Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ସୋମବାର ଭିଡିଓ ଜାରି କରିବେ ରାହୁଲ ଗାନ୍ଧି, ଦେଶବାସୀଙ୍କୁ କହିବେ କିପରି ଅର୍ଥବ୍ୟବସ୍ଥାକୁ ନଷ୍ଟ କଲେ ମୋଦି

30/08/2020 at 8:05 PM

ନୂଆଦିଲ୍ଲୀ ୩୦।୮:  ପୂର୍ବତନ କଂଗ୍ରେସ ସଭାପତି ତଥା ଯୁବନେତା ରାହୁଲ ଗାନ୍ଧି ୩୧ ଅଗଷ୍ଟ ସୋମବାର ସକାଳ ୧୦ବେଳେ ଏକ ଭିଡିଓ ଜାରି କରିବେ ବୋଲି ଘୋଷଣା କରିଛନ୍ତି। ଏଥିରେ ଦେଶର ଅର୍ଥବ୍ୟବସ୍ଥାକୁ କେନ୍ଦ୍ରର ବିଜେପି ସରକାର କିପରି ତିଳତିଳ କରି ନଷ୍ଟ କରିଚାଲିଛନ୍ତି ସେ ନେଇ ଦେଶବାସୀଙ୍କୁ ସୂଚିତ କରିବେ ବୋଲି ଜଣାପଡିଛି। ଭିଡିଓ ଜାରି ନେଇ ରାହୁଲ ରବିବାର ତାଙ୍କ ଟ୍ୱିଟ୍‌ ହ୍ୟାଣ୍ଡଲରେ ସୂଚିତ କରିଛନ୍ତି।

ରାହୁଲ ଏଥିରେ ମୋଦି ସରକାର ଦେଶର ଅର୍ଥ ବ୍ୟବସ୍ଥାକୁ କିପରି ନଷ୍ଟ କରିଛନ୍ତି ଓ କରୁଛନ୍ତି ରାହୁଲ ତାର ବିସ୍ତୃତ ବାଖ୍ୟାନ ରଖିବେ। ଏହି ଭିଡିଓ  ଅନେକ ଶୃଙ୍ଖଳରେ ପ୍ରସାରିତ ହେବ। ତେବେ ଏହାର ପ୍ରଥମ ଅଧ୍ୟାୟକୁ ରାହୁଲ ତାଙ୍କର ସମସ୍ତ ସୋସିଆଲ ମିଡିଆରେ ଅପଲୋଡ କରିବେ ବୋଲି ସେ ଉଲ୍ଲେଖ କରିଛନ୍ତି। ତେବେ ରାହୁଲଙ୍କର ଏହା ପ୍ରଥମ ଭିଡିଓ ନୁହେଁ। ଏହା ପୂର୍ବରୁ ମଧ୍ୟ ସେ କେତେକ ଭିଡିଓ ସୋସିଆଲ ମିଡିଆରେ ଅପଲୋଡ କରିଛନ୍ତି। ଯାହା ନାଗରିକଙ୍କ ଉପରେ ସକରାତ୍ମକ ପ୍ରଭାବ ପକାଇଥିବା କଂଗ୍ରେସ ଦାବି କରିଛି।

ରାହୁଲ କୋରନା ଭାଇରସ ଯୋଗୁ ଭିଡିଓ ମାଧ୍ୟମରେ ଲୋକଙ୍କ ନିକଟକୁ ପହଞ୍ଚିବାକୁ ଉଦ୍ୟମ କରୁଛନ୍ତି ଓ ସରକାରଙ୍କ ଜନ ବିରୋଧୀ ନୀତି ବିରୋଧରେ ଲୋକଙ୍କ ଶ୍ୱର ମଜଭୁତ କରିବାରେ ଲାଗିଛନ୍ତି। ରାହୁଲ ରବିବାର ଆଉ ଗୋଟିଏ ଟ୍ୱିଟ୍‌  ପୋଷ୍ଟ କରିଥିଲେ। ଏଥିରେ ଦେଶରେ ହଜାର ହଜାର ଛାତ୍ରଛାତ୍ରୀ ଜେଇଇ ଓ ଏନଇଇଟି ପରୀକ୍ଷା ଲାଗି ଆଶଙ୍କାରେ ରହିଥିବା ବେଳେ ପ୍ରଧାନମନ୍ତ୍ରୀ ମନ କି ବାତରେ ଖେଳନା କମ୍ପାନୀ ପ୍ରସଙ୍ଗ କରିବା ହାସ୍ୟସ୍ପଦ ବୋଲି ରାହୁଲ ଉଲ୍ଲେଖ କରିଥିଲେ।

   Related Posts