Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେରଳରେ ଭୀଷଣ ବର୍ଷା: ୫ ଜିଲ୍ଲାରେ ବନ୍ୟା ପରିସ୍ଥିତି, ଭୂସ୍ଖଳନରେ ଜଣେ ମୃତ, ୧୨ ନିଖୋଜ
  • ||
  • ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ ଡେଙ୍ଗୁ, ସ୍ବାସ୍ଥ୍ୟବସ୍ଥାରେ ଆସୁଛି ସୁଧାର
  • ||
  • କାମେଶ୍ୱର ମନ୍ଦିରରୁ ଚୋରି, ଦାନବାକ୍ସ ଭାଙ୍ଗି ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୫୮ କୋଭିଡ୍ ପଜିଟିଭ୍
  • ||
  • ନବୀନ @ ୭୬, ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ
  • ||
  • ୭୬ ବର୍ଷରେ ପାଦ ଦେଲେ ନବୀନ, କରୋନା ମହାମାରୀ ପାଇଁ ପାଳିବେନି ଜନ୍ମଦିନ
  • ||
  • ଶାରଦୀୟ ଦୁର୍ଗାପୂଜା ଶେଷ, ଶନିବାର ଧରାପୃଷ୍ଠରୁ ବିଦାୟ ନେବେ ମା
  • ||
  • ହାଟରୁ ଫେରୁଥିବା ବେଳେ ବୃଦ୍ଧାଙ୍କୁ ଗଣଦୁଷ୍କର୍ମ, ଘରେ ଛାଡିଦେବେ କହି ଇଜ୍ଜତ ଲୁଟିଲେ ୮ ସଇତାନ
  • ||
  • କଟକ : କଟକରେ ଏନ୍‌କାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ରାକେଶ ଆହତ
  • ||

ୱାଇନାଡ ଆସନରୁ ୨ ଲକ୍ଷରୁ ଅଧିକ ଭୋଟରେ ବିଜୟୀ ହେଲେ ରାହୁଲ

23/05/2019 at 3:39 PM

ଲୋକସଭା ନିର୍ବାଚନ ଫଳାଫଳ ଅନ୍ତିମ ପର୍ଯ୍ୟାୟରେ ରହିଛି । ଏତିକିବେଳେ କେରଳ ୱାଇନାଡ ଆସନରୁ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ବିଜୟୀ ହୋଇଛନ୍ତି । ଭୋଟ ଗଣତି ବେଳେ ୱାଇନାଡ ଆସନରୁ ରାହୁଲ ଗାନ୍ଧୀ ବିଜୟୀ ହେବା ନେଇ ଆଶା କରାଯାଇଥିଲା । କାରଣ କଂଗ୍ରେସ ଅନେକ ଭୋଟରେ ଆଗୁଆ ଥିଲେ ।

କେରଳ ୱାଇନାଡ ଆସନ ୨୦୦୮ ମସିହାରୁ କଂଗ୍ରେସ କବଜା କରିଛି । ଏହି ଆସନ ଅନ୍ତର୍ଗତ ୭ଟି ବିଧାନସଭା ଆସନ ରହିଛି । ଏହି ୭ଟି ବିଧାନସଭା ଆସନ ହେଲା ମନନ୍ଥବାଡି, ସୁଲତାନବଥେରି, କଲ୍ପଟ୍ଟା, କୋଝିକୋଡ ଜିଲ୍ଲାରେ ରହିଛି ।  ୨୦୦୯ ମସିହାରୁ କଂଗ୍ରେସର ଏମଆଇ ଶାଲବାସ ଏଠାରେ ସାଂସଦ ଅଛନ୍ତି । ୱାଇନାଡ ଆସନ ଏକ ହାଇ ପ୍ରୋଫାଇଲ ଆସନ । ଏହି ଆସନ ଉପରେ ସମସ୍ତଙ୍କର ନଜର ରହିଥିଲା । ସେଥିପାଇଁ ରାହୁଲ ଗାନ୍ଧୀ ଏହି ଆସନରୁ ନିର୍ବାଚନ ଲଢିଥିଲେ । ୱାଇନାଡ ଆସନକୁ କଂଗ୍ରେସର ଗଡ ବୋଲି କୁହାଯାଏ । ସେଥିପାଇଁ ରାହୁଲ ଗାନ୍ଧୀ ଏହି ଆସନରୁ ଜିତିବା ପାଖାପାଖି ପକ୍କା ଥିଲା ।

   Related Posts