Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସରକାରଙ୍କ ବଡ ନିଷ୍ପତ୍ତି, ନବମରୁ ଦ୍ଵାଦଶ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ଫି ୪୦ ପ୍ରତିଶତ କମିଲା, ଅଭିଭାବକଙ୍କୁ ମିଳିଲା ବଡ ଆଶ୍ଵସ୍ତି
  • ||
  • ଅଲମ୍ପିକ ପ୍ରସ୍ତୁତି ପାଇଁ ଗଠିତ ସଂସଦୀୟ କମିଟିର ପ୍ରଥମ ବୈଠକ ଅନୁଷ୍ଠିତ, କମିଟିର ସଦସ୍ୟ ରହିଛନ୍ତି ସାଂସଦ ଅନୁଭବ ମହାନ୍ତି ଓ ସସ୍ମିତ ପାତ୍ର
  • ||
  • ମଦ ଦୋକାନ ନ ଖୋଲିବା ପାଇଁ ଜିଲ୍ଲାପାଳଙ୍କୁ ଦାବିପତ୍ର
  • ||
  • ବାଲେଶ୍ବର ଉପ ନିର୍ବାଚନରେ ମୁଖ୍ୟମନ୍ତ୍ରୀଙ୍କ ଡିଜିଟାଲ ପ୍ରଚାର: କହିଲେ, ‘ମୁଁ ସବୁବେଳେ ଆପଣଙ୍କ ସାଥିରେ ଅଛି’
  • ||
  • ମଙ୍ଗ ସମ୍ଭାଳିଲେ ନୀତିଶ ରାଣା, ଚେନ୍ନାଇକୁ ୧୭୩ ରନର ବିଜୟ ଲକ୍ଷ୍ୟ ଦେଲା କୋଲକାତା ନାଇଟ୍ ରାଇଡର୍ସ
  • ||
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୧୭ କରୋନା ସଂକ୍ରମିତ ଚିହ୍ନଟ
  • ||
  • ରାଉରକେଲା : ଡ୍ରାଇଭରଙ୍କ ନାଁରେ ୨୮ କୋଟି ଟଙ୍କାର GST ଠକେଇ ଅଭିଯୋଗ
  • ||
  • ଗଞ୍ଜାମ : ବୋମା ଭିଡୁଥିବା ବେଳେ ବିସ୍ଫୋରଣ, ଜଣେ ମୃତ, ଦୁଇ ଗୁରୁତର
  • ||
  • ବୋମା ଭିଡୁଥିବା ବେଳେ ବିସ୍ଫୋରଣ : ଜଣେ ମୃତ, ଦୁଇ ଗୁରୁତର
  • ||

ମୋଦି ଆସି ମୁଣ୍ଡ ଗଡ଼େଇ ଦେଇ ଗଲେ, ପୁଣି ୧୫ ତାରିଖରେ ଆସିବେ: ୨୫ରେ ଓଡିଶା ଆସିବେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି, ବିଜେଡି କହୁଛି ୧୯ ବର୍ଷ ହେଲାଣି କିଛି ପ୍ରଭାବ ପଡ଼ିନି

7/01/2019 at 6:12 PM

ଭୁବନେଶ୍ବର ୭|୧: ମୋଦି ଆସି ମୁଣ୍ଡ ଗଡ଼େଇ ଦେଇ ଗଲେ। ପୁଣି ୧୫ ତାରିଖରେ ଆସିବେ। ଆଉ ତାପରେ ପୁଣି ୨୫ ତାରିଖରେ ଆସିବେ ରାହୁଲ ଗାନ୍ଧି। ମୋଦିଙ୍କୁ ଟକ୍କର ଦେବା ସହ କଂଗ୍ରେସ କର୍ମୀଙ୍କ ମନରେ ଉତ୍ସାହ ଭରିବେ। ସେପଟେ ବିଜେଡି କହିଛି କିଛି ବିଚଳିତ ହେବାର ନାହିଁ, ୧୯ ବର୍ଷର ଉଦାହରଣ ଦେଇଛି।   

୨୫ରେ ଓଡିଶା ଆସିବେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି । ପାରାଦୀପରେ ହେବ ସାଧାରଣ ସଭା। ଓଡିଶାରେ ରାଜନୈତିକ ସ୍ଥିତି  ଏବଂ ରାଜ୍ୟରେ କଂଗ୍ରେସର ସାଂଗଠନିକ ସ୍ଥିତି କଣ ସେ ନେଇ ବରିଷ୍ଠ ନେତାଙ୍କ ସହ ଆଲୋଚନା​‌ କରିବେ। ଜିଲ୍ଲାକୁ ଜିଲ୍ଲା ପସିସି ଟିମ ବୁଲି ପ୍ରଚାର କରୁଛି। ତଥାପି ବି କଂଗ୍ରେସ ସପକ୍ଷରେ ମାହୋଲ ବନି ପାରୁନି, ତେଣୁ ରାହୁଲଙ୍କ ଗସ୍ତ ଉପରେ ଟିମ୍‌ ନିରଞ୍ଜନ ଖୁବ୍‌ ଆଶା ଭରସା ରଖିଛି।

ବାରିପଦା ଗସ୍ତରେ ଆସି ମୋଦି ପଦେ କହିଲେ ଯେ ମହାରଥୀଙ୍କ ପଦ ଗଲା । ପୁଣି ଆସନ୍ତା ୧୫ରେ ଆସୁଛନ୍ତି ମୋଦି। ବଲାଙ୍ଗିରରେ ଗର୍ଜିବେ। ୨୬ରେ କଟକ, ଏବଂ ଫେବୃଆରୀ ୨ ରେ ଅମିତ ଶାହା ଓଡ଼ିଶା ଗସ୍ତରେ ଆସିବେ। ତେଣୁ ରାଜ୍ୟ ବିଜେପି କହୁଛି ​‌ମୋଦି ଗସ୍ତରେ ମାହୋଲ ବନିଲାଣି ତେଣୁ ରାହୁଲ ଆସିଲେ କିଛି ଫରକ ପଡିବନି ।

ମୋଦି ଆସନ୍ତୁ କି ରାହୁଲ। ଏମାନେ ପରସ୍ପରକୁ ତ ଆକ୍ରମଣ ପ୍ରତିଆକ୍ରଣ କରିବେ କିନ୍ତୁ ରାଜ୍ୟ ସରକାରଙ୍କ ଆଡ଼କୁ ତେରେଛା ବାଣ ମାରୁଛନ୍ତି। ତେଣୁ ଉଭୟଙ୍କ ନଜର ରହିବ ବିଜେଡି ଉପରେ। କିନ୍ତୁ ବିଜେଡି କହିଛି ୧୯ ବର୍ଷ ହେଲାଣି କିଛି ପ୍ରଭାବ ପଡ଼ିନି।

ସାଧାରଣ ନିର୍ବାଚନ ଆଉ ୩ମାସ ରହିଲା। ରାହୁଲ ଏବଂ ମୋଦିଙ୍କ ମୈଦାନ ହେବାକୁ ଯାଉଛି ଓଡ଼ିଶା

   Related Posts