Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାତ୍ୟା ‘ଜଓ୍ଵାଦ’ ପ୍ରଭାବ: ଆସନ୍ତାକାଲି ୧୯ ଜିଲ୍ଲାରେ ସ୍କୁଲ ଛୁଟି
  • ||
  • ରାଜଧାନୀ ଦିଲ୍ଲୀରେ ‘ଓମିକ୍ରନ’ ଆତଙ୍କ ! ବିଦେଶ ଫେରନ୍ତା ୧୨ ରୋଗୀ LNJPରେ ଭର୍ତ୍ତି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୯ ହଜାରରୁ ଅଧିକ କରୋନା ପଜିଟିଭ୍, ୩୯୧ ମୃତ
  • ||
  • ଓ୍ୱାଙ୍ଖଡେ ଟେଷ୍ଟରେ ମୁହାଁମୁହିଁ ହେବେ ଭାରତ ଓ ନ୍ୟୁଜିଲାଣ୍ଡ : ଫେରିଲେ ବିରାଟ, ଦେଖିବାକୁ ମିଳିବ ରୋମାଞ୍ଚକର ଫାଇଟ୍
  • ||
  • ପାଟଣା ରେଞ୍ଜରେ ହାତୀ ଆତଙ୍କ, ନଷ୍ଟ କରୁଛନ୍ତି ପାଚିଲା ଧାନ
  • ||
  • ଓଡିଶାରେ ବିରଳ ଘଟଣା : ଯୁବକଙ୍କ ପେଟରୁ ବାହାରିଲା ଭ୍ରୂଣ, ୫ ଘଣ୍ଟାର ଅପରେସନ ପରେ ବାହାର କଲେ ଡାକ୍ତର
  • ||
  • ଚିନ୍ତା ବଢାଇଲା ଓମିକ୍ରନ, ଦକ୍ଷିଣ ଆଫ୍ରିକାରେ ଲକଡାଉନ୍: ଭାରତରେ ମଧ୍ୟ ସ୍ଥିତି ସାଂଘାତିକ
  • ||
  • ଓଡିଶାରେ ଘସି ହୋଇଯିବ ଜଓ୍ୱାଦ ! ଉପକୂଳରେ ପ୍ରବଳ ବର୍ଷା, ୯୦ କିମି ବେଗରେ ବହିବ ପବନ
  • ||
  • ଚୋରା କାରବାରରେ ନାବାଳକ : ନବମ ଶ୍ରେଣୀ ଛାତ୍ରଙ୍କ ବ୍ୟାଗରୁ ମିଳିଲା ୨ କେଜି ଅଫିମ
  • ||

ଏହିଭଳି ରାହୁଲ ଗାନ୍ଧୀଙ୍କ ଜନ୍ମଦିନ ପାଳନ କଲେ କଂଗ୍ରେସ କର୍ମୀ, ପରିହାସ କଲେ ଲୋକେ

19/06/2021 at 7:47 PM

ବାରାଣାସୀ ୧୯/୦୬ : କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ୫୧ ତମ ଜନ୍ମଦିନ ଅବସରରେ କଂଗ୍ରେସ ଓ ରାହୁଲ ଗାନ୍ଧୀଙ୍କ ସମର୍ଥକ ସେବା ଭାବନାରେ ତାଙ୍କ ଜନ୍ମଦିନ ପାଳନ କରୁଛନ୍ତି। କିନ୍ତୁ ସେବା ଭାବନା ଏପରି ଥିଲା ଯେ ଯେକୌଣସି ଗରିବ ଲୋକର ମୁଣ୍ଡ ଲଜ୍ଜାରେ ନଇଁଯିବ। ଗରୀବ ଲୋକମାନଙ୍କର ଦରିଦ୍ରତାକୁ କିପରି ଉପହାସ କରାଯାଏ ତାହା ଏମାନଙ୍କ ସେବା ଭାବର ଦୃଶ୍ୟ ଦେଖି ବୁଝିହେବ।

