ସିବିଆଇ ବିବାଦ ମାମଲା : ଟ୍ବିଟ୍ କରି ମୋଦି ସରକାରଙ୍କୁ କଡ଼ା ସମାଲୋଚନା କଲେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି
20/11/2018 at 11:34 AM

ନୂଆଦିଲ୍ଲୀ ୨୦|୧୧: ସିବିଆଇ ମାମଲା ଦିନକୁ ଦିନ ଜଟିଳ ହେଉଥିବା ବେଳେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଟ୍ବିଟ୍ କରି ମୋଦି ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି। ରାହୁଲ ତାଙ୍କ ଟ୍ବିଟ୍ ରେ ଲେଖିଛନ୍ତି ଯେ ଦିଲ୍ଲୀରେ ଚୌକିଦାର ଚୋର୍ ହୈ ନାମକ ଏକ ଥ୍ରିଲର ଚାଲିଛି। ଏହି ଥ୍ରୀଲରର ନୂଆ ଅଧ୍ୟାୟରେ ସିବିଆଇର ଜଣେ ଡିଆଇଜିଙ୍କ ଦ୍ବାରା ଜଣେ କେନ୍ଦ୍ରମନ୍ତ୍ରୀ, ଜାତୀୟ ସୁରକ୍ଷା ପରାମର୍ଶଦାତା, କେନ୍ଦ୍ର ଆଇନ ସଚିବ ଓ କ୍ୟାବିନେଟ୍ ସଚିବଙ୍କ ବିରୋଧରେ ଗମ୍ଭୀର ଆରୋପ ଅଣାଯାଇଛି। ସେପଟେ ଗୁଜରାଟରୁ ଅଣାଯାଇଥିବା ତାଙ୍କର ସାଥୀ କୋଟି କୋଟି ଟଙ୍କା ଅସୁଲ କରୁଛନ୍ତି। ଅଫିସର ଥକି ଯାଇଛନ୍ତି, ବିଶ୍ବାସ ତୁଟି ଯାଇଛି ଏବଂ ଗଣତନ୍ତ୍ର କାନ୍ଦୁଛି ବୋଲି ରାହୁଲ ଗାନ୍ଧି ଟ୍ବିଟ୍ କରିଛନ୍ତି।
Related Posts
୬ପଡୋଶୀ ଦେଶଙ୍କ କରୋନା ଟିକା ଆବଶ୍ୟକତା ପୂରଣ କରିବ ଭାରତ, ପାକିସ୍ତାନ ଜଳକା
19 January 2021