ଥମିବାର ନାଁ ନେଉନି ରାଫେଲ୍ ଝଡ଼ ; ରାହୁଲ ତଳକୁ ଖସିଯାଇଛନ୍ତି କହିଲେ ପାରିକର

Published By : Prameya-News7 Bureau | January 31, 2019 IST

ନୂଆଦିଲ୍ଲୀ ୩୧|୧:  ରାଫେଲକୁ ନେଇ ଝଡ଼ ଯେମିତି ଥମିବାର ନାଁ ନେଉନି । ବିଶେଷ କରି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଅଚାନକ ଗୋଆ ମୁଖ୍ୟମନ୍ତ୍ରୀ ତଥା ତତ୍କାଳୀନ ପ୍ରତିରକ୍ଷା ମନ୍ତ୍ରୀ ମନୋହର ପାରିକରଙ୍କୁ ଭେଟିବା ପରେ ରାଜନୀତି ଦରିଆରେ ସୁନାମି ଆସିଛି । ପାରିକରଙ୍କୁ ଭେଟିବା ପରେ ନୂଆ ରାଫେଲ୍ ଡିଲ୍ ସମ୍ପର୍କରେ ଗୋଆ ମୁଖ୍ୟମନ୍ତ୍ରୀ କିଛି ଜାଣି ନ ଥିବା କହିଥିଲେ । ଏହାର କାଉଣ୍ଟରରେ କଂଗ୍ରେସ କପ୍ତାନଙ୍କୁ ଚିଠି ଲେଖିଛନ୍ତି ପାରିକର । ହଠାତ୍ ଉଭା ହୋଇ ତାଙ୍କ ସ୍ବାସ୍ଥ୍ୟବସ୍ଥା ବୁଝି ରାହୁଲ ଫେରିଯାଇଥିଲେ । ରାଫେଲ୍ ବିଷୟରେ ଧାଡ଼ିଟିଏ ଆଲୋଚନା ହୋଇ ନ ଥିବା ବେଳେ ଏଭଳି କରି ରାହୁଲ ତଳକୁ ଖସିଯାଇଥିବା ଚିଠିରେ ଉଲ୍ଲେଖ କରିଛନ୍ତି ପାରିକର । ଏବେ ଏହାର କାଉଣ୍ଟରରେ ପାରିକରଙ୍କୁ ଚିଠି ଲେଖିଛନ୍ତି ରାହୁଲ । ସେ ଯାହା କହିଛନ୍ତି, ସେ ସବୁ ବହୁ ଦିନ ହେବ କହି ଆସୁଛନ୍ତି ବୋଲି ସ୍ପଷ୍ଟ କରିଛନ୍ତି । ତେବେ ପିଏମ୍ ଙ୍କ ପ୍ରେସରରେ ପାରିକର ତାଙ୍କୁ ପତ୍ର ଲେଖିଥିବା ଅଭିଯୋଗ କରିଛନ୍ତି କଂଗ୍ରେସ ଅଧ୍ୟକ୍ଷ ।     

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.