twitterରେ ରାହୁଲ ଗାନ୍ଧିଙ୍କ ନୂଆ ଅବତାରର ଖୁବ୍ ମଜା ନେଉଛନ୍ତି ୟୁଜର, ପୋଷ୍ଟ କରୁଛନ୍ତି Mims

Published By : Prameya-News7 Bureau | July 17, 2020 IST

ନୂଆଦିଲ୍ଲୀ ୧୭।୭: ପୂର୍ବତନ କଂଗ୍ରେସ ସଭାପତି ରାହୁଲ ଗାନ୍ଧି ଚେହେରା ବଦଳାଇବାରେ ଓସ୍ତାଦ। ଯେବେବି ସେ ଟ୍ୱିଟରରେ କୌଣସି ଭିଡିଓ ବାର୍ତ୍ତା ଜାରି କରନ୍ତି ନୂଆ ନୂଆ ଅବତାରରେ ଦେଖାଦେଇଥାନ୍ତି। ମାତ୍ର ସପ୍ତାହକରେ ତାଙ୍କ ସ୍ୱାସ୍ଥ୍ୟ ଓ ରୂପରେ ଏପରି ପରିବର୍ତ୍ତନ ଆସିଯାଏ ଲୋକେ ସହଜରେ ତାଙ୍କଠି ପରିବର୍ତ୍ତନ ବି ଜାଣି ପାରିନଥାନ୍ତି। ଏହିକ୍ରମରେ ଶୁକ୍ରବାର ଜାରି କରିଥିବା ଭିଡିଓ ବାର୍ତ୍ତାରେ ରାହୁଲଙ୍କୁ ଦେଖି ଲୋକେ ଚକିତ ହୋଇଯାଇଛନ୍ତି। କାରଣ ୭ ଦିନ ପୂର୍ବେ ସେ ଏକ ଭିଡିଓ ବାର୍ତ୍ତା ଜାରି କରିଥିଲେ। ସେତେବେଳର ଲୁକ୍‌ ଓ ନୂଆ ଭିଡିଓର ଲୁକ୍ ପୁରା ଅଲଗା।

wp:html /wp:html

ଏହି ଭିଡିଓ ଦେଖିଥିବା ଜଣେ ଟ୍ୱିଟର ୟୁଜର ଅଙ୍କୁର ସିଂହ ୧୦ ଜୁଲାଇ ଓ ୧୭ ଜୁଲାଇରେ ଜାରି ହୋଇଥିବା ରାହୁଲଙ୍କ ଭିଡିଓର ତୁଳନା କରିଛନ୍ତି। ଉଭୟ ଚିତ୍ରରେ ତାଙ୍କର ରୂପ ଦେଖି ୭ ଦିନରେ ଏତେ ପରିବର୍ତ୍ତନ କିପରି ବୋଲି ପ୍ରଶ୍ନ କରିଛନ୍ତି। ଅଙ୍କୁରଙ୍କ ଏହି ଟ୍ୱିଟ୍‌ ପରେ ଟ୍ୱିଟରରେ ରାହୁଲଙ୍କ ଲୁକ୍‌ କୁ ନେଇ ବେଶ୍ ଚର୍ଚ୍ଚା ଜମିଛି। ଯେଉଁଥିରେ ସେ କେଉଁ ସାମ୍ପୋ ବ୍ୟବହାର କରୁଥିବା ୟୁଜର ପଚାରିଥିବା ବେଳେ ମଜାଦାର ମିମସ୍‌ ସବୁ ପୋଷ୍ଟ କରିବାରେ ଲାଗିଛନ୍ତି।

{"id":301898,"width":577,"height":731,"sizeSlug":"large"}

ଏଥିରେ ଜଣେ ମହିଳା ୟୁଜର ଭିଡିଓ ପୋଷ୍ଟ କରି ’ ଆମ୍ବଲା ତେଲକା କମାଲ ୭ ଦିନ ମେ ଲମ୍ବାବାଲ’ ଲେଖିବାକୁ ବି ପଛାଇ ନାହାନ୍ତି।  ରାହୁଲଙ୍କ ପୂର୍ବ ଭିଡିଓଟି ଖୁବ୍ ନିକଟରେ ପାର୍ଟି ପକ୍ଷରୁ ଜାରି କରାଯାଇଥିଲା। ଯେଉଁଥିରେ ସେ ଦେଶର ଶିକ୍ଷା ବ୍ୟବସ୍ଥାକୁ ନେଇ ତାଙ୍କର ଚିନ୍ତା ବ୍ୟକ୍ତ କରିଥିଲେ। ଏଥିରେ ତାଙ୍କୁ ବେଶ ସଫା ସୁତୁରା ଓ ଛୋଟଛୋଟ ଚୁଟିରେ ଦେଖାଯାଇଥିଲା। ହେଲେ ମାତ୍ର ଦିନ କେତେଟାରେ ତାଙ୍କ ମୁଣ୍ଡରେ ବୋଝେ ଚୁଟିକୁ ନେଇ ଲୋକେ ଅସ୍ୱଭାବିକ ପରିସ୍ଥିତିରେ ପଡିଯାଇଛନ୍ତି।

{"id":301899,"width":580,"height":727,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.