Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପଞ୍ଚାୟତ ନିର୍ବାଚନ ପୂର୍ବରୁ ହିଂସା ! ସମିତି ସଭ୍ୟାଙ୍କ ଗାଡି ଜାଳିଦେଲେ ଦୁର୍ବୃତ୍ତ
  • ||
  • ମହିଳାଙ୍କ ଦେହରେ ନିଆଁ ଲଗାଇ ଦେଲେ ଧରମ ଭାଇ ! ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି
  • ||
  • ବିଲଡର୍ ସଂସ୍ଥାର ଘର ଉପରେ ବୋମାମାଡ, ୩ ଶ୍ରମିକ ଆହତ
  • ||
  • ରାଜ୍ୟରେ ଆଉ ୩ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୮୪କୁ ବୃଦ୍ଧି
  • ||
  • ରାଜ୍ୟରେ ୧୦ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦୪୮୯ କୋଭିଡ୍ ପଜିଟିଭ୍, ୧୧୪୪୪୦୧ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨ ଲକ୍ଷ ୫୮ ହଜାରରୁ ଅଧିକ କରୋନା ପଜିଟିଭ୍, ୩୮୫ ମୃତ
  • ||
  • ଖୋଲିଲା ଶିମିଳିପାଳ, ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର
  • ||
  • ଆଉ ନାହାଁନ୍ତି ପଦ୍ମଶ୍ରୀ ଶାନ୍ତିଦେବୀ, ୮୮ ବର୍ଷ ବୟସରେ ପରଲୋକ
  • ||
  • କଥକ ସମ୍ରାଟ ବିରଜୁ ମହାରାଜଙ୍କ ପରଲୋକ, ୮୩ ବର୍ଷ ବୟସରେ ଦେହାନ୍ତ
  • ||
  • ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ : ସୋମବାରଠୁ ଦାଖଲ ହେବ ପ୍ରାର୍ଥୀପତ୍ର, କରୋନା କଟକଣାରେ ସରିବ ପୁରା ପ୍ରକ୍ରିୟା
  • ||

ଗରିବ ଭୋକ ଉପାସରେ ମରୁଛନ୍ତି, ଅନ୍ୟପଟେ ଚାଉଳରୁ ସାନିଟାଇଜର ପ୍ରସ୍ତୁତ କରି ଧନୀଙ୍କୁ ସାହାଯ୍ୟ କରାଯାଉଛି: ରାହୁଲ ଗାନ୍ଧୀ

21/04/2020 at 5:16 PM

ନୂଆଦିଲ୍ଲୀ ୨୧।୦୪: କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀ ମଙ୍ଗଳବାର ଏକ ମିଡିଆ ରିପୋର୍ଟକୁ ଉଲ୍ଲେଖ କରି ଆରୋପ ଲଗାଇଛନ୍ତି ଯେ, ଗରିବ  ଭୋକ ଉପାସରେ ମରୁଛନ୍ତି ଏବଂ ସେମାନଙ୍କ ଭାଗର ଚାଉଳରୁ ସାନିଟାଇଜର ପ୍ରସ୍ତୁତ କରି ଧନୀଙ୍କୁ ସାହାଯ୍ୟ କରାଯାଉଛି।

ରାହୁଲ ଏହି ଖବର ପୋଷ୍ଟ କରି ଟୁଇଟ୍ କରିଛନ୍ତି ଯେ, ଭାରତରୁ ଗରିବି କେବେ ଦୂର ହେବ ? ଆପଣ ଭୋକରେ ମରୁଛନ୍ତି ଏବଂ ସେମାନେ ଆପଣଙ୍କ ଭାଗର ଚାଉଳରୁ ସାନିଟାଇଜର ତିଆରି କରି ଧୋନୀ ଲୋକଙ୍କର ହାତ ସଫା କରୁଛନ୍ତି। ଯେଉଁ ଖବର ପୋଷ୍ଟ କରିଛନ୍ତି ସେହି ଅନୁଯାୟୀ ଦେଶରେ ଜାରି କରୋନା ଭାଇରସ୍ ସଙ୍କଟ ମଧ୍ୟରେ ସରକାର ଗୋଦାମରେ ଥିବା ଅତିରିକ୍ତ ଚାଉଳର ଉପଯୋଗ ହ୍ୟାଣ୍ଡ ସାନିଟାଇଜର ପ୍ରସ୍ତୁତି ଲାଗି ଆବଶ୍ୟକ ଏଥାନଲ ତିଆରିରେ କରୁଛନ୍ତି।

ଉଲ୍ଲେଖନୀୟ ଏହା ପୂର୍ବରୁ କଂଗ୍ରେସ ପାର୍ଟିର ପୂର୍ବତନ ସଭାପତି ରାହୁଲ ଗାନ୍ଧୀ ଟୁଇଟ୍ କରି ପ୍ରଧାନମନ୍ତ୍ରୀ ମୋଦୀଙ୍କୁ କରୋନା ମୁକାବିଲାରେ ବ୍ୟବହୃତ ସମସ୍ତ ଉପକରଣକୁ ଜିଏସଟି ମୁକ୍ତ କରିବାକୁ ଦାବି କରିଛନ୍ତି। ସେ ଟୁଇଟ୍ କରି ଏହି ମୁସ୍କିଲ ସମୟରେ ସରକାର ମହାମାରୀର ଉପଚାରରେ ବ୍ୟବହୃତ ଛୋଟ ବଡ ଉପକରଣ ଜିଏସଟ ମୁକ୍ତ କରନ୍ତୁ ବୋଲି ଦାବି କରିଥିଲେ।

   Related Posts