Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଯୁବ ମୋର୍ଚ୍ଚା ନେତାଙ୍କୁ ମାଡ଼ ଘଟଣାରେ ପ୍ରତିବାଦ, ମୁଖ୍ୟମନ୍ତ୍ରୀଙ୍କ କୁଶ ପୁତ୍ତଳିକା ଦାହ କଲା ବିଜେପି
  • ||
  • କାର୍ତ୍ତିକ ମାସର ପ୍ରଥମ ସୋମବାରରେ ଧବଳେଶ୍ଵର ପୀଠରେ ୧୪୪ ଧାରା ଜାରି
  • ||
  • ଭୁବନେଶ୍ବର : ମନୀଷ ଅନୁରାଗ ମୃତ୍ୟୁ ମାମଲା : ବଦଳିଲେ ତମାଣ୍ଡୋ ଥାନା IIC, ଚନ୍ଦକା ଥାନାର ସବ୍ ଇନ୍ସପେକ୍ଟର ତୁଲାଇବେ ଦାୟିତ୍ବ
  • ||
  • ଭୁବନେଶ୍ବର : ମନୀଷ ଅନୁରାଗ ମୃତ୍ୟୁ ମାମଲା, କନେଷ୍ଟବଳ ପ୍ରସନ୍ନ ବେହେରା ନିଲମ୍ବିତ
  • ||
  • ଜଗତସିଂହପୁର : ଦେବୀ ନଦୀରେ ବୁଡି ୫ମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ, ଅନ୍ୟ ୩ଜଣ ଉଦ୍ଧାର
  • ||
  • ବ୍ରହ୍ମପୁର : ବ୍ରହ୍ମପୁରରେ ସ୍ବର୍ଣ୍ଣିମ ବିଜୟ ବର୍ଷ ପାଳିତ, ପୋଲିସ ରିଜର୍ଭ ଗ୍ରାଉଣ୍ଡରେ ପହଞ୍ଚିଲା ମଶାଲ
  • ||
  • ଭୁବନେଶ୍ବର : ତେଲ ଟ୍ୟାଙ୍କରରେ ଗଞ୍ଜେଇ ଚାଲାଣ, ଅଢେଇ କ୍ବିଣ୍ଟାଲ ଗଞ୍ଜେଇ ସହ ୨ ଜଣଙ୍କୁ ଗିରଫ କଲା ଏନ୍‌ସିବି
  • ||
  • ବାଲିପାଟଣା : ବୃଦ୍ଧଙ୍କୁ ଚାପିଦେଲା ହାଇଓ୍ବା, ଘଟଣାସ୍ଥଳରେ ଚାଲିଗଲା ଜୀବନ
  • ||
  • ସୁନ୍ଦରଗଡ : ଗଛରୁ ଉଦ୍ଧାର ହେଲା ଯୁବକଙ୍କ ଝୁଲନ୍ତା ମୃତଦେହ, ଆତ୍ମହତ୍ୟା ସନ୍ଦେହ
  • ||
  • ବାରିପଦା : ମୟୁରଭଞ୍ଜରେ ସ୍ବାସ୍ଥ୍ୟ ସ୍ମାର୍ଟ କାର୍ଡ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ, ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ
  • ||

ମୋଦିଙ୍କୁ ଚିଠି ଲେଖି ଭାଇରସ୍ ମ୍ୟୁଟେସନ୍ ଟ୍ରାକ୍ କରିବାକୁ ପରାମର୍ଶ ଦେଲେ ରାହୁଲ ଗାନ୍ଧୀ

7/05/2021 at 1:57 PM

ନୂଆଦିଲ୍ଲୀ ୦୭/୦୫ : କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ କରୋନା ସଂକ୍ରମଣ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଚିଠି ଲେଖିଛନ୍ତି । ଚିଠିରେ ରାହୁଲ କହିଛନ୍ତି ଯେ ଦେଶରେ କରୋନା ମ୍ୟୁଟେସନକୁ ଲଗାତାର ଟ୍ରାକ କରାଯାଉ । ସବୁ ମ୍ୟୁଟେସନ ଉପରେ ଉପଲବ୍ଧ ଭ୍ୟାକସିନ ପରୀକ୍ଷା କରାଯାଉ । ଏହାସହ ଦେଶର ସମସ୍ତ ଜନତାଙ୍କୁ ଶୀଘ୍ର ଭ୍ୟାକସିନ ଦେବାକୁ ପ୍ରବନ୍ଧ କରାଯାଉ ।

