Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକଣା କଡାକଡି କଲା ହଙ୍ଗକଙ୍ଗ, ବାହାର ଦେଶର ନାଗରିକଙ୍କ ପ୍ରବେଶ ଉପରେ ରୋକ୍
  • ||
  • ଟଳିଗଲା ମୃତ୍ୟୁ, ଅଳ୍ପକେ ମରଣ ମୁହଁରୁ ବର୍ତ୍ତିଲେ କଲେଜ ଛାତ୍ରୀ ଓ ସ୍କୁଟି ଚାଳକ : ସିସିଟିଭିରେ ଛାତିଥରା ଦୃଶ୍ୟ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୧୧କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୨୮ କରୋନା ସଂକ୍ରମିତ, ୧୦୪୯୧୦୮ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୬ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୦ ମୃତ
  • ||
  • ହଠାତ ହେଲା ବରଫ ଝଡ, ପବ୍‌ରେ ଫସିଗଲେ ୬୧ ଗ୍ରାହକ : ୩ ଦିନ ପରେ ଉଦ୍ଧାର
  • ||
  • ମା’ ସୁରେଶ୍ୱରୀ ମନ୍ଦିରରୁ ଚୋରି, ନେଇଗଲେ ଦେବୀଙ୍କ ରୁପା ମୁକୁଟ
  • ||
  • ବୁଧବାରଠୁ କମ୍ପିବ ବିଧାନସଭା, ଅଧିବେଶନ ପୂର୍ବରୁ ରଣନୀତି ପ୍ରସ୍ତୁତ କରିବେ ଶାସକ ଓ ବିରୋଧି
  • ||
  • ଆସୁଛି ବାତ୍ୟା ‘ଜଓ୍ୱାଦ’, ୪ ତାରିଖରେ କରିବ ଲ୍ୟାଣ୍ଡଫଲ
  • ||
  • ଜଗତସିଂହପୁରରେ ‘ସାଗର କବଚ ଓଡି-୨୧’, ସମରାଭ୍ୟାସରେ ସାମିଲ ଭାରତୀୟ ତଟରକ୍ଷୀ ବାହିନୀ ଓ ମେରାଇନ୍ ପୋଲିସ
  • ||

ରାହୁଲ ଗାନ୍ଧି ଜାରି କଲେ ଶ୍ୱେତ ପତ୍ର : ତୃତୀୟ ଲହର ପାଇଁ ପ୍ରସ୍ତୁତି ଆରମ୍ଭ କରିବାକୁ ସରକାରଙ୍କୁ ପରାମର୍ଶ

22/06/2021 at 12:49 PM

ନୂଆଦିଲ୍ଲୀ ୨୨/୬ : କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧି କେନ୍ଦ୍ର ସରକାରଙ୍କ କୋଭିଡ ପରିଚାଳନା ସମ୍ପର୍କରେ ଏକ ଶ୍ୱେତ ପତ୍ର ଜାରି କରିଛନ୍ତି । ଏହା ଜାରି କରି ସେ କହିଛନ୍ତି ଆସୁଛି କରୋନାର ତୃତୀୟ ଲହର । ଏଥିପାଇଁ ଆଗୁଆ ଆରମ୍ଭ କର ପ୍ରସ୍ତୁୂତି । ଏହାସହ କରୋନା ପରିଚାଳନାରେ ବିଫଳତାକୁ ନେଇ କଂଗ୍ରେସ ନେତା ରାହୁଲ ଗାନ୍ଧି କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି ।

ରାହୁଲ କହିଛନ୍ତି କରୋନା ଦ୍ୱାରା ଦେଶବାସୀ ଅନେକ ଯନ୍ତ୍ରଣା ପାଇଥିଲେ । ଏପରିକି ଲକ୍ଷ ଲକ୍ଷ ଲୋକଙ୍କର ମୃତ୍ୟୁ ବି ହୋଇଥିଲା । ତେବେ ଆଗକୁ ଆସୁଥିବା ଲହର ପୂର୍ବରୁ ପ୍ରସ୍ତୁତି ଆରମ୍ଭ କରିଦିଅ । ଆହୁରି ସେ କହିଛନ୍ତି ଆମେ ଯେଉଁ ରିପୋଟ୍ ଜାରି କରିଛୁ, କାହାକୁ ଆମେ ଅଙ୍ଗୁଳି ନିର୍ଦ୍ଦେଶ କରୁନୁ । ବରଂ ଯେୁଉଁ ସବୁ ଭୁଲ ହୋଇଛି ତାକୁ ସୁଧାରିବାକୁ ଆମେ ଆପଣଙ୍କୁ ପରାମର୍ଶ ଦେଉଛୁ ।

ସରକାର କୌଣସି କାର୍ଯ୍ୟ ଠିକରେ କରିନାହାଁନ୍ତି । ରାହୁଲ କହିବା ମୁତାବକ ଗତକାଲି ଏକ ଭଲ କାମ ( ରେକର୍ଡ ଟିକାକରଣ) ହୋଇଛି । କିନ୍ତୁ ଆମକୁ ଗୋଟିଏ ଦିନରେ ସନ୍ତୁଷ୍ଟ ନହୋଇ ଏହାକୁ ପତ୍ୟେକ ଦିନ ଚଳାଇବାକୁ ପଡ଼ିବ । ଯେପର୍ଯ୍ୟନ୍ତ ଦେଶର ସବୁ ଲୋକଙ୍କୁ ଟିକା ନ ଦିଆହୋଇଛି । ସେପର୍ଯ୍ୟନ୍ତ ଆମକୁ ଏମିତି କାର୍ଯ୍ୟ କରିବାକୁ ପଡିବ ।

   Related Posts