କାଲି ବରଗଡ ଆସୁଛନ୍ତି ରାହୁଲ: ୫୨ ବିଧାନସଭା ଓ ୧୫ ଲୋକସଭା ଲାଗି ମହିଳା ପ୍ରାର୍ଥୀଙ୍କ ନାଁ ସୁପାରିସ କରିଛି କଂଗ୍ରେସ, ଜନମୋର୍ଚ୍ଚା ନେତା ଯଜ୍ଞେଶ୍ବର ମିଶିଲେ

Published By : Prameya-News7 Bureau | March 14, 2019 IST

ଭୁବନେଶ୍ବର୧୪|୩: ବିଜେଡି-ବିଜେପି ଟକ୍କର ଭିତରେ କାଲି ଓଡ଼ିଶା ଆସୁଛନ୍ତି ରାହୁଲ ଗାନ୍ଧି। ବରଗଡ଼ରେ ପରିବର୍ତ୍ତନ ସଂକଳ୍ପ ସମାବେଶ କରିବେ ରାହୁଲ । ସେପଟେ କଂଗ୍ରେସରେ ଆଜି ମିଶିଛନ୍ତି ଯଜ୍ଞେଶ୍ବର ବାବୁ ।

{"id":93694}

ନିର୍ବାଚନୀ ବିଗୁଲ୍ ବାଜିବା ପରେ କାଲି ପ୍ରଥମ ଥର ଓଡ଼ିଶା ଆସିବେ ଜାତୀୟ ସ୍ତରର ବଡ଼ ନେତା । ବରଗଡ଼ରେ ସାଧାରଣ ସମାବେଶରେ ଯୋଗ ଦେବେ କଂଗ୍ରେସର ରାଷ୍ଟ୍ରୀୟ ଅଧ୍ୟକ୍ଷ ରାହୁଲ ଗାନ୍ଧି । ମାନେ ବିଧିବଦ୍ଧ ଭାବେ କାଲିଠୁ ଜମିବ ଫାଇଟ୍ । ସରସରା ପଡ଼ିଆରେ ଦିନ ଗୋଟାଏରେ ପହଞ୍ଚିବେ ରାହୁଲ୍ । ପରିବର୍ତ୍ତନ ସଂକଳ୍ପ ସମାବେଶରେ କର୍ମୀଙ୍କ ଜୋଶ୍ ବଢାଇବେ । ତେବେ ଏହି ସଭାରେ, ଚାଷୀ ଆତ୍ମହତ୍ୟା, ଏମଏସପି କଥା ଉଠାଇ ଉଭୟ ବିଜେପି ଓ ବିଜେଡିକୁ ରାହୁଲ୍ ଟାର୍ଗେଟ୍ କରିପାରନ୍ତି ।

{"id":93695}

 ବିଜେଡି-ବିଜେପିରେ ଦଳ ଡିଆଁ, ମିଶ୍ରଣ ଚାଲିଥିବା ବେଳେ କଂଗ୍ରେସରେ ମିଶିଛନ୍ତି ବରିଷ୍ଠ ନେତା ଯଜ୍ଞେଶ୍ବର ବାବୁ । ବିଜେଡିରୁ ବାହାରି ଦୀର୍ଘ ଦିନ ଧରି ଜନମୋର୍ଚ୍ଚାରେ ଥିଲେ ଯଜ୍ଞେଶ୍ବର । ଏବେ ସେ ହାତ କ୍ୟାମ୍ପରେ ସାମିଲ ହୋଇଛନ୍ତି । ଅନ୍ୟପକ୍ଷରେ, ବିଜେଡି ଦେଖାଦେଖି କଂଗ୍ରେସ ମହିଳା କାର୍ଡକୁ ପ୍ରାଧାନ୍ୟ ଦେଇଛି । ଗତକାଲି ନିରଞ୍ଜନ ରାହୁଲଙ୍କ ପରାମର୍ଶ କଥା କହିଥିବା ବେଳେ ଆଜି ଦଳର ମହିଳା ମୋର୍ଚ୍ଚା ସଭାନେତ୍ରୀ ଆଉ ୨ ପାଦ ଆଗକୁ ଯାଇଛନ୍ତି । ଦଳ ମହିଳା ପ୍ରାର୍ଥୀ ଲାଗି ୫୨ ବିଧାନସଭା ଓ ୧୫ ଲୋକସଭା ଲାଗି ସୁପାରିସ କରିଥିବା କହିଛନ୍ତି ।

{"id":93696}

 ରାଜ୍ୟରେ ମୁଖ୍ୟ ଲଢେଇରେ ବିଜେଡି-ବିଜେପି । ପଛରେ ଥିବା ରାଜ୍ୟ କଂଗ୍ରେସର ଜୋଶ୍ ହାଇ କରିବାକୁ ଅଣ୍ଟା ଭିଡ଼ିଛନ୍ତି ଅଧ୍ୟକ୍ଷ ରାହୁଲ ଗାନ୍ଧି । ମୋଦିଙ୍କ ଷ୍ଟାଇଲରେ କରୁଛନ୍ତି ଘନ ଘନ ଓଡ଼ିଶା ଗସ୍ତ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.