କଂଗ୍ରେସ ନେତା ରାହୁଲ ଗାନ୍ଧୀ କରୋନା ଆକ୍ରାନ୍ତ, ଟ୍ବିଟ୍‌ କରି ଦେଲେ ସୂଚନା

Published By : Prameya-News7 Bureau | April 20, 2021 IST

ନୂଆଦିଲ୍ଲୀ ୨୦/୦୪ : କଂଗ୍ରେସ ନେତା ରାହୁଲ ଗାନ୍ଧୀ କରୋନା ସଂକ୍ରମିତ ହୋଇଛନ୍ତି । ରାହୁଲ ଗାନ୍ଧୀ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡିଛି । ଏ ନେଇ ରାହୁଲ ଗାନ୍ଧୀ ଟ୍ବିଟ୍‌ କରି ସୂଚନା ଦେଇଛନ୍ତି ।

ଟ୍ବିଟ୍‌ କରି ରାହୁଲ ଗାନ୍ଧୀ କହିଛନ୍ତି ଯେ, ‘କରୋନା ଲକ୍ଷଣ ଦେଖାଯାଇଥିଲା । ପରୀକ୍ଷା ପରେ ରିପୋର୍ଟ ପଜିଟିଭ ଆସିଛି । ଯେଉଁମାନେ ଗତ କିଛି ଦିନ ମଧ୍ୟରେ ସଂସ୍ପର୍ଶରେ ଆସିଛନ୍ତି ସେମାନେ କରୋନା ପରୀକ୍ଷା କରାଇ ନିଅନ୍ତୁ ଏବଂ ପ୍ରୋଟୋକଲ ମାନନ୍ତୁ । ସୁରକ୍ଷିତ ରୁହନ୍ତୁ।’

wp:embed {"url":"https://twitter.com/RahulGandhi/status/1384442319638867969","type":"rich","providerNameSlug":"twitter","responsive":true,"className":""}
https://twitter.com/RahulGandhi/status/1384442319638867969
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.