୪୯ ବର୍ଷରେ ପାଦ ଥାପିଲେ ରାହୁଲ ଗାନ୍ଧି, ଦୀର୍ଘ ଓ ନିରାମୟ ଜୀବନ କାମନା କରିଛନ୍ତି ପ୍ରଧାନମନ୍ତ୍ରୀ

Published By : Prameya-News7 Bureau | June 19, 2019 IST

ନୂଆଦିଲ୍ଲୀ ୧୯।୬:   ଏଆଇସିସି ଅଧ୍ୟକ୍ଷ ରାହୁଲ ଗାନ୍ଧୀ ବୁଧାବର ୪୯ ବର୍ଷ ବୟସରେ ପାଦ ଥାପିଛନ୍ତି। ତେବେ ବିହାରରେ ଶିଶୁମାନଙ୍କଠାରେ ବ୍ୟାପୁଥିବା ଜ୍ବର ଓ ତତ୍ ଜନିତ ମୃତ୍ୟୁ ନେଇ ଚଳିତବର୍ଷ ରାହୁଲ ନିରାଡମ୍ବର ଜନ୍ମଦିନ ପାଳନ କରିଛନ୍ତି।  ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ଟ୍ବିଟ୍ ବାର୍ତ୍ତାରେ ରାହୁଲଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି। ରାହୁଲଙ୍କ ଦୀର୍ଘ ଓ ନିରାମୟ ଜୀବନ କାମନା କରିଛନ୍ତି ପ୍ରଧାନମନ୍ତ୍ରୀ।

wp:html /wp:html

ସେହିପରି କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହ, ଅଖିଳଭାରତୀୟ କଂଗ୍ରେସ କମିଟି ସମେତ ବିଭିନ୍ନ ବର୍ଗରଲୋକେ ରାହୁଲଙ୍କୁ ତାଙ୍କ ଜନ୍ମଦିନର ଶୁଭେଛା ଜଣାଇଛନ୍ତି। ଏଥିରେ କେରଳ ମୁଖ୍ୟମନ୍ତ୍ରୀ ଓମେନ ଚାଣ୍ଡି, ବରିଷ୍ଠ କଂଗ୍ରେସ ନେତା ରନ୍ଦୀପ ସୂର୍ଜେୱାଲା, ବସପା ଅଧ୍ୟକ୍ଷା ମାୟାବତୀ ପ୍ରମୁଖ ଟ୍ବିଟ୍ ବାର୍ତ୍ତାରେ ରାହୁଲଙ୍କୁ  ଶୁଭେଚ୍ଛା ଜ୍ଞାପନ କରିଛନ୍ତି।

wp:html /wp:html

ରାହୁଲଙ୍କ ୪୯ତମ ଜନ୍ମ ଦିବସ ଅବସରରେ କଂଗ୍ରେସ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଦିଲ୍ଲୀରେ ପ୍ରଦେଶ କଂଗ୍ରେସ  ଅଧ୍ୟକ୍ଷା ଶିଲା ଦିକ୍ଷିତ ପାର୍ଟି କାର୍ଯ୍ୟାଳୟରେ ବୃକ୍ଷାରୋପଣ ପୂର୍ବକ କାର୍ଯ୍ୟକର୍ତ୍ତା ଓ କର୍ମୀମାନଙ୍କୁ ସମ୍ବୋଧିତ କରିଛନ୍ତି। ୧୯୭୦ ମସିହା ଜୁନ ୧୯ ତାରିଖରେ ରାହୁଲ ଜନ୍ମଗ୍ରହଣ କରିଥିଲେ। ୨୦୦୪ ମସିହାରେ ରାହୁଲ ପ୍ରଥମ ଥର ଆମେଠିରୁ ସାଂସଦ ନିର୍ବାଚିତ ହୋଇଥିଲେ। ଏହା ପରେ ୨୦୦୯ , ୨୦୧୪ ଓ ୨୦୧୯ ନିର୍ବାଚନରେ  ଜନତା ତାଙ୍କୁ ସଂସଦକୁ ନିର୍ବାଚିତ କରିଛନ୍ତି।

{"id":124803,"width":583,"height":438}

ଗତ ସାଧାରଣ ନିର୍ବାଣ ରାହୁଲଙ୍କ ପାଇଁ  ଏକ ବଡ ଝଟକା ଥିଲା।ରାହୁଲଙ୍କ ଗଡ ବୋଲି କୁହାଯାଉଥିବା ଆମେଠୀ ଲୋକସଭା ନିର୍ବାଚନ ମଣ୍ଡଳୀରୁ ବିଜେପି ପ୍ରାର୍ଥୀ ସ୍ମୃତି ଇରାନୀ ତାଙ୍କୁ ଦୀର୍ଘ ଭୋଟ ବ୍ୟବଧାନରେ ପରାସ୍ତ କରିଥିବା ବେଳେ  ରାହୁଲଙ୍କ ନେତୃତ୍ବରେ ନିର୍ବାଚନ ଲଢି  କଂଗ୍ରେସ ସୋଚନୀୟ ପରାସ୍ତହୋଇଛି। ଏଣୁ ରାହୁଲ ଜାତୀୟ କଂଗ୍ରେସ ସଭାପତି ପଦରୁ ହଟିଯିବାକୁ ଇଛା ପ୍ରକାଶ କରିଥିଲେ। ତେବେ ଏ ନେଇ ଦଳରେ ଏପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ହୋଇ ପାରିନାହିଁ ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.