Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୩ କୋଭିଡ୍ ପଜିଟିଭ୍
  • ||
  • ବୋହୂକୁ ପଥରରେ ଛେଚି ଦେଲା ଶାଶୂ, ପାରିବାରିକ କଳହରୁ ଜଘନ୍ୟ ହତ୍ୟାକାଣ୍ଡ…
  • ||
  • ପ୍ରବଳ ବର୍ଷା ପରେ ଭୂସ୍ଖଳନ: ୧୮ ମୃତ ଓ ଅନେକ ନିଖୋଜ, ମୁଖ୍ୟମନ୍ତ୍ରୀ ଲୋଡିଲେ ସେନା ସହାୟତା
  • ||
  • ଆଜିଠୁ ଓଜେଇଇ କାଉନସେଲିଂ, ପଞ୍ଜୀକରଣ ଓ ଚଏସ ଲକିଂ କରିପାରିବେ ଛାତ୍ରଛାତ୍ରୀ
  • ||
  • ଆଫଗାନିସ୍ତାନ ପ୍ରସଙ୍ଗରେ ନଭେମ୍ୱରରେ ବସିବ ବୈଠକ : ପାକିସ୍ତାନକୁ ନିମନ୍ତ୍ରଣ କଲା ଭାରତ
  • ||
  • ପଞ୍ଚାୟତ ନିର୍ବାଚନ ପାଇଁ ୩ ଦଳ ପ୍ରସ୍ତୁତ, ସଂରକ୍ଷଣ ତାଲିକା ପ୍ରକାଶ ପରେ ଗଦାଗଦା ଅଭିଯୋଗ
  • ||
  • ମନୀଷ ଅନୁରାଗ ମୃତ୍ୟୁ ମାମଲା : ରବିବାର ୩ ଅଭିଯୁକ୍ତଙ୍କ ରିମାଣ୍ଡ ଆବେଦନର ଶୁଣାଣି
  • ||

ବିଜୟ ଲାଗି ଷ୍ଟାଲିନ୍‌ଙ୍କୁ ଟ୍ୱିଟ୍‌ରେ ଶୁଭେଚ୍ଛା ଜଣାଇଲେ ରାହୁଲ, କହିଲେ ପରିବର୍ତ୍ତନ ସପକ୍ଷରେ ମିଳିଛି ଜନାଦେଶ

2/05/2021 at 6:40 PM

ନୂଆଦିଲ୍ଲୀ ୨।୫: ତାମିଲନାଡୁ ବିଧାନସଭା ନିର୍ବାଚନରେ ଦ୍ରାବିଡ଼ ମୁନିତ୍ର କଜଗମ୍‌ (ଡିଏମକେ) ବହୁମତରେ ଜିତୁଥିବା ଦେଖାଯାଉଛି। ଏଠାରେ ଶାସକ ଏଆଇଡିଏମକେ ବିରୋଧରେ ଡିଏମକେ ନିର୍ବାଚନ ଲଢୁଥିଲା। କଂଗ୍ରେସ ସହ ମେଣ୍ଟ କରିଲଢିଥିବା ଡିଏମକେ ଏବେ ବିଜୟୀ ହେଉଥିବା ବେଳେ ବରିଷ୍ଠ କଂଗ୍ରେସ ନେତା ରାହୁଲ ଗାନ୍ଧି ଟ୍ୱିଟ୍‌ କରି ଡିଏମକେ ନେତା ଏମ.କେ.ଷ୍ଟା ଲିନ୍‌ଙ୍କୁ ଦଳର ବିଜୟ ଲାଗି ଅଭିନନ୍ଦନ ଜଣାଇଛନ୍ତି।

ଏଆଇଡିଏମକେ ରାଜ୍ୟରେ ବିଜେପିସହ ମେଣ୍ଟ କରି ନିର୍ବାଚନ ରଣାଙ୍ଗନକୁ ଓହ୍ଲାଇଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମେଣ୍ଟ ଲାଗି ନିର୍ବାଚନ ପ୍ରଚାର ମଧ୍ୟ କରିଥିଲେ। ଏହା ସତ୍ତ୍ୱେ ଲୋକେ ଡିଏମକେ-କଂଗ୍ରେସକୁ ପରିବର୍ତ୍ତନ ଲାଗି ଭୋଟ ଦେଇଥିବା ରାହୁଲ ତାଙ୍କ ଟ୍ୱିଟ୍‌ରେ ଷ୍ଟାଲିନଙ୍କୁ କହିଛନ୍ତି। ଏଣୁ ଆପଣଙ୍କ ନେତୃତ୍ୱରେ ଏ ଦିଗରେ ଆଶ୍ୱସ୍ତିର ସହ ଅଗ୍ରସର ହୋଇପାରିବୁ ବୋଲି ରାହୁଲ ଉଲ୍ଲେଖ କରିବା ସହ ତାଙ୍କୁ ବିଜୟର ଅଭିନନ୍ଦନ ଜଣାଇଛନ୍ତି।

ଜୟ ଲଳିତାଙ୍କ ଏଆଇଡିଏମକେକୁ ଇ.ପିଲାନୀ ସ୍ୱାମୀ ନେତୃତ୍ୱ କରୁଥିଲେ। ଦଳ ଚଳିତ ନିର୍ବାଚନରେ କେନ୍ଦ୍ରରେ ଶାସକ ବିଜେପି ସହ ମେଣ୍ଟ କରି ପ୍ରଧାନମନ୍ତ୍ରୀଙ୍କ ଫଟୋ ମଧ୍ୟ ନିର୍ବାଚନ ଇସ୍ତାହାରରେ ଉପଯୋଗ କରିଥିଲା। ନିର୍ବାଚନରେ ବିଜେପି ମଧ୍ୟ ନିଜର ବେଶ୍ ଶକ୍ତି ପ୍ରଦର୍ଶନ କରିଛି। ହେଲେ ବିଜେପିକୁ ସେପରି କୌଣସି ଫଳାଫଳ ପ୍ରାପ୍ତ ହୋଇ ନାହିଁ।  

   Related Posts