Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ସ୍ବର୍ଗତ ରାଜୀବ ଗାନ୍ଧୀଙ୍କ ପୂଣ୍ୟତିଥୀରେ ଲଞ୍ଚ ହେଲା ‘ନ୍ୟାୟ’ ଯୋଜନା : କଂଗ୍ରେସ ପାଇଁ ଗେମ ଚେଞ୍ଜର ପ୍ରମାଣିତ ହେବ କି ରାହୁଲ ଗାନ୍ଧୀଙ୍କ ଏହି ଯୋଜନା ?

21/05/2020 at 4:29 PM

ନୂଆଦିଲ୍ଲୀ ୨୧/୦୫ : ରାହୁଲ ଗାନ୍ଧୀଙ୍କ ନ୍ୟାୟ ଯୋଜନା କଂଗ୍ରେସ ପାଇଁ ଗେମ ଚେଞ୍ଜର ପ୍ରମାଣିତ ହେବ କି ? ୟୁପିଏ ସସନାକାଳରେ ଆରମ୍ଭ ହୋଇଥିବା ମନରେଗା ଯୋଜନାରୁ ଦଳକୁ ବହୁତ ଲାଭ ହୋଇଥିଲା | କିନ୍ତୁ ମୋଦି ଲହର ଯୋଗୁଁ ଏହାକୁ କେନ୍ଦ୍ର ଠାରୁ ବିଛିନ୍ନ ହେବାକୁ ପଡିଥିଲା | କିନ୍ତୁ ମନରେଗା ଯୋଜନା ଏବେ ମଧ୍ୟ ଜାରି ରହିଛି ଏବଂ ଗରିବଙ୍କୁ ଏହି ଯୋଜନା ଦ୍ୱାରା ସାହାଯ୍ୟ କରାଯାଉଛି | ତେବେ ବର୍ତ୍ତମାନ ପ୍ରଶ୍ନ ଉଠୁଛି ରାହୁଲ ଗାନ୍ଧୀଙ୍କ ନ୍ୟାୟ ଯୋଜନା ଦଳ ପାଇଁ ସଂଜୀବନୀ ଭଳି କାମ କରିବ କି ? ଛତିଶଗଡ଼ରେ ଗୁରୁବାର ଦିନ ରାଜୀବ ଗାନ୍ଧୀଙ୍କ କିସାନ ନଷୟ ଯୋଜନା ଲଞ୍ଚ କରାଯାଇଛି | ଯୋଜନା ଅନୁଯାୟୀ ଚାଷୀଙ୍କୁ ଚାଷୀ ପାଇଁ ସିଧାସଳଖ ସବସିଡି ଦିଆଯିବ |

ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲା ଓ ରାହୁଲ ଗାନ୍ଧୀ ମିଶି ପୂର୍ବତ୍ତନ ପ୍ରଧାନମନ୍ତ୍ରୀ ସ୍ବର୍ଗତ ରାଜୀବ ଗାନ୍ଧୀଙ୍କ ୨୯ତମ ପୂଣ୍ୟତିଥୀରେ ମେ ୨୧ ତାରିଖ, ଗୁରୁବାର ଦିନ ନ୍ୟାୟ ଯୋଜନାର ଶୁଭାରମ୍ଭ କରିଛନ୍ତି | ବିଶେଷଜ୍ଞଙ୍କ କହିବାନୁଯାୟୀ, ଯଦି ଏହି ଯୋଜନାକୁ ଲାଭାର୍ଥିଙ୍କ ପାଖକୁ ସଠିକ ଭାବେ ପହଞ୍ଚାଇ ଦିଆଯାଏ ତାହେଲେ ସକାରାତ୍ମକ ପରିଣାମ ମିଳିପାରେ |

