ଅତ୍ୟାବଶ୍ୟକ ସାମଗ୍ରୀର ଦରଦାମ ବୃଦ୍ଧିକୁ ନେଇ ରାହୁଲଙ୍କ ଟ୍ୱିଟ୍, କହିଲେ ‘ଅସୁଲି ଭାଇ’ ପାଲଟି ଯାଇଛନ୍ତି ସରକାର

Published By : Prameya-News7 Bureau | July 30, 2021 IST

ନୂଆଦିଲ୍ଲୀ ୩୦।୭: କଂଗ୍ରେସ ନେତା ରାହୁଲ ଗାନ୍ଧି ଶୁକ୍ରବାର ପୁଣି ଥରେ ମୂଲ୍ୟବୃଦ୍ଧି ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ଘେରିଛନ୍ତି। ସୋସିଆଲ ମିଡିଆରେ ଟ୍ୱିଟ୍‌ କରି ସରକାରଙ୍କ ଅନ୍ଧାଧୁନିଆ ଶୁଳ୍କ ଅସୁଲି ଲାଗି ଦେଶରେ ଅତ୍ୟାବଶକୀୟ ସାମଗ୍ରୀର ମୂଲ୍ୟ ବୃଦ୍ଧି ହେଉଥିବା ଉଲ୍ଲେଖ କରିଛନ୍ତି। ରାହୁଲ ତାଙ୍କ ଟ୍ୱିଟ୍‌ରେ କେରଳ କୋଭିଡ ପରିସ୍ଥିତିକୁ ନେଇ ମଧ୍ୟ ଚିନ୍ତା ବ୍ୟକ୍ତ କରିଛନ୍ତି। ଏଣୁ ରାଜ୍ୟବାସୀଙ୍କୁ କରୋନା କଟକଣା ପାଳନ କରିବା ଲାଗି ନିବେଦନ କରିଛନ୍ତି।

wp:embed {"url":"https://twitter.com/RahulGandhi/status/1420962378871721988","type":"rich","providerNameSlug":"twitter","responsive":true,"className":""}
https://twitter.com/RahulGandhi/status/1420962378871721988
/wp:embed

ଟ୍ୱିଟରରେ ରାହୁଲ ଉଲ୍ଳେଖ କରିଛନ୍ତି ଯେ ଯେତେବେଳେ ସବୁ ସାମଗ୍ରୀ ମହଙ୍ଗା ହୋଇ ଯାଉଛି।  ମୂଲ୍ୟ ବୃଦ୍ଧିକୁ ନେଇ ଖାଉଟି ଏବେ  ଚିନ୍ତାରେ ପଡିଛି। ହେଲେ ଏଥିରୁ ଦୋକାନୀ,ଚାଷୀ ଅଥବା କ୍ଷୁଦ୍ର ଉତ୍ପାଦକର କୌଣସି ଲାଭ ପାଉ ନାହାନ୍ତି। କାରଣ ମୋଦି ସରକାର ଅନ୍ଧାଧୁନିଆ ଶୁଳ୍କ ଅସୁଲ କରୁଛନ୍ତି ବୋଲି ରାହୁଲ କହିଛନ୍ତି। ଏହା ପୂର୍ବରୁ ରାହୁଲ ପେଗାସସ୍‌କୁ ନେଇ ଟ୍ୱିଟରରେ ମୋଦି ସରକାରଙ୍କୁ ଟାର୍ଗେଟ୍‌ କରିଥିଲେ।

wp:embed {"url":"https://twitter.com/RahulGandhi/status/1420587240271589378","type":"rich","providerNameSlug":"twitter","responsive":true,"className":""}
https://twitter.com/RahulGandhi/status/1420587240271589378
/wp:embed

ପେଗାସସ୍‌କୁ ନେଇ ରାହୁଲ ଉଲ୍ଲେଖ କରିଥିଲେ ଯେ ଆମ ଗଣତନ୍ତ୍ରର ମୂଳଦୁଆ ସାଂସଦମାନେ ଲୋକଙ୍କ ଶ୍ୱର ଭାବେ ଜାତୀୟ ଗୁରୁତ୍ୱର ପ୍ରସଙ୍ଗ ଆଲୋଚନା କରିବା କଥା। ହେଲେ କେନ୍ଦ୍ରର ମୋଦି ସରକାର ସଂସଦରେ ସାଂସଦମାନଙ୍କୁ ସେମାନଙ୍କ କାମ କରାଇ ଦେଉ ନାହାନ୍ତି। ଏଣୁ ସଂସଦର ସମୟ ଆଉ ବ୍ୟର୍ଥ ନକରି ସରକାର ମୂଲ୍ୟବୃଦ୍ଧି, ଚାଷୀ ଓ ପେଗାସସ ସମ୍ପର୍କରେ ତୁରନ୍ତ ଆଲୋଚନା କରନ୍ତୁ ବୋଲି ହ୍ୟାସଟ୍ୟାଗ୍‌ରେ ଉଲ୍ଲେଖ କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.