ରାହୁଲ ମୋଦିଙ୍କୁ ଚିଠି ଲେଖି ଆରୋପ ଲଗାଇଛନ୍ତି ଯେ ସରକାରଙ୍କ ବିଫଳତା ଯୋଗୁଁ ପୁଣିଥରେ ଦେଶ ରାଷ୍ଟ୍ରୀୟ ସ୍ଥର ଲକଡାଉନ ଆଡକୁ ମୁହାଁଇଛି । ଏହିଭଳି ସ୍ଥିତିରେ ଗରିବ ଓ ଅଭାବୀଙ୍କୁ ତତ୍କାଳ ଆର୍ଥିକ ସାହାଯ୍ୟ କରାଯାଉ ଯେପରି ଗତଥର ଭଳି ସେମାନଙ୍କୁ କୌଣସି ସମସ୍ୟା ନ ହେଉ ।

ଚିଠିରେ ରାହୁଲ ଲେଖିଛନ୍ତି, ମୁଁ ପୁଣିଥରେ ଆପଣଙ୍କୁ ଚିଠି ଲେଖିବାକୁ ବାଧ୍ୟ ହୋଇଛି । କାରଣ ଦେଶ କୋଭିଡ ସୁନାମି ଆଡକୁ ଗତି କରୁଛି । ଏହିଭଳି ସ୍ଥିତିରେ ଦେଶବାସୀଙ୍କୁ ଆପଣ ପ୍ରାଥମିକତା ଦେବା ଉଚିତ । ମୁଁ ଆପଣଙ୍କୁ ଅନୁରୋଧ କରୁଛି ଯେ ଦେଶବାସୀଙ୍କୁ ଏହି ସଙ୍କଟରୁ ବଞ୍ଚାଇବାକୁ ଯାହା ବି ସମ୍ଭବ ତାହା କରନ୍ତୁ ।’

ଆଗକୁ ସେ କହିଛନ୍ତି, ଦୁନିଆରେ ପ୍ରତ୍ୟେକ ୬ଜଣକ ମଧ୍ୟରେ ଜଣେ ଭାରତୀୟ । ମହାମାରୀ ବର୍ତ୍ତମାନ ଦର୍ଶାଇଛି ଯେ ଆମର ଆକାର, ଅନୁବଂଶିକ ବିବିଧତା ଏବଂ ଜଟିଳତା ଭାରତରେ ଏହି ଜୀବାଣୁ ପାଇଁ ଅନୁକୂଳ ଏବଂ ସେଥିପାଇଁ ଏହି ଭାଇରସ ରୂପ ବଦଳାଇ ଅଧିକ ବିପଜ୍ଜନକ ସ୍ୱରୂପରେ ସାମ୍ନାକୁ ଆସିଛି । ଏହାସହ ସେ ଡବଲ ମ୍ୟୁଟେଣ୍ଟ ଓ ଟ୍ରିପଲ ମ୍ୟୁଟେଣ୍ଟକୁ ନେଇ ଭୟ ପ୍ରକାଶ କରିଛନ୍ତି ।

ରାହୁଲଙ୍କ କହିବାନୁଯାୟୀ, ଭାଇରସ ଅନିୟନ୍ତ୍ରିତ ଢଙ୍ଗରେ ପ୍ରସାରିତ ହେବା କେବଳ ଦେଶବାସୀଙ୍କ ପାଇଁ ଘାତକ ନୁହେଁ ବରଂ ଦୁନିଆ ପାଇଁ ମଧ୍ୟ ବିପଦଜନକ । ଏହି ଭାଇରସ ଓ ତାର ବିଭିନ୍ନ ସ୍ୱରୂପ ସମ୍ପରରେ ବୈଜ୍ଞାନିକ ତରିକାରେ ପତା କରିବାକୁ ସେ ମୋଦିଙ୍କୁ ପରାମର୍ଶ ଦେଇଛନ୍ତି । ସମସ୍ତ ନୂଆ ମ୍ୟୁଟେସନ ବିରୋଧରେ ଟିକାର ପ୍ରଭାବ ଆକଳନ କରାଯାଉ ବୋଲି ସେ କହିଛନ୍ତି ।

ରାହୁଲ ଗାନ୍ଧୀ ଆରୋପ ଲଗାଇଛନ୍ତି ଯେ କେନ୍ଦ୍ର ସରକାରଙ୍କ ପାଖରେ କୋଭିଡ ବିରୋଧରେ ଟୀକାକରଣକୁ ନେଇ ସ୍ପଷ୍ଟ ରଣନୀତି ନାହିଁ । ଭାଇରସ ବିସ୍ତାର କଲାବେଳେ ସରକାର ମହାମାରୀ ଉପରେ ବିଜୟ ଘୋଷଣା କରିଥିଲେ।

   Related Posts