Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୫ ବର୍ଷ ପରେ ଦୁର୍ଲଭ ନାଗାର୍ଜୁନ ବେଶରେ ସଜେଇ ହେବେ ଶ୍ରୀଜିଉ, ଆରମ୍ଭ ହେଲା ପ୍ରସ୍ତୁତି
  • ||
  • କୋଇଲା ଖଣି ଆବଣ୍ଟନ ଦୁର୍ନୀତି ମାମଲାରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଦିଲ୍ଲୀପ ରାୟଙ୍କୁ ମିଳିଲା ଜାମିନ
  • ||
  • ମାଲକାନଗିରି : ମାଟି ତଳୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ସହ ବିସ୍ଫୋରକ ସାମଗ୍ରୀ ଜବତ
  • ||
  • ରାଜନଗର : ଭୋଗ ଖାଇ ୧୫୦ ଅସୁସ୍ଥ, ୩୦ ଜଣଙ୍କ ଅବସ୍ଥା ଗୁରୁତର
  • ||
  • ପାରାଦୀପ : ସମୁଦ୍ରରେ ବୁଡିଗଲା ମାଛଧରା ଟ୍ରଲର, ୫ ମତ୍ସ୍ୟଜୀବୀ ଉଦ୍ଧାର, ୪ ନିଖୋଜ
  • ||
  • ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଆଉ ୧୪୮୦କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରେନ୍‌ରେ କଟି ବାପା-ଝିଅ-ପୁଅର ମୃତ୍ୟୁ, ଆତ୍ମହତ୍ୟା ସନ୍ଦେହ
  • ||
  • ବାଇକ୍‌କୁ ଧକ୍କାଦେଲା ହାଇଓ୍ୱା ଟ୍ରକ, ଆରୋହୀ ମୃତ
  • ||

ରଣଦୀପ ସୁରଜେଓ୍ଵାଲାଙ୍କୁ ରାଜ୍ୟସଭା ପଠାଇବାକୁ ଚାହୁଁଥିଲେ ରାହୁଲ, ଏମିତି ଓଲଟିଲା ବାଜି

13/03/2020 at 8:38 PM

ନୂଆଦିଲ୍ଲୀ ୧୩।୦୩: କଂଗ୍ରେସ ରାଜ୍ୟସଭାରେ ଖାଲି ପଡିଥିବା ୫୫ ଆସନ ପାଇଁ ହେଉଥିବା ନିର୍ବାଚନରେ ନିଜର ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଏଥିରେ ୧୨ ଜଣ ପ୍ରାର୍ଥୀଙ୍କ ନାମ ରହିଛି। କଂଗ୍ରେସ ହରିୟାଣାରେ ଖାଲି ହେଉଥିବା ଆସନରେ ଦୁଇ ଥରର ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ସିଂହ ହୁଡ୍ଡାଙ୍କ ପୁତ୍ର ଦୀପେନ୍ଦ୍ର ସିଂହ ହୁଡ୍ଡାଙ୍କୁ ରାଜ୍ୟସଭା ଟିକେଟ୍ ଦେଇଛି।

କୁହାଯାଉଛି ଯେ, କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀ ରଣଦୀପ ସିଂହ ସୁରଜେଓ୍ଵାଲାଙ୍କୁ ରାଜ୍ୟସଭା ପଠାଇବାକୁ ଚାହୁଁଥିଲେ। ଅନ୍ୟପଟେ କୁମାରୀ ଶୈଲଜାଙ୍କ ନାମ ମଧ୍ୟ ଦୌଡରେ ଥିଲା। ଏହାକୁ ନେଇ ୧୦ ଜନପଥରେ ବୈଠକ ହୋଇଥିଲା। ସୂତ୍ର ମୁତାବକ ବୈଠକରେ ରାହୁଲ ଗାନ୍ଧୀ ଉଗ୍ର ମଧ୍ୟ ହୋଇଥିଲେ, ମାତ୍ର ଶେଷରେ ଟିକେଟ୍ ହୁଡ୍ଡାଙ୍କ ପୁତ୍ରଙ୍କୁ ମିଳିଛି। ହରିୟାଣାରେ ଆସନ ପାଇଁ ଜାରି ଅସାମଞ୍ଜ୍ୟସ ସ୍ଥିତି କାରଣରୁ ପ୍ରାର୍ଥୀଙ୍କ ନାମ ଘୋଷଣାରେ ବିଳମ୍ବ ଘଟିଛି।

