Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

‘ଭାରତରୁ କେବେ ଚୀନ ସୈନ୍ୟଙ୍କୁ ତଡିବ ?’ ପ୍ରଧାନମନ୍ତ୍ରୀଙ୍କୁ ପ୍ରଶ୍ନ କଲେ ରାହୁଲ ଗାନ୍ଧୀ, ତେଲ ଦାମ୍ ନେଇ କଲେ ଆକ୍ଷେପ

30/06/2020 at 4:58 PM

ନୂଆଦିଲ୍ଲୀ, ୩୦|୦୬:  ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମ୍ବୋଧନ କରିବା ପୂର୍ବରୁ ତାଙ୍କୁ କଂଗ୍ରେସ ନେତା ରାହୁଲ ଗାନ୍ଧୀ କଡା ଭାଷାରେ ସମାଲୋଚନା କରିଛନ୍ତି । ଚୀନ ସହ ବିବାଦଠୁ ଆରମ୍ଭ କରି ତୈଳଦର ବୃଦ୍ଧି ପ୍ରସଙ୍ଗରେ ରାହୁଲ ସମାଲୋଚନା କରିଛନ୍ତି ।

ରାହୁଲ ଗାନ୍ଧୀ କହିଛନ୍ତି ଯେ, ଗତ ୩ ମାସ ମଧ୍ୟରେ ତୈଳ ଦର ୨୨ ଥର ବୃଦ୍ଧି ପାଇଛି । ଏହାସହ ଚୀନ ସେନାକୁ କେବେ ଦେଶରୁ ବାହାର କରିବେ ବୋଲି ରାହୁଲ ମୋଦୀଙ୍କୁ ପ୍ରଶ୍ନ କରିଛନ୍ତି । ସେ ଟ୍ୱିଟରେ ଏକ ଭିଡିଓ ମଧ୍ୟ ଜାରି କରିଛନ୍ତି ।

ରାହୁଲ ଆହୁରି କହିଛନ୍ତି ଯେ, କରୋନା ପାଇଁ ଅର୍ଥବ୍ୟବସ୍ଥାକୁ କ୍ଷତି ପହଁଚିଛି । ସବୁଠାରୁ ଗରିବମାନେ ହିଁ ଅଧିକ କ୍ଷତିଗ୍ରସ୍ତ ହୋଇଛନ୍ତି । ନ୍ୟାୟ ଯୋଜନା ଲାଗୁ ପାଇଁ ସରକାରଙ୍କୁ ପରାମର୍ଶ ଦିଆଯାଇଥିଲା । ପ୍ରତି ପରିବାରକୁ ୭ ହଜାର ଦେବା ପାଇଁ କୁହାଯାଇଥିଲେ ମଧ୍ୟ ସରକାର ମାନିଲେ ନାହିଁ । ଚୀନ ଦେଶର ଚାରୋଟି ସ୍ଥାନରେ ଭାରତୀୟ ସୀମା ମଧ୍ୟରେ ରହିଛି । ସେମାନଙ୍କୁ କେବେ ବାହାର କରାଯିବ ବୋଲି ସେ ସରକାରଙ୍କୁ ପ୍ରଶ୍ନ କରିଛନ୍ତି ।

   Related Posts