ଏହି ସୁନ୍ଦରୀ ରାଜକୁମାରୀଙ୍କ ସହ ରାହୁଲ ଗାନ୍ଧୀଙ୍କର ଥିଲା ପ୍ରେମ ସମ୍ପର୍କ
13/02/2019 at 11:28 AM

ଦିଲ୍ଲୀ ୧୩/୨ : ଏବେ ଭାଲେଣ୍ଟାଇନ ସପ୍ତାହ ଚାଲିଛି | ସେଥିପାଇଁ ପ୍ରେମକୁ ନେଇ ଚର୍ଚ୍ଚା ମଧ୍ୟ ଜୋରସୋରରେ ଚାଲିଛି | ଏବେ ପର୍ଯ୍ୟନ୍ତ ଅନେକ ବଡ ବଡ ରାଜନେତା ତଥା ସେଲିବ୍ରିଟିଙ୍କ ପ୍ରେମ ସମ୍ପର୍କ ସାମ୍ନାକୁ ଆସିଛି | କିନ୍ତୁ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ପ୍ରେମ ସମ୍ପର୍କ ବିଷୟରେ ବୋଧହୁଏ ଆପଣମାନେ ଜାଣିନଥିବେ | ଆସନ୍ତୁ ଜାଣିବା ରାହୁଲ କାହାକୁ ପସନ୍ଦ କରୁଥିଲେ | ରାହୁଲ ଆଜି ଯାଏଁ ବିବାହ କରିନାହାନ୍ତି ସତ କିନ୍ତୁ ନିଜ ପ୍ରେମ କାହାଣୀ ପାଇଁ ଚର୍ଚ୍ଚାର ବିଷୟ ପାଲଟିଛନ୍ତି |

ରାହୁଲ ଗାନ୍ଧୀଙ୍କୁ ଦେଶର ସବୁଠାରୁ ଲୋକପ୍ରିୟ ବ୍ୟାଚଲର ବୋଲି କୁହାଯାଏ | କିଛି କିଛି ଦିନ ବ୍ୟବଧାନରେ ରାହୁଲଙ୍କ ବିବାହକୁ ନେଇ ଚର୍ଚ୍ଚା ହୋଇଥାଏ | ରାହୁଲ ଗାନ୍ଧୀଙ୍କ ସମ୍ପର୍କ ଜଣେ ରାଜକୁମାରୀଙ୍କ ସହ ଥିଲା | କିଛି ଦିନ ପୂର୍ବରୁ ରାହୁଲ ଏହି ରାଜକୁମାରୀଙ୍କୁ ଅଧିକାଂଶ ସମୟରେ ଦେଖା କରିବାକୁ ଯାଉଥିଲେ | ଯାହାଫଳରେ ରାହୁଲଙ୍କ ସମ୍ପର୍କ ବିଷୟରେ ସମସ୍ତେ ଜାଣିବାକୁ ପାଇଥିଲେ |

ଏହି ରାଜକୁମାରୀ ଆଫଗାନିସ୍ଥାନର | ରାହୁଲଙ୍କ ଏହି ପ୍ରେମିକା ଆଫଗାନିସ୍ଥାନର ପୂର୍ବ ଶାସକ ମହମ୍ମଦ ଜାହିରଙ୍କ ନାତୁଣୀ | ଏହି ରାଜକୁମାରୀ ରାହୁଲଙ୍କ ସହିତ ସୋନିଆ ଗାନ୍ଧୀଙ୍କ ବାସଭବନରେ ଆୟୋଜିତ ଏକ ପ୍ରାର୍ଥନା ସଭାରେ ମଧ୍ୟ ସାମିଲ ହୋଇଥିଲେ | ସେତେବେଳେ ରାଜକୁମାରୀ ଏବଂ ରାହୁଲଙ୍କ ସମ୍ପର୍କକୁ ନେଇ ଜୋରସୋରରେ ଚର୍ଚ୍ଚା ହୋଇଥିଲା |

ସୂଚନାଯୋଗ୍ୟ ଯେ, ଉଭୟଙ୍କୁ ଦିଲ୍ଲୀର ଅମନ ହୋଟେଲରେ ମଧ୍ୟ ଏକାସଙ୍ଗେ ଦେଖିବାକୁ ମିଳିଥିଲା | ହୋଟେଲ ଅମନର ଫିଟନେସ ସେଣ୍ଟରରେ ଉଭୟଙ୍କୁ ଏକାସଙ୍ଗେ ଦେଖିବାକୁ ମିଳିଥିଲା | ଏମାନଙ୍କୁ ଫ୍ରାନ୍ସରେ ମଧ୍ୟ ଏକାସଙ୍ଗେ ବୁଲାବୁଲି କରୁଥିବା ଦେଖିବାକୁ ମିଳିଥିଲା | କିନ୍ତୁ ୨୦୧୩ ମସିହାରେ ଆଫଗାନିସ୍ଥାନର ଏହି ରାଜକୁମାରୀ ନୋଏଲ ମିସ୍ତ୍ରର ରାଜବଂଶୀୟ ପରିବାରର ରାଜକୁମାରଙ୍କୁ ବିବାହ କରିଥିଲେ | ରାହୁଲ କିନ୍ତୁ ଆଜି ଯାଏଁ ଅବିବାହିତ ଅଛନ୍ତି |