ବାରାଣାସୀରୁ ଏହି ଦୃଶ୍ୟ ସାମ୍ନାକୁ ଆସିଛି ଯେଉଁଠାରେ କଂଗ୍ରେସ କର୍ମୀ ଏବଂ ରାହୁଲ ଗାନ୍ଧୀଙ୍କ ସମର୍ଥକମାନେ ରାହୁଲ ଗାନ୍ଧୀଙ୍କ ଜନ୍ମଦିନ ପାଳନ କରିବା ପାଇଁ ଗରିବ ଲୋକଙ୍କୁ ଜରୁରୀ ଜିନିଷ ବଣ୍ଟନ କରିବାକୁ ରାସ୍ତାରେ ଓହ୍ଲାଇଥିଲେ। ଜରୁରୀ ଜିନିଷରେ ଏମାନେ ଲୋକମାନଙ୍କୁ ଆମ୍ବ ବଣ୍ଟିଥିଲେ। ତେବେ ଆମ୍ବର ଓଜନ ଏତେ ଥିଲା ଯେ ତା ଆଗରେ ଏମାନଙ୍କ ଲଜ୍ଜାର ଓଜନ ମଧ୍ୟ କମ ହୋଇଯାଇଥିଲା। ଏମାନେ ପ୍ରତ୍ୟେକ ଅଭାବୀ ଲୋକଙ୍କୁ ଆମ୍ବ ଦେଉଥିଲେ। ଗରିବଙ୍କୁ ଏମାନେ ଗୋଟିଏ ଆମ୍ବ ଦେଉଥିଲେ ଏବଂ ସେହି ଗୋଟିଏ ଆମ୍ବ ସହିତ ସମସ୍ତେ ଫଟୋ ଉଠାଇଥିଲେ। ତାଙ୍କୁ ଆହୁରି ଖରାପ ଲାଗିନଥିଲା ଯେ ଏମାନେ ଆହୁରି କହିଥିଲେ ଯେ ରାହୁଲ ଗାନ୍ଧୀଙ୍କ ଜନ୍ମଦିନରେ ଏମାନେ ଗରିବ ଲୋକଙ୍କ ସେବା କରୁଛନ୍ତି।

କଂଗ୍ରେସ ସମର୍ଥକ ଦୁର୍ଗା ପ୍ରସାଦ ଯାଦବ କହିଛନ୍ତି ଯେ ରାହୁଲ ଗାନ୍ଧୀଙ୍କ ଜନ୍ମଦିନ ଅତି ସରଳତାର ସହ ପାଳନ କରାଯାଉଛି। ରାହୁଲ ଗାନ୍ଧୀ ନିଜେ ହିଁ ଏହା କହିଥିଲେ। ସେଥିପାଇଁ ଆମେ ଲୋକଙ୍କୁ ସାହାଯ୍ୟ କରୁଛୁ। ବାରାଣାସୀର ସୋସିଆଲ ମିଡିଆରେ ଏହାର ଫଟୋ ଏବଂ ଭିଡିଓ ଖୁବ ଭାଇରାଲ ହେଉଛି। ଭିଡିଓରେ ଲୋକେ ବିଭିନ୍ନ ଭାଷାରେ କମେଣ୍ଟ ଦେଇଛନ୍ତି। କିନ୍ତୁ ଭିଡରେ ଯେଭଳି ଫଟୋ ସେସନରେ ଦେଖିବାକୁ ମିଳିଛି ଏଥିରୁ ସ୍ପଷ୍ଟ ହୋଇଛି ଯେ ସମାଜସେବାର ଗୋଟିଏ ପାର୍ଶ୍ୱ କେବଳ ଫଟୋ ସେସନ ଯାଏଁ ହିଁ ସୀମିତ ହୋଇଯାଇଛି।

   Related Posts