Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟର ୧୬ଟି ଜିଲ୍ଲାରେ ହେବ ଆରଟି ପିସିଆର ଲ୍ୟାବ୍, ୨୦ କୋଟି ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ
  • ||
  • ପାଟଣା : ବଳଦ ନେଇ ଘରକୁ ଫେରୁଥିଲେ, ବଜ୍ରାଘାତରେ ଚାଲିଗଲା ରାଇଦାସଙ୍କ ଜୀବନ
  • ||
  • ମହିଳା ସାମ୍ବାଦିକ ସବନମ୍‌ ଶିରିନ୍‌ଙ୍କ ଦେହାନ୍ତ , କୋଭିଡ୍‌ରେ ଆକ୍ରାନ୍ତ ହୋଇ ଏମସ୍‌ରେ ହେଉଥିଲେ ଚିକିତ୍ସିତ
  • ||
  • ଭଦ୍ରକ : ବାପଘର ଲୋକ ଆଣିଲେ ବଧୂ ହତ୍ୟା ଅଭିଯୋଗ, ଶ୍ବଶୁରଘର କହୁଛନ୍ତି ପଡିଗଲେ ବାଥରୁମ୍‌ରେ
  • ||
  • ୧୦ ହଜାର ତଳକୁ ଖସିଲା କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୯୭୯୩ ପଜିଟିଭ୍
  • ||
  • ୧୦ ବର୍ଷର ଶିଶୁର ଜୀବନ ନେଲା କରୋନା…
  • ||
  • ଟ୍ରକ୍‌କୁ ଧକ୍କା ଦେଲା ବରଯାତ୍ରୀ ଗାଡି : ୫ ମୃତ, ୩ ଗୁରୁତର
  • ||
  • ଭୁବନେଶ୍ବର : ରାଜ୍ୟରେ କରୋନା ନେଲା ଆଉ ୧୮ଜଣଙ୍କ ଜୀବନ, ୨୨୧୫ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||

ଫେବୃୟାରୀ ୬ରେ ପୁଣି ଆସିବେ ରାହୁଲ ଗାନ୍ଧୀ : ଭବାନୀପାଟଣା ଏବଂ ରାଉରକେଲା ସମାବେଶରେ ଦେବେ ଯୋଗ

30/01/2019 at 7:32 PM

ଭୁବନେଶ୍ବର ୩୦/୧; ଫେବୃୟାରୀ ୬ରେ ପୁଣି ଆସିବେ ରାହୁଲ ଗାନ୍ଧୀ। ଭବାନୀପାଟଣା ଏବଂ ରାଉରକେଲା ସମାବେଶରେ ଯୋଗ ଦେବେ। ଗତ ୨୮ତାରିଖରେ ରାହୁଲ ଓଡ଼ିଶା ଆସିଥିଲେ । ଭୁବନେଶ୍ବର ଉପକଣ୍ଠରେ ଥିବା ତମାଣ୍ଡୋଠାରେ ଏକ ବିରାଟ ସାଧାରଣ ସଭାକୁ ସମ୍ବୋଧିତ କରିଥିଲେ। ଏହି ସଭାରେ ରାହୁଲ ଉଭୟ ବିଜେପି ଓ ବିଜେଡ଼ିକୁ ସିଧାସଳଖ ଟାର୍ଗେଟ୍ କରିଥିଲେ। ବିଶେଷକରି ନବୀନଙ୍କ ରିମୋଟ କଣ୍ଟ୍ରୋଲ୍ ମୋଦିଙ୍କ ପାଖରେ ଅଛି ବୋଲି ରାହୁଲ ଦେଇଥିବା ମନ୍ତବ୍ୟକୁ ନେଇ ରାଜ୍ୟ ରାଜନୀତି ସରଗରମ ହୋଇଥିଲା।

ଗରିବଙ୍କୁ ସର୍ବନିମ୍ନ କର୍ମସଂସ୍ଥାନ ପ୍ରତିଶ୍ରୃତି ଦେଇ ଏବେ ବେଶ୍ ଚର୍ଚ୍ଚାରେ ଥିବା ରାହୁଲ ମୋଦିଙ୍କ ଭଳି ଓଡ଼ିଶାକୁ ମଧ୍ୟ ଫୋକସ କରିଛନ୍ତି । ଫେବୃୟାରୀ ମାସରେ ପ୍ରିୟଙ୍କା ଗାନ୍ଧୀ ମଧ୍ୟ ଓଡ଼ିଶା ଆସି କୋରାପୁଟଠାରେ ସାଧାରଣ ସଭା କରିବେ ବୋଲି ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି ସୂଚନା ଦେଇଥିଲେ।

ନିର୍ବାଚନ ଯେତିକି ପାଖେଇ ଆସୁଛି ବିଭିନ୍ନ ଜାତୀୟ ଦଳର ତୁଙ୍ଗନେତାମାନଙ୍କ ଓଡ଼ିଶା ଗସ୍ତ ସେତିକି ବଢ଼ିବାରେ ଲାଗିଛି। କଂଗ୍ରେସ୍ ଦଳରୁ ନେତାମାନେ ଅନ୍ୟ ଦଳକୁ ଡେଇଁବା ଏବଂ ବିଶୃଙ୍ଖଳିତ ହେବା ଫଳରେ ଦଳରୁ ତଡ଼ା ଖାଇବା ଘଟଣା ଯୋଗୁଁ କଂଗ୍ରେସ କର୍ମୀଙ୍କ ମହଲରେ ନିରାଶା ସୃଷ୍ଟି ହୋଇଥିଲା। ରାହୁଲଙ୍କ ଏଭଳି ଘନଘନ ଗସ୍ତ ଦଳର କର୍ମୀମାନଙ୍କୁ ଉତ୍ସାହିତ କରିବ।   

   Related Posts