Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପରଲୋକରେ ଦିବଙ୍ଗତ ଅଭିନେତା ବିଜୟ ମହାନ୍ତିଙ୍କ ମାଆ
  • ||
  • ଭୁବନେଶ୍ୱରରେ ପହଞ୍ଚିଲା ପ୍ରଥମ ପର୍ଯ୍ୟାୟ କୋଭିସିଲ୍ଡ ଟିକା, ୧୮ ବର୍ଷରୁ ୪୪ ବର୍ଷ ବୟସ୍କଙ୍କୁ ଦିଆଯିବ
  • ||
  • କୁକୁର ଆକ୍ରମଣରେ ହରିଣ ଗୁରୁତର, ଉଦ୍ଧାର କଲେ ଗାଁ ଲୋକେ…
  • ||
  • କଳାହାଣ୍ଡି : ଘର ବାହାରେ ଶୋଇଥିବା ବେଳେ ମାଡିଗଲା ଟ୍ରକ୍, ସ୍ତ୍ରୀ ମୃତ, ସ୍ବାମୀ ଗୁରୁତର
  • ||
  • ସାନଖେମୁଣ୍ଡି : କୋଭିଡ୍ କଟକଣା ଉଲଂଘନ କରି ଗାଁରେ ଚାଲିଥିଲା ବାହାଘର ଭୋଜିଭାତ, ବନ୍ଦ କଲା ପ୍ରଶାସନ
  • ||
  • ଚୋରି କରୁଥିଲା ବିଦ୍ୟୁତ ଖୁଣ୍ଟ, ଗାଁ ଲୋକଙ୍କ ହାତରେ ଧରାପଡିଲା ଚୋର
  • ||
  • ରାଜ୍ୟରେ କରୋନା ନେଲା ଆଉ ୨୧ଜଣଙ୍କ ଜୀବନ, ୨୧୬୧ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ୧୧ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୧,୮୦୭ ପଜିଟିଭ୍
  • ||
  • କମିଲା ତାତି : ଆଜି ଏହି ସବୁ ଜିଲ୍ଲାରେ ବଜ୍ରପାତ ସହ କୁଆପଥର ବର୍ଷା ସମ୍ଭାବନା
  • ||
  • ସଂକ୍ରମଣ ରୋକିବାକୁ ରାଜ୍ୟରେ ସାପ୍ତାହିକ ସଟ୍‌ଡାଉନ୍, ଜରୁରୀ ସେବାକୁ ଛାଡ଼ିଦେଲେ ସବୁ ବନ୍ଦ
  • ||

ନୀତିଶ ଓ ମୋଦୀଙ୍କୁ ଟାର୍ଗେଟ୍ କଲେ ରାହୁଲ ଗାନ୍ଧୀ, କହିଲେ-‘କୃଷି ବିଲ୍ କିଛି ଖାସ୍ ବନ୍ଧୁଙ୍କ ପାଇଁ କରିଛନ୍ତି ପ୍ରଧାନମନ୍ତ୍ରୀ’

3/11/2020 at 5:15 PM

ପାଟନା, ୦୩୧୧ବିହାର ବିଧାନସଭା ନିର୍ବାଚନ ପାଇଁ ଆଉ କିଛି ଦିନ ପରେ ହେବ ତୃତୀୟ ପର୍ଯ୍ୟାୟ ମତଦାନ । ମଙ୍ଗଳବାର କଂଗ୍ରେସ ପୂର୍ବତନ ଅଧ୍ୟକ୍ଷ ତଥା ସାଂସଦ ରାହୁଲ ଗାନ୍ଧୀ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଥିଲେ । ସେ କିଶନଗଞ୍ଜରେ ଏକ ରାଲିରେ ଭୋଟରଙ୍କୁ ଉଦବୋଧନ ଦେବା ସହ ବିଭିନ୍ନ ପ୍ରସଙ୍ଗରେ ବିଜେପିକୁ କଡା ସମାଲୋଚନା କରିଛନ୍ତି ।

ରାହୁଲ କହିଛନ୍ତି ଯେ, ନୀତିଶ କୁମାର ଓ ନରେନ୍ଦ୍ର ମୋଦୀ ବିହାରକୁ ଲୁଟିଛନ୍ତି । ବିହାରର କୃଷକ, ଶ୍ରମିକ ଓ ଛୋଟ ଦୋକାନୀ ସେମାନଙ୍କ ରୋଜଗାର ହରାଇଛନ୍ତି । ଏବେ ବିହାରର କୃଷକ ଓ ଯୁବକ ମହାମେଣ୍ଟକୁ ଜିତାଇବେ ବୋଲି ମନ ବଳାଇ ସାରିଛନ୍ତି । ମହାମେଣ୍ଟ ସରକାରକୁ ଆସିଲେ ବିହାରରେ ପରିବର୍ତ୍ତନ ଆସିବ ।

ସେ ଆହୁରି କହିଛନ୍ତି ଯେ, ଛତିଶଗଡ ସରକାର ଏବେ କୃଷକଙ୍କ ଖାତାରେ ସିଧାସଳଖ ଟଙ୍କା ଜମା କରୁଛନ୍ତି । କିନ୍ତୁ ପ୍ରଧାନମନ୍ତ୍ରୀ ନୂଆ କୃଷି ବିଲ୍ ଆଣିଛନ୍ତି । ଯାହା କୃଷକ ବିରୋଧୀ । ଏହା ମୋଦୀଙ୍କ କିଛି ମିତ୍ରଙ୍କ ପାଇଁ । କୃଷକମାନେ କଣ ଅମ୍ବାନୀ ଓ ଆଦାନୀ ସହ ସାଲିସ କରି ପାରିବେ ବୋଲି ରାହୁଲ ପ୍ରଶ୍ନ କରିଛନ୍ତି । ମହାମେଣ୍ଟ ସରକାର ଆସିଲେ ଛତିଶଗଡ ଭଳି ଧାନର ସର୍ବନିମ୍ନ ସହାୟକ ମୁଲ୍ୟ ୨୫୦୦ ଟଙ୍କା ହିସାବରେ ବିହାର କୃଷକଙ୍କୁ ମିଳିବ ।

କଂଗ୍ରେସର ପୂର୍ତତନ ଅଧ୍ୟକ୍ଷ ଆହୁରି ମଧ୍ୟ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ଓ ଆରଏସଏସ ସବୁଠାରୁ ଅଧିକ କୃଷକ ଓ ଗରିବଙ୍କୁ ଅସୁବିଧାରେ ପକାଇଛି । ବିଜେପି ଓ ଆରଏସଏସ ହିଂସା ସୃଷ୍ଟି କଲା ଭଳି କାମ କରୁଛନ୍ତି । ବିଜେପିର ବି-ଟିମ୍ ମଧ୍ୟ ଘୃଣା ସୃଷ୍ଟି କରିବାରେ ଲାଗିଛି । ଏହାସହ ସେ ରାଜ୍ୟରେ ନୀତିଶ ସରକାରଙ୍କୁ ମଧ୍ୟ ଟାର୍ଗେଟ୍ କରିଛନ୍ତି । ନୀତିଶ କୁମାର ବିହାରର ଯୁବକଙ୍କୁ ରୋଜଗାର ଦେବାରେ ବିଫଳ ହୋଇଥିବା ରାହୁଲ ଅଭିଯୋଗ କରିଛନ୍ତି ।

   Related Posts