ରାହୁଲଙ୍କ ବାଲେଶ୍ବର ସଭା ନେଇ ଅନିଶ୍ଚିତତା, ଆଜି ଦିନ ୨ଟାରେ ଥିଲା କାର୍ଯ୍ୟକ୍ରମ, ଜାଣନ୍ତୁ କାହିଁକି

Published By : Prameya-News7 Bureau | April 26, 2019 IST

ଭୁବନେଶ୍ବର ୨୬|୪: ବାଲେଶ୍ବରଠାରେ ଏଆଇସିସି ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ନିର୍ବାଚନୀ ପ୍ରଚାର ସଭା ଦିନ ୨ଟା ବେଳେ ହେବାର ଥିଲା । ତେବେ ଏହି ସଭା ନେଇ ଅନିଶ୍ଚିତତା ଦେଖାଦେଇଛି । ରାହୁଲ ଗାନ୍ଧି ଆସୁଥିବା ବିମାନର ଇଞ୍ଜିନରେ ଯାନ୍ତ୍ରିକ ତ୍ରୁଟି ଦେଖାଦେବାକୁ ତାଙ୍କୁ ପୁଣି ଦିଲ୍ଲୀ ଫେରିବାକୁ ପଡିଛି । ନିଜେ ରାହୁଲ ଗାନ୍ଧି ଏନେଇ ଟ୍ବିଟ୍ କରି ସୂଚନା ଦେଇଛନ୍ତି । ତାଙ୍କ ସବୁ କାର୍ଯ୍ୟକ୍ରମ ବିଳମ୍ବ ହେବ ବୋଲି ଜଣାଇବା ସହ ଏଥିନିମନ୍ତେ ସେ କ୍ଷମା ପ୍ରାର୍ଥନା ମଧ୍ୟ କରିଛନ୍ତି ।

ସୂଚନାଯୋଗ୍ୟ ଯେ, ୪ର୍ଥ ପର୍ଯ୍ୟାୟ ନିର୍ବାଚନରେ ଥିବା ବାଲେଶ୍ବର ଲୋକସଭା ଆସନ ଓ ଏହା ଅନ୍ତର୍ଗତ ୭ଟି ବିଧାନସଭା ନିର୍ବାଚନମଣ୍ଡଳୀରେ ପ୍ରଚାର ପାଇଁ ରାହୁଲ ଆଜି ଆସିବାର ଥିଲା । ବାଲେଶ୍ବର ଲୋକସଭା ଆସନରୁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ପୁଅ ନବଜ୍ୟୋତି ପଟ୍ଟନାୟକ ପ୍ରାର୍ଥୀ ହୋଇଛନ୍ତି । ଏଠାରେ ବିଜେଡିର ରବୀନ୍ଦ୍ର ଜେନା ପ୍ରାର୍ଥୀ ହୋଇଥିବାବେଳେ ବିଜେପିରୁ ପ୍ରତାପ ଷଡଙ୍ଗୀ ପ୍ରାର୍ଥୀ ହୋଇଛନ୍ତି । ରବୀନ୍ଦ୍ର ଜେନା ବର୍ତ୍ତମାନ ବାଲେଶ୍ବରର ସାଂସଦ ଅଛନ୍ତି । ସେହିଭଳି ପ୍ରତାପ ଷଡଙ୍ଗୀ ଜଣେ ଜଣାଶୁଣା ବିଜେପି ନେତା । ତେଣୁ ପ୍ରଥମଥର ନିର୍ବାଚନ ମଇଦାନକୁ ଆସିଥିବା ନବଜ୍ୟୋତିଙ୍କ ପାଇଁ ପରିସ୍ଥିତି ସୁଗମ ନୁହେଁ । ତେଣୁ ରାହୁଲ ଗାନ୍ଧି ତାଙ୍କ ପାଇଁ ପ୍ରଚାର କରିବାକୁ ଆସୁଥିଲେ ।

wp:core-embed/twitter {"url":"https://twitter.com/RahulGandhi/status/1121640416393056259","type":"rich","providerNameSlug":"twitter","className":""}
https://twitter.com/RahulGandhi/status/1121640416393056259
/wp:core-embed/twitter

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.