Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିଶିଷ୍ଟ ଲେଖିକା ମନୋରମା ମହାପାତ୍ରଙ୍କ ପରଲୋକ
  • ||
  • ଇସ୍ତଫା ଦେଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମରିନ୍ଦର ସିଂହ, ରାଜ୍ୟପାଳଙ୍କୁ ଭେଟି ଦେଲେ ରିଜାଇନ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୩୫ ହଜାରରୁ ଅଧିକ କରୋନା ପଜିଟିଭ୍, ୨୮୧ ମୃତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୬ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୬୯୫ କୋଭିଡ୍ ପଜିଟିଭ୍
  • ||
  • ଉପରୁ ମୁଣ୍ଡରେ କମୁଛି ବନ୍ୟାଜଳ ପ୍ରବାହ, ବନ୍ଦ ହେଲା ହୀରାକୁଦର ୪ ଗେଟ୍
  • ||
  • ବିଲକୁ ଯାଇଥିଲେ ଚାଷୀ, ଦଳି ମାରିଦେଲା ଦନ୍ତା
  • ||
  • ଗୋଟିଏ ଟ୍ରକ୍ ଧକ୍କା ଦେଲା, ଆଉ ଏକ ଟ୍ରକ୍ ଚାପିଦେଲା : ରାସ୍ତା ପାର୍ ବେଳେ ଜୀବନ ହାରିଲେ ସୁବାଷ
  • ||
  • ରାତିରେ ହଠାତ ଘରେ ପଶିଗଲା ଦନ୍ତା, ନାବାଳକକୁ ଆକ୍ରମଣ କରି ମାରିଦେଲା…
  • ||
  • ଦେବୀଗଡା ଘାଟ ନିକଟରୁ ବିଶାଳ ଅଜଗର ଉଦ୍ଧାର, ବନ୍ୟା ଜଳରେ ଭାସି ଆସିଥିବା ସନ୍ଦେହ
  • ||

ରାହୁଲଙ୍କ ବ୍ରେକଫାଷ୍ଟ ପଲିଟିକ୍ସ, ସଂସଦ ବାହାରେ ବିରୋଧୀଙ୍କ ସହ କଲେ ଆଲୋଚନା

3/08/2021 at 8:38 PM

ନୂଆଦିଲ୍ଲୀ, ୦୩/୦୮: ରାହୁଲଙ୍କ ବ୍ରେକଫାଷ୍ଟ ପଲିଟିକ୍ସ। ସଂସଦ ବାହାରେ ସମାନ୍ତରାଳ ସଂସଦ ପାଇଁ ବିରୋଧୀ ଚେଷ୍ଟା କରୁଥିବା ବେଳେ ବିଭିନ୍ନ ବିରୋଧୀ ଦଳର ନେତାଙ୍କୁ ନେଇ ବ୍ରେକଫାଷ୍ଟରେ ଆଲୋଚନା କରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ। ଏହି ବ୍ରେକଫାଷ୍ଟ ମିଟିଂ ଜରିଆରେ ଏକଜୁଟ କରିବାକୁ ଉଦ୍ୟମ କରିଛନ୍ତି ରାହୁଲ। ଏଥିସହିତ ରାହୁଲ ସଂସଦ ଯାଏଁ ସାଇକେଲ ଶୋଭାଯାତ୍ରା କରିଥିଲେ। ରାହୁଲଙ୍କ ଏଭଳି ବିରୋଧ ପ୍ରଦର୍ଶନକୁ ନେଇ ତାତ୍ସଲ୍ୟ କରିଛି ବିଜେପି।

ଏକାଠି ବସି ଚା ଜଳଖିଆ କଲେ, ଆଲୋଚନା କଲେ ତାପରେ ପେଗାସସ ଠାରୁ ଗ୍ୟାସଦର, ପେଟ୍ରୋଲ ଠାରୁ ଫାର୍ମର ଯାଏଁ ସରକାରଙ୍କ ବିରୋଧରେ ସମାନ ସ୍ବର ସୃଷ୍ଟି କରିବା ଲାଗି ଏକାଠି ବସିଥିଲେ । କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ଆହ୍ବାନ କ୍ରମେ ଆଜି ଏକାଠି ହୋଇଥିଲେ ବିରୋଧୀ ଦଳ । ଦିଲ୍ଲୀର କନଷ୍ଟିଚ୍ୟୁସନ୍ କ୍ଲବରେ ହୋଇଥିଲା ବ୍ରେକଫାଷ୍ଟ ମିଟିଂ । ତୃଣମୂଳ କଂଗ୍ରେସ, ଏନସିପି, ଜେଏମଏମ, ଶିବସେନା, ସିପିଏମ ଏମିତି ୧୪ଟି ରାଜନୈତିକ ଦଳର ନେତା ଏଠାରେ ଏକାଠି ହୋଇ କେନ୍ଦ୍ର ସରକାରଙ୍କ ବିରୋଧରେ ଆଗାମୀ ଦିନ ପାଇଁ ଅଙ୍କ କଷିଥିଲେ। ପେଗାସସ ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ ମନିଟରିଂରେ ତଦନ୍ତ ଦାବି କରିଛନ୍ତି ବିରୋଧୀ ଜଳଖିଆ ପରେ ଗଡ଼ିଥିଲା ସାଇକେଲ । ସଂସଦ ଯାଏଁ ରାହୁଲଙ୍କର ସାଇକେଲ ଶୋଭାଯାତ୍ରା । ସପ୍ତାହେ ତଳେ ଟ୍ରାକ୍ଟର  ଧରି ସଂସଦ ଯାଇଥିଲେ ରାହୁଲ କୃଷକଙ୍କ ସମସ୍ୟା ଉତ୍ଥାପନ କରିଥିଲେ। ଏବେ ପେଟ୍ରୋଲ ଡିଜେଲ ଓ ଗ୍ୟାସ ଦର ନେଇ ଅଚ୍ଛେ ଦିନର ପୋଷ୍ଟର ଦେଖାଇଥିଲେ । ରାହୁଲ ସାଇକେଲ ଚଲାଇଥିଲେ ଆଉ ଦିଲ୍ଲୀ ରାସ୍ତା ଜାମ୍।

ବିରୋଧ ଅଟଳ, ସଂସଦ ଚାଲିପାରୁନି। ଜୁଲାଇ ୧୯ରୁ ମୌସୁମି ଅଧିବେଶନ ଆରମ୍ଭ ହୋଇଥିବା ବେଳେ ଏପର୍ଯ୍ୟନ୍ତ ଜମା ୧୯ଘଣ୍ଟା ପାର୍ଲ୍ୟାମେଣ୍ଟ ଚାଲିଛି। କରଦାତାଙ୍କ ୧୩୩ କୋଟି ଟଙ୍କା ଧୋଇଗଲାଣି।  ବିରୋଧୀ ସରକାର ନିଜ ନିଜ ଜିଦିରେ ଅଟଳ । ପାର୍ଲାମେଣ୍ଟ ଭିତରେ ବାହାରେ ଏବେ ହୁଲସ୍ତୁଲ ହେଉଥିବା ବେଳେ ମୁହାଁମୁହିଁ ହେଉଛନ୍ତି ବିରୋଧୀ ଓ ଶାସକ।

   Related Posts