ସରକାର ନା ହିନ୍ଦୀ ଫିଲ୍ମର ଲୋଭୀ ସାହୁକାର ? ମହଙ୍ଗା ପେଟ୍ରୋଲ ଦର ନେଇ ରାହୁଲ ଗାନ୍ଧୀଙ୍କ ମନ୍ତବ୍ୟ

Published By : Prameya-News7 Bureau | July 20, 2021 IST

ନୂଆଦିଲ୍ଲୀ ୨୦/୦୭ : ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବୃଦ୍ଧି ନେଇ କଂଗ୍ରେସ ନେତା ରାହୁଲ ଗାନ୍ଧୀ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରି ଲୋଭି ସାହୁକାର ବୋଲି କହିଛନ୍ତି। ରାହୁଲ ଗାନ୍ଧୀ ମଙ୍ଗଳବାର ସକାଳେ ଟ୍ୱିଟ କରି କହିଛନ୍ତି ଯେ ଏହି ସରକାର ପୁରୁଣା ହିନ୍ଦୀ ଚଳଚ୍ଚିତ୍ରର ଲୋଭି ସାହୁକାର ଭଳି କାର୍ଯ୍ୟ କରୁଛନ୍ତି। ଗୋଟିଏ ପଟେ ସରକାର ଜନତାଙ୍କୁ ଋଣ ନେବାକୁ ଉତ୍ସାହିତ କରୁଛନ୍ତି ଓ ଅନ୍ୟ ପଟେ ଟ୍ୟାକ୍ସ ସଂଗ୍ରହ କରି ମୋଟା ଅଙ୍କର ଆୟ କରୁଛନ୍ତି। ଏ ସରକାର ନୁହେଁ ବରଂ ଜଣେ ସାହୁକାର ଭଳି ମନୋଭାବ। ରାହୁଲ ଗାନ୍ଧୀ ଟ୍ୱିଟ୍ କରି କହିଛନ୍ତି, ଗୋଟିଏ ପଟେ ଆମେ ଜନସାଧାରଣଙ୍କୁ ଋଣ ନେବାକୁ ଉତ୍ସାହିତ କରୁଛନ୍ତି, ଅନ୍ୟପକ୍ଷରେ ଟ୍ୟାକ୍ସରୁ ମଧ୍ୟ ଖୁବ ରୋଜଗାର କରୁଛନ୍ତି। ଏହା ସରକାର ନା ପୁରୁଣା ହିନ୍ଦୀ ଚଳଚ୍ଚିତ୍ରର ଲୋଭୀ ସାହୁକାର ? '

ଲୋକସଭାରେ ଦିଆଯାଇଥିବା ସୂଚନା ପରେ ରାହୁଲ ଗାନ୍ଧୀ କେନ୍ଦ୍ର ଉପରେ ଏହି ହମଲା କରିଛନ୍ତି । ଯେଉଁଥିରେ କୁହାଯାଇଛି ଯେ ସରକାରଙ୍କ ଦ୍ୱାରା ପେଟ୍ରୋଲ ଏବଂ ଡିଜେଲ ଉପରେ ଟିକସ ସଂଗ୍ରହ ୮୮% ବୃଦ୍ଧି ପାଇଛି। ଗତ ଆର୍ଥିକ ବର୍ଷରେ କେନ୍ଦ୍ର ସରକାର ଟିକସ ସଂଗ୍ରହରୁ ୩.୩୫ ଲକ୍ଷ କୋଟି ଟଙ୍କା ଆୟ କରିଛନ୍ତି। ଏ ବାବଦରେ ମିଡିଆ ରିପୋର୍ଟର ସ୍କ୍ରିନସଟ ଟ୍ୱିଟ କରି ରାହୁଲ ଗାନ୍ଧୀ ଏହା ଲେଖିଛନ୍ତି। ଏଥି ସହିତ କଂଗ୍ରେସ ନେତା ମଧ୍ୟ #TaxExtortion ବ୍ୟବହାର କରିଛନ୍ତି। ଗତ ଏକ ବର୍ଷରେ ପେଟ୍ରୋଲ ଉପରେ ଏକ୍ସାଇଜ୍ ଡ୍ୟୁଟି ଲିଟର ପିଛା ୧୯.୯୮ ରୁ ୩୨.୯ ଟଙ୍କାକୁ ବୃଦ୍ଧି ପାଇଛି।

ସେହିଭଳି ଡିଜେଲ ଉପରେ ଏକ୍ସାଇଜ୍ ଡ୍ୟୁଟି ମଧ୍ୟ ଦ୍ୱିଗୁଣିତ ହୋଇଛି। ଡିଜେଲ ଉପରେ ଏକ୍ସାଇଜ୍ ଡ୍ୟୁଟି ବର୍ତ୍ତମାନ ଲିଟର ପିଛା ୧୫.୮୩ ରୁ ୩୧.୮ ଟଙ୍କାକୁ ବୃଦ୍ଧି ପାଇଛି। ପେଟ୍ରୋଲ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ରାମେଶ୍ୱର ତେଲି ସୋମବାର ଲୋକସଭାରେ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ଏହି ବୃଦ୍ଧି ହେତୁ ଇନ୍ଧନ ଉପରେ ଟିକସ ସଂଗ୍ରହ ୩.୩୫ ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି ପାଇଛି। ଏହି ପୁନରୁଦ୍ଧାର ଏପ୍ରିଲ୍ ୨୦୨୦ ରୁ ମାର୍ଚ୍ଚ ୨୦୨୧ ମଧ୍ୟରେ ହୋଇଥିବାବେଳେ ଗତ ବର୍ଷ ଏହି ସଂଖ୍ୟା ମାତ୍ର ୧.୭୮ ଲକ୍ଷ କୋଟି ଥିଲା। ଯଦି ୨୦୧୯-୨୦ ସହିତ ତୁଳନା କରାଯାଏ, ତେବେ ଏହି ସଂଖ୍ୟା ବର୍ତ୍ତମାନ ପ୍ରାୟ ଦ୍ୱିଗୁଣିତ ହୋଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.