Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ରାଜ୍ୟରେ ଆଉ ୫ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୩୯ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୪୧୮ କରୋନା ସଂକ୍ରମିତ, ୩୧୮୭୨୫ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଆଜି ପ୍ରଧାନମନ୍ତ୍ରୀଙ୍କ ‘ଟିକା’ ସମୀକ୍ଷା, ଭ୍ୟାକସିନ୍ ବିକାଶରେ ଲାଗିଥିବା ୩ କମ୍ପାନୀ ସହ ଆଲୋଚନା
  • ||
  • ଆସନ୍ତାକାଲିଠୁ ପ୍ରସିଦ୍ଧ କୋଣାର୍କ ମହୋତ୍ସବ: କୋଭିଡ଼ କଟକଣା ମଧ୍ୟରେ ପାଳିତ ହେବ ଉତ୍ସବ
  • ||
  • ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା : ଡଙ୍ଗା ଭସା ଉପରେ ରୋକ , କୋଭିଡ କଟକଣା ଯୋଗୁଁ ଉତ୍ସବ ଫିକା
  • ||
  • କମିବାରେ ଲାଗିଛି କରୋନା ପ୍ରଭାବ, ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୭୦୭ ଆକ୍ରାନ୍ତ
  • ||

ମୋଦୀଙ୍କୁ ଚିଠି ଲେଖିଲେ ରାହୁଲ, କରୋନା ମୁକାବିଲା ପାଇଁ ଦେଲେ ଏହି ପରାମର୍ଶ

29/03/2020 at 4:34 PM

ନୂଆଦିଲ୍ଲୀ, ୨୯|୦୩:    ଦେଶରେ କରୋନା ଭାଇରସ ସଂକ୍ରମଣ ମାମଲା ୯୭୯ ହୋଇଯାଇଛି । ଏହାସହ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ସଂଖ୍ୟା ମଧ୍ୟ ୨୫ରେ ପହଁଚିଛି । ସରକାର ବିଭିନ୍ନ ସ୍ତରରେ ଏହି ମହାମାରୀର ମୁକାବିଲା ପାଇଁ ପଦକ୍ଷେପ ନେଉଛନ୍ତି । ଏହା ମଧ୍ୟରେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପତ୍ର ଲେଖିଛନ୍ତି । ଏହାସହ କରୋନା ମୁକାବିଲା ପାଇଁ କିଛି ପରାମର୍ଶ ମଧ୍ୟ ଦେଇଛନ୍ତି । ଏହାସହ ସେ ଏହି ପରିସ୍ଥିତିରେ ସରକାରଙ୍କ ସହ ରହିଥିବା କହିଛନ୍ତି ।

ରାହୁଲ ପତ୍ରରେ ଲେଖିଛନ୍ତି ଯେ, ସରକାର ଶ୍ରମିକ ଓ ବାସହରାଙ୍କ ପାଇଁ ରହିବାର ବ୍ୟବସ୍ଥା କରନ୍ତୁ । ଅନେକ ଯୁବକ ବେରାଜଗାର ହୋଇ ଘରକୁ ପଳାଇଛନ୍ତି ।ଫଳରେ କରୋନା ସଂକ୍ରମଣର ଭୟ ଅଧିକ ରହିଛି । ଏପରି ହେଲେ ସ୍ଥିତି ଆହୁରି ଭୟାନକ ହୋଇପାରେ । ଏହାକୁ ନଜରରେ ରଖି ସେମାନଙ୍କ ପାଇଁ ଖାଇବା ଓ ପିଇବାର ବ୍ୟବସ୍ଥା ସରକାର କରିବା ଆବଶ୍ୟକ ।

ସେ ପତ୍ରରେ ଆହୁରି ଲେଖିଛନ୍ତି ଯେ, ସରକାର ଆର୍ଥିକ ପ୍ୟାକେଜ ଘୋଷଣା କରି ଭଲ ପଦକ୍ଷେପ ନେଇଛନ୍ତି । କିନ୍ତୁ ଏହା ଲୋକଙ୍କ ନିକଟରେ ପହଁଚାଇବା ଜରୁରୀ । ଲକଡାଉନ ପାଇଁ ଶ୍ରମିକମାନେ କାମକୁ ଯାଇପାରୁ ନାହାଁନ୍ତି । ଅନେକ ଲୋକ ଘରଭଡା ଦେବାକୁ ମଧ୍ୟ ସକ୍ଷମ ନୁହଁନ୍ତି । ତେଣୁ ଲୋକମାନେ ସେମାନଙ୍କ ଗାଁକୁ ଚାଲି ଯାଉଛନ୍ତି । ସରକାର ସେମାନଙ୍କୁ ସାହାଯ୍ୟ କରନ୍ତୁ ବୋଲି ରାହୁଲ ଅନୁରୋଧ କରିଛନ୍ତି ।

   Related Posts