ଯୋଜନା ଅନୁଯାୟୀ, ୪ଟି କିସ୍ତିରେ ୫ ହଜାର ୭୦୦ କୋଟି ଟଙ୍କା ୧୯ ଲକ୍ଷ ଚାଷୀଙ୍କ ବ୍ୟାଙ୍କ ଖାତାକୁ ଟ୍ରନ୍ସଫର କରାଯିବ | ୧୫୦୦ କୋଟି ଟଙ୍କାର ପ୍ରଥମ କିସ୍ତି ୧୮ ଲକ୍ଷ ୩୪ ହଜାର ୮୩୪ ଧାନ ଚାଷୀଙ୍କୁ ଦିଆଯିବ | ୩୪ ହଜାର ୬୩୭ ଆଖୁ ଚାଷୀଙ୍କୁ ୭୩.୫୫ କୋଟି ଟଙ୍କା ସବସିଡି ଦିଆଯିବ | ପ୍ରଥମ କିସ୍ତି ଭାବେ ଗୁରୁବାର ଦିନ ୧୮.୪୩ କୋଟି ଟଙ୍କା ଚାଷୀଙ୍କ ଆକାଉଣ୍ଟକୁ ଟ୍ରନ୍ସଫର କରାଯାଇଛି | ଯଦି ଏହି ଯୋଜନା ସଫଳ ହୁଏ ତାହେଲେ ଏହା ଦଳ ପାଇଁ ଗେମ ଚେଞ୍ଜର ପ୍ରମାଣିତ ହୋଇପାରେ |

ଛତିଶଗଡ଼ରୁ ଆରମ୍ଭ କରିଥିବା ଏହି ଯୋଜନା ଛତିଶଗଡ଼ ସରକାରଙ୍କ ଜରିଆରେ ପୁରା ଦେଶରେ ଚର୍ଚ୍ଚା ହେବ | ଯାହାଫଳରେ କଂଗ୍ରେସ ନିଜର ଭୋଟ ବ୍ୟାଙ୍କ ମଜବୁତ କରିବାକୁ ଚେଷ୍ଟା କରିବ | ଏହି ଯୋଜନା ମାଧ୍ୟମରେ କଂଗ୍ରେସ ଭବିଷ୍ୟତରେ ନିଜର ସ୍ଥିତି ଦୃଢ କରିବାକୁ ପ୍ରୟାସ କରିବ | ୨୦୧୪ ମସିହା ପରେ ଲଗାତାର କଂଗ୍ରେସ ଭୋଟ ବ୍ୟାଙ୍କ ନିମ୍ନଗାମୀ ହୋଇଛି | ଦେଶର ମାତ୍ରା ୪ଟି ରାଜ୍ୟ ରାଜସ୍ତାନ, ପଞ୍ଜାବ, ଛତିଶଗଡ଼ ଓ ପୁଡୁଚେରୀରେ କଂଗ୍ରେସ ଶାସନରେ ରହିଛି |

ଆଗାମୀ ଦିନରେ ରାହୁଲ ଗାନ୍ଧୀ ଏହି ଯୋଜନା ମାଧ୍ୟମରେ କେନ୍ଦ୍ର ସରକାରଙ୍କୁ ହମଲା କରିବେ | କରୋନା ସଙ୍କଟ ସମୟରେ ମଧ୍ୟ ରାହୁଲ ଅନେକଥର ଅଭାବୀ ଶ୍ରମିକ ଓ ଚାଷୀଙ୍କ ବ୍ୟାଙ୍କ ଖାତାକୁ ସିଧା ସଳଖ ଟଙ୍କା ଟ୍ରାନ୍ସଫର କରିବାକୁ କେନ୍ଦ୍ର ସରକାରଙ୍କୁ କହି ସାରିଛନ୍ତି | ଏହି ପ୍ରସଙ୍ଗରେ ସେ ରଘୁରାମ ରାଜନ ଓ ନୋବେଲ ପୁରସ୍କାର ବିଜେତା ଅଭିଜିତ ବାନାର୍ଜୀଙ୍କ ସହିତ ମଧ୍ୟ ଆଲୋଚନା କରିଛନ୍ତି |  

୨୦୧୯ ଲୋକସଭା ନିର୍ବାଚନ ସମୟରେ ରାହୁଲ ଗାନ୍ଧୀ ନ୍ୟାୟ ଯୋଜନା ସମ୍ପର୍କରେ ଚର୍ଚ୍ଚା କରିଥିଲେ | ଏହି ଯୋଜନା ଅନୁସାରେ ୧୦ କୋଟି ପରିବାରକୁ ପ୍ରତି ବର୍ଷ 72 ହଜାର ଟଙ୍କା ଦେବାକୁ କହିଥିଲେ | ଏହି ଯୋଜନାକୁ ରାହୁଲ ମୋଦି ସରକାରଙ୍କ ବିରୋଧରେ ବଡ ଅସ୍ତ୍ର ଭାବେ ପ୍ରସ୍ତୁତ କରିଥିଲେ | କିନ୍ତୁ ଜନତା ଏହାକୁ ଅସ୍ବୀକାର କରିଥିଲେ | 

   Related Posts