ||
  • ମୁହାଁମୁହିଁ ହେବେ ଶାସକ-ବିରୋଧି : ମମିତା ମେହେର ପ୍ରସଙ୍ଗରେ ବିଧାନସଭା ଘେରିବ ବିଜେପି
  • ||

ରାହୁଲଙ୍କ ରାଗ କାହିଁକି, ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ କଣ କହି କଲେ ଟାର୍ଗେଟ୍…

16/07/2021 at 4:58 PM

ନୂଆଦିଲ୍ଲୀ ୧୬।୦୭: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଦଳ ଛାଡୁଥିବା ନେତାଙ୍କ ଉପରେ ଶୁକ୍ରବାର ଖୁବ୍ ବର୍ଷିଛନ୍ତି। ସାମାଜିକ ଗଣମାଧ୍ୟମ କାର୍ଯ୍ୟକର୍ତ୍ତାଙ୍କ ବୈଠକରେ ରାହୁଲ କହିଛନ୍ତି, ଭୟାଳୁ ମାନେ ହିଁ ବିଜେପିକୁ ଯିବେ। ବିଜେପି ଭୟ ଦେଖାଇ ନେତାମାନଙ୍କୁ ନିଜ ଦଳକୁ ଟାଣୁଛି। କଂଗ୍ରେସକୁ ଏମିତି ଲୋକଙ୍କ ଦରକାର ନାହିଁ ଯେଉଁମାନେ ସଂଘ ବିଚାରଧାରାରେ ବିଶ୍ଵାସ ରଖନ୍ତି।

ସୂତ୍ର ଅନୁଯାୟୀ, ରାହୁଲ ପୁଣି ଥରେ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ଉପରେ ଟାର୍ଗେଟ୍ କରିଛନ୍ତି। ସେ କହିଛନ୍ତି, ସିନ୍ଧିଆ ଡରିଗଲେ ଏବଂ ଆରଏସଏସର ହୋଇଗଲେ। ସିନ୍ଧିଆ ଭୟଭୀତ ହୋଇ ପଡିଲେ ଯେ, ବିଜେପି ମୋର ମହଲ ନେଇଯିବ, ଘର ନେଇଯିବ। ସେଥିପାଇଁ ସେ ବିଜେପିରେ ମିଶିଗଲେ। ଯିଏ ଭୟାଳୁ ସେମାନେ ବିଜେପିରେ ଯାଇ ମିଶିବେ। ଯିଏ ନିର୍ଭୀକି ସେମାନେ କଂଗ୍ରେସରେ ରହିବେ।

ସୂଚନାଯୋଗ୍ୟ, ସିନ୍ଧିଆଙ୍କ ବ୍ୟତୀତ ନିକଟରେ ଜିତିନ ପ୍ରସାଦ ମଧ୍ୟ କଂଗ୍ରେସ ଛାଡି ବିଜେପିରେ ଯୋଗ ଦେଇଥିଲେ। ଏହା ଉପରେ ରାହୁଲ କହିଛନ୍ତି ଯେ, ଆମକୁ ନିର୍ଭୀକ ଲୋକ ଦରକାର। ଯିଏ ଡରୁଛି, ସେ ଚାଲି ଯାଆନ୍ତୁ, ସେମାନଙ୍କ ପରି ଲୋକ ଆମର ଦରକାର ନାହିଁ। ସେମାନଙ୍କୁ ନେଇକି ଯାଆନ୍ତୁ।

   Related Posts