Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୧୨କୋଟି ଟଙ୍କାର ଜିଏସ୍‌ଟି ଠକେଇ ଅଭିଯୋଗ, ବିଭାଗ ପକ୍ଷରୁ ଛାନ୍‌ଭିନ୍‌ ଆରମ୍ଭ
  • ||
  • ବିଜାପୁରରେ ଏନ୍‌କାଉଣ୍ଟର : ଜଣେ ନକ୍ସଲ ନିହତ, ୨ ଯବାନ ଆହତ
  • ||
  • ମାଓବାଦୀଙ୍କ ବର୍ବର କାଣ୍ଡ , ପୋଲିସ ଇନଫର୍ମର ସନ୍ଦେହରେ ଘରୁ ଡାକି ନେଇ ହତ୍ୟା
  • ||

କେନ୍ଦ୍ର ସରକାରଙ୍କୁ ଧନ୍ୟବାଦ ଜଣାଇଲେ ରାହୁଲ, କହିଲେ ମୋ କଥା ରଖିଲେ

18/04/2020 at 7:01 PM

ନୂଆଦିଲ୍ଲୀ : ବରିଷ୍ଠ କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ଶନିବାର ଏକ ଟ୍ୱିଟ୍‌ ବାର୍ତ୍ତାରେ କେନ୍ଦ୍ର ସରକାରଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି। ଏପ୍ରିଲ ୧୨ ତାରିଖ ଟ୍ୱିଟର ଜବାବରେ ରାହୁଲ ଏହି ଧନ୍ୟବାଦ ଜଣାଇଛନ୍ତି। ରାହୁଲ ତାଙ୍କ ଟ୍ୱିଟର ହ୍ୟାଣ୍ଡଲରେ  ଚୀନ କେନ୍ଦ୍ରୀୟ ବ୍ୟାଙ୍କ ପ୍ୟୁପିଲସ ବ୍ୟାଙ୍କ ଅଫ ଚାଇନା ଦେଶର ଲକଡାଉନ ବେଳେ ଏଚଡିଏଫସିଙ୍କ ୧.୧୭କୋଟି ଟଙ୍କାର ସେୟାର କିଣିନେଇଥିବା ପ୍ରଥମେ ସୂଚନା ଦେଇଥିଲେ। ଏଥିରେ ଦେଶର ଏଭଳି ପରିସ୍ଥିତିରେ ବିଦେଶୀ ବ୍ୟାଙ୍କ ଓ ନିବେଶକଙ୍କ କବଳରୁ କର୍ପୋରେଟ୍ ସେକ୍ଟରକୁ ରକ୍ଷା କରିବାକୁ ରାହୁଲ କେନ୍ଦ୍ର ସରକାରଙ୍କୁ କଡା ନିୟମ ଆଣିବାକୁ ପରାମର୍ଶ ଦେଇଥିଲେ।  ସେହି ଅନୁସାରେ ଶନିବାର କେନ୍ଦ୍ର ସରକାର ଏଫଡିଆଇ ନିୟମ କଡାକଡି କରିଥିବାରୁ ରାହୁଲ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି।

କରୋନା ଜନିତ ପରିସ୍ଥିତିରେ ସାରା ବିଶ୍ୱ ଆର୍ଥିକ ମାନ୍ଦାବସ୍ଥାର ଶିକାର ହୋଇଛି। ଏଥିରୁ ଭାରତୀୟ ବଜାର ବି ବାଦ ପଡିନି। ଏଣୁ ଜାତୀୟ ସଙ୍କଟ ସମୟରେ କୌଣସି ବିଦେଶୀ କମ୍ପାନୀ ଅଥବା ବ୍ୟାଙ୍କ ହାତକୁ ଯେପରି ଗୋଟିଏ ବି ଭାରତୀୟ କମ୍ପାନୀ ନ ଯାଏ ତାହା ସରକାର ସୁନିଶ୍ଚିତ କରନ୍ତୁ ବୋଲି ରାହୁଲ ନିବେଦନ କରିଥିଲେ।

ରାହୁଲଙ୍କ ବିଚାର ଗଣମାଧ୍ୟମରେ ପ୍ରସାରିତ ହେବା ପରେ ସେୟାର ପ୍ରାଇସ୍ ହ୍ରାସ ଯୋଗୁ ବିଦେଶୀ ନିବେଶକ ଶସ୍ତାରେ ସେୟାର କିଣି ନେଉଥିବାର ଜଣାପଡିଥିଲା। ଫଳରେ ଶିଳ୍ପ ଏବଂ ବାଣିଜ୍ୟ ପ୍ରୋତ୍ସାହନ ବିଭାଗ (ଡିପିଆଇଆଇଟି) ଶନିବାର ଏଫଡିଆଇ ନିୟମ ପରିବର୍ତ୍ତନ କରିବା ସହ ଭାରତ ସୀମା ସଲଗ୍ନ କୌଣସି ଦେଶର ନାଗରିକ, ନିବେଶକ, କମ୍ପାନୀ ଅଥବା ବ୍ୟାଙ୍କ ଭାରତରେ ନିବେଶ କରିବାକୁ ଚାହିଁଲେ ଏଥିଲାଗି ସରକାରଙ୍କ ଅନୁମତି ନେବା ଜରୁରି ବୋଲି ଘୋଷଣା କରିଛନ୍ତି। ତେବେସେବି ଚୀନ କେନ୍ଦ୍ରୀୟ ବ୍ୟାଙ୍କ ଏଚଡିଏଫସିଙ୍କର ମାତ୍ର ୧.୦୧ ପ୍ରତିଶତ ଅଂଶ କିଣିଥିବା କହିଛନ୍ତି। ଏଥିରେ ପୂର୍ବରୁ ଅନେକ ଦେଶଙ୍କ ନିବେଶ ରହିଥିବା ବେଳେ ଚୀନର ନିବେଶ ଅତ୍ୟନ୍ତ ନଗଣ୍ୟ ବୋଲି କୁହାଯାଇଛି।  

   Related Posts