Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କରୋନାରୁ ଶିଶୁଙ୍କ ସୁରକ୍ଷା ପାଇଁ କମିଟି ଗଠନ, ସବୁ କୋଭିଡ୍ ହସ୍ପିଟାଲ୍ରେ ହେଲ୍ପ ଡେସ୍କ ବାଧ୍ୟତାମୂଳକ
  • ||
  • ଜଟିଳ ହେବାରେ ଲାଗିଛି ଭୁବନେଶ୍ଵରରେ କରୋନା ସ୍ଥିତି, ଆଜି ୧୩୫୩ ପଜିଟିଭ୍ ଚିହ୍ନଟ
  • ||
  • ଜୁନ ୧୫ ଯାଏଁ ଶ୍ରୀମନ୍ଦିର ବନ୍ଦ, ସଂକ୍ରମଣକୁ ଦୃଷ୍ଟିରେ ରଖି ପ୍ରଶାସନର ବଡ ନିଷ୍ପତ୍ତି
  • ||
  • ଆଜି ସୁସ୍ଥରେ ରେକର୍ଡ, ସୁସ୍ଥ ହୋଇ ଘରକୁ ଫେଲେ ୧୨୦୭୭ ଆକ୍ରାନ୍ତ
  • ||
  • ୧୭ ମେ ସୋମବାର ଖୋଲିବ କେଦାରନାଥ ଧାମ କବାଟ ।। ତୀର୍ଥ ପୁରୋହିତ ସୀମିତ ସଂଖ୍ୟକ ଲୋକଙ୍କ ଉପସ୍ଥିତିରେ ବିଧିବିଧାନ ସହ କବାଟ ଖୋଲିବ ।। ପ୍ରଧାନମନ୍ତ୍ରୀଙ୍କ ପକ୍ଷରୁ ଜନତାଙ୍କ କଲ୍ୟାଣ ନିମନ୍ତେ ହେବ ପ୍ରଥମ ପୂଜା ।।
  • ||
  • ଆଗାମୀ ୩ ଦିନରେ ରାଜ୍ୟକୁ ମିଳିବ ଭ୍ୟାକସିନ୍‌ର ୫୧ ଲକ୍ଷ ଡୋଜ୍‌
  • ||
  • ୨୪ରେ ବଙ୍ଗୋପସାଗରରେ ଲଘୁଚାପ, ନେଇପାରେ ଅବପାତର ରୂପ
  • ||
  • ସଂକ୍ରମଣ ସାମାନ୍ୟ କମିଲା : ଦେଶରେ ୨୪ ଘଣ୍ଟାରେ ୩ ଲକ୍ଷ ୧୧ ହଜାରରୁ ଅଧିକ ପଜିଟିଭ୍, ୪୦୭୭ ମୃତ
  • ||
  • ୧୧ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୧୭୩୨ ପଜିଟିଭ୍
  • ||
  • ରାଜ୍ୟରେ କରୋନା ନେଲା ଆଉ ୧୯ଜଣଙ୍କ ଜୀବନ, ୨୩୧୩ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||

ଆସନ୍ତା ୮ରେ ଦିନିକିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାହୁଲ ଗାନ୍ଧି

2/03/2019 at 4:37 PM

ଜୟପୁର ୨|୩: ଓଡ଼ିଶା ଆସୁଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି । ଆସନ୍ତା ୮ରେ ଦିନିକିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାହୁଲ ଗାନ୍ଧି । ବରଗଡ ଓ ଜୟପୁରଠାରେ ହେବାକୁ ଥିବା ସାଧାରଣ ସଭାରେ ରାହୁଲ ଯୋଗ ଦେବେ । ଏନେଇ ସୂଚନା ଦେଇଛନ୍ତି ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି । ରାହୁଲଙ୍କ ଗସ୍ତକୁ ନେଇ କୋରାପୁଟ କଂଗ୍ରେସ ଶିବିର ପୁରା ଉତ୍ସାହିତ । ରାହୁଲଙ୍କ ଗସ୍ତକୁ ସଫଳ କରିବାକୁ ଜୟପୁର କଂଗ୍ରେସ ଭବନରେ ଦଳ ତରଫରୁ ଏକ ପ୍ରସ୍ତୁତ ବୈଠକ କରାଯାଇଛି । ଜୟପୁର ହେବାକୁ ଥିବା ସାଧାରଣ ସଭାରେ ରାଜ୍ୟ ପର୍ଯ୍ୟବେକ୍ଷକ ଜିତେନ୍ଦ୍ର ସିଂ ଓ ଅସ୍ଥାୟୀ ପର୍ଯ୍ୟବେକ୍ଷକ ଟି.ଏସ୍.ସିଂ ଦେବଙ୍କ ସମେତ ଅନେକ ବରିଷ୍ଠ ନେତା ଯୋଗ ଦେଇ ପାରନ୍ତି । ଏପରିକି ପ୍ରିୟଙ୍କା ଗାନ୍ଧିଙ୍କୁ ବି ଆସିବାକୁ ଅନୁରୋଧ କରାଯାଇଥିବା କହିଛନ୍ତି ତାରା ପ୍ରସାଦ ବାହିନୀପତି । ଦେଢ ଲକ୍ଷ ଲୋକଙ୍କୁ ନେଇ ଜୟପୁରରେ ସମାବେଶ କରାଯିବ ବୋଲି ସେ ସୂଚନା ଦେଇଥିବା ବେଳେ ମହିଳା ମାନଙ୍କ ପାଇଁ ସ୍ବତନ୍ତ୍ର ୱାର୍କସପ କରାଯିବ । ମହିଳା ମାନଙ୍କ ସହ ରାହୁଲ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି ।

   Related Posts