କୁହାଯାଉଛି ଯେ, ଭୂପେନ୍ଦ୍ର ସିଂହ ହୁଡ୍ଡା ପାର୍ଟିର ହାଇକମାଣ୍ଡକୁକ ୨୦୧୨ର ରାଜ୍ୟସଭା ନିର୍ବାଚନକୁ ସ୍ମରଣ କରାଇଥିଲେ। ହୁଡ୍ଡା ଏହା ମଧ୍ୟ ସ୍ପଷ୍ଟ କରିଥିଲେ ଯେ, ଯଦି ସୁରଜେଓ୍ଵାଲା କିମ୍ବା କୁମାରୀ ଶୈଲଜାଙ୍କ ମଧ୍ୟରୁ କାହାରିକୁ ପ୍ରାର୍ଥୀ କରାଯାଏ, ତେବେ ପାର୍ଟିର ବିଧାୟକ ବିଦ୍ରୋହ କରି ପାରନ୍ତି। ଏହା ସହିତ ୨୦୧୬ର ନିର୍ବାଚନର ଅତୀତକୁ ମଧ୍ୟ ସେ ପାର୍ଟି ହାଇକମାଣ୍ଡଙ୍କୁ ମନେ ପକାଇ ଦେଇଛନ୍ତି।

ମଧ୍ୟ ପ୍ରଦେଶରେ ବିଦ୍ରୋହର ସାମ୍ନା କରୁଥିବା କଂଗ୍ରେସର ହାଇକମାଣ୍ଡ ହରିୟାଣାରେ ଏମିତି ସ୍ଥିତି ଯେମିତି ନଉପୁଜୁ, ସେଥିପାଇଁ ରିକ୍ସ ନଉଠାଇ ଭୁପେନ୍ଦ୍ର ସିଂହ ହୁଡ୍ଡାଙ୍କ ପୁତ୍ରଙ୍କୁ ପ୍ରାର୍ଥୀ କରିବାକୁ ଉଚିତ୍ ମଣିଛି। ଏହି ପରି ଭୂପେନ୍ଦ୍ର ସିଂହ ନିଜର ପୁତ୍ରଙ୍କୁ ଟିକେଟ୍ ଦେବାରେ ସଫଳ ହୋଇଛନ୍ତି। ଉଲ୍ଲେଖଯୋଗ୍ୟ, ୨୦୧୬ରେ ରାଜ୍ୟସଭା ନିର୍ବାଚନରେ କଂଗ୍ରେସ ହରିୟାଣାରୁ ଆରକେ ଆନନ୍ଦଙ୍କୁ ପ୍ରାର୍ଥୀ କରିଥିଲା।

କଣ ଘଟିଥିଲା ୨୦୧୬ରେ ?

୨୦୧୬ରେ ରାଜ୍ୟସଭା ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ଆରକେ ଆନନ୍ଦଙ୍କ ବିପକ୍ଷରେ ବିଜେପିର ସମର୍ଥିତ ସ୍ଵାଧୀନ ପ୍ରାର୍ଥୀ ସୁଭାଷ ଚନ୍ଦ୍ରା ଥିଲେ। କଂଗ୍ରେସର ୧୨ ବିଧାୟକ ଭୁଲ୍ ସାହି ବ୍ୟବହାର କାରଣରୁ ସେମାନଙ୍କର ଭୋଟ୍ ଅମାନ୍ୟ ହୋଇଥିଲା। ଫଳରେ ସୁଭାଷ ଚନ୍ଦ୍ରା ନିର୍ବାଚନ ଜିତିବାରେ ସଫଳ ହୋଇଥିଲେ।

   Related Posts