ରାହୁଲ ଗାନ୍ଧୀଙ୍କ ବଡ ଘୋଷଣା- ଯେଉଁ ଦିନ କଂଗ୍ରେସ କ୍ଷମତାକୁ ଆସିବ, ସେହି ଦିନ ତିନି କୃଷି ଆଇନକୁ ଡଷ୍ଟବିନରେ ଫିଙ୍ଗାଯିବ

Published By : Prameya-News7 Bureau | October 04, 2020 IST

ମୋଗା ୦୪।୧୦: କଂଗ୍ରେସ ନେତା ରାହୁଲ ଗାନ୍ଧୀ ନୂତନ କୃଷି ଆଇନ ବିରୋଧରେ କେନ୍ଦ୍ର ସରକାର ବିରୋଧରେ ଶାଣିତ ସ୍ଵରରେ ଆକ୍ରମଣ କରିଛନ୍ତି। ପଞ୍ଜାବର ମୋଗାରେ ଖେତି ବଚାଓ ଯାତ୍ରାକୁ ସମ୍ବୋଧିତ କରି ରାହୁଲ ଗାନ୍ଧୀ କହିଛନ୍ତି ଯଦି ସରକାରଙ୍କୁ ଏହି ବିଧେୟକ ଗୃହୀତ କରାଇବାର ଥିଲା ତେବେ ସର୍ବପ୍ରଥମେ ସଂସଦର ଉଭୟ ଗୃହରେ ଚର୍ଚ୍ଚା କରିବାର ଥିଲା।

ରାହୁଲ ଗାନ୍ଧୀ କହିଛନ୍ତି ସେ କୃଷକଙ୍କୁ ଗ୍ୟାରେଣ୍ଟି ଦେବାକୁ ଚାହାନ୍ତି ଯେ, ଯେଉଁ ଦିନ କଂଗ୍ରେସ କ୍ଷମତାକୁ ଆସିବ ସେହି ଦିନ ଏହି ତିନି କୃଷି ଆଇନକୁ ସମାପ୍ତ କରାଯିବ ଏବଂ ଏହାକୁ ଡଷ୍ଟବିନରେ ଫିଙ୍ଗି ଦିଆଯିବ।

କଂଗ୍ରେସ ନେତା କହିଛନ୍ତି ସେ ପଞ୍ଜାବ କୃଷକଙ୍କୁ ଭରସା ଦେବାକୁ ଚାହୁଁଛନ୍ତି ଯେ, କଂଗ୍ରେସ ସମଗ୍ର ଦେଶର କୃଷଙ୍କ ସହିତ ରହିଛି ଏବଂ କଂଗ୍ରେସ ଗୋଟିଏ ଇଞ୍ଚ ମଧ୍ୟ ନିଜର ପ୍ରତିଶ୍ରୁତିରୁ ପଛକୁ ହଟିବ ନାହିଁ। ରାହୁଲ ଗାନ୍ଧୀ କହିଛନ୍ତି ନରେନ୍ଦ୍ର ମୋଦୀ ସରକାର ଏମଏସପିକୁ ସମାପ୍ତ କରିବାକୁ ଚାହୁଁଛନ୍ତି। ଚାଷର ପୂରା ବଜାରକୁ ମୁକେଶ ଅମ୍ବାନୀ ଓ ଅଡାନୀଙ୍କ ହାତରେ ହସ୍ତାନ୍ତର କରିବାକୁ ଚାହାନ୍ତି। ମାତ୍ର କଂଗ୍ରେସ ପାର୍ଟି ଏମିତି ହେବାକୁ ଦେବ ନାହିଁ।

wp:html /wp:html

ରାହୁଲ କହିଛନ୍ତି ଯଦି କୃଷକ ନୂତନ କୃଷି ଆଇନ୍‌କୁ ନେଇ ଖୁସି ତେବେ ସାରା ଦେଶରେ କଣ ପାଇଁ ବିକ୍ଷୋଭ ପ୍ରଦର୍ଶନ ଜାରି ରହିଛି ? ପଞ୍ଜାବରେ କୃଷକ କଣ ପାଇଁ ପ୍ରଦର୍ଶନ କରୁଛନ୍ତି। ରାହୁଲ ପ୍ରଶ୍ନ କରିଛନ୍ତି ଯେ, ସରକାରଙ୍କୁ କରୋନା କାଳରେ ଏହି ତିନି ଆଇନ୍‌କୁ ତରବରିଆ ଭାବେ ଲାଗୁ କରିବାର କଣ ଆବଶ୍ୟକତା ଥିଲା।

ପୂର୍ବତନ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ କହିଛନ୍ତି କୃଷକଙ୍କ ଶସ୍ୟ କିଣିବା ପାଇଁ ତିଆରି ହୋଇଥିବା ନୂତନ ଆଇନରେ ତ୍ରୁଟି ରହିଛି, ଯାହାକୁ ସୁଧାରିବାର ଆବଶ୍ୟକତା ରହିଛି। ଏହାକୁ ନଷ୍ଟ କରିବାର ଆବଶ୍ୟକ ନାହିଁ। ଯଦି ଏହି ସିଷ୍ଟମ ନଷ୍ଟ ହୋଇଯିବ ତେବେ କୃଷକଙ୍କ ପାଖରେ କିଛି ରହିବ ନାହିଁ। ପୁଣି କୃଷକଙ୍କୁ ଅମ୍ବାନୀ ଓ ଅଡାନୀଙ୍କ ସହିତ କଥା ହେବାକୁ ପଡିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.