RBIଙ୍କ ରିପୋର୍ଟ ସେୟାର କରି କେନ୍ଦ୍ରକୁ ଟାର୍ଗେଟ୍ କଲେ ରାହୁଲ, କହିଲେ ଗରିବଙ୍କ ହାତକୁ ଦିଅ ନଗଦ

Published By : Prameya-News7 Bureau | August 26, 2020 IST

ନୂଆଦିଲ୍ଲୀ ୨୬।୮: ଦେଶର ଆର୍ଥିକ ଅବସ୍ଥା ନେଇ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଜାରି କରିଥିବା ରିପର୍ଟକୁ ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି କେନ୍ଦ୍ର ସରକାରଙ୍କ ବିରୋଧରେ ଅସ୍ତ୍ର କରିଛନ୍ତି। ଆରବିଆଇ ତାଙ୍କ ରିପୋର୍ଟରେ ଅର୍ଥନୀତିକୁ ପୁଣି ରାସ୍ତାକୁ ଆଣିବାକୁ ହେଲେ ବ୍ୟାପକ ସଂସ୍କାରର ଅବଶ୍ୟକ ବୋଲି ଉଲ୍ଲେଖ କରିଛନ୍ତି। ଏହି ରିପୋର୍ଟକୁ ରାହୁଲ ତାଙ୍କ ଟ୍ୱିଟର ହ୍ୟାଣ୍ଡଲରେ ସେୟାର କରି ଗରିବଙ୍କ ହାତକୁ ନଗଦ ଦେବାକୁ ଦାବି କରିଛନ୍ତି।

ଦେଶରେ ସରକାର କୋଭିଡ ଲକଡାଉନ୍‌ ଘୋଷଣା କରିବା ପରଠାରୁ ଆର୍ଥିକ ସୁଧାର ଲାଗି ଅନେକ ଘୋଷଣା କଲେଣି। ହେଲେ ଏ ସବୁ ଧୂଆଁବାଣ ବୋଲି ଦେଶବାସୀ ଜାଣିଗଲେଣି ବୋଲି ରାହୁଲ ତାଙ୍କ ଟ୍ୱିଟ୍‌ରେ ଉଲ୍ଲେଖ କରିଛନ୍ତି। ଏବେ ପରିସ୍ଥିତିରୁ ସରକାର ଲୋକଙ୍କ ଧ୍ୟାନ ହଟାଇବାକୁ ଉଦ୍ୟମ କରୁଛନ୍ତି। ହେଲେ ଏପରି କରି ସରକାର ଅର୍ଥ ବ୍ୟବସ୍ଥାକୁ ପୁଣି ଥରେ ସୁଧାରିପାରିବେନି ବୋଲି ରାହୁଲ କହିଛନ୍ତି।

wp:html /wp:html

ଦୀର୍ଘ ଦିନ ପୂର୍ବରୁ ଏ ନେଇ ମୁଁ ସତର୍କ କରିଥିଲି ବୋଲି ରାହୁଲ ତାଙ୍କ ଟ୍ୱିଟ୍‌ରେ ଉଲ୍ଲେଖ କରିଛନ୍ତି। ଏବେ ଆରବିଆଇ ତାଙ୍କ ରିପୋର୍ଟରେ ଏହା ସ୍ପଷ୍ଟ କରିଦେଇଛନ୍ତି। ଲୋକେ ଆଉ ଋଣ ନୁହେଁ ନଗଦ ଅର୍ଥର ଆବଶ୍ୟକ କରୁଥିବା ରାହୁଲ ଉଲ୍ଲେଖ କରିଛନ୍ତି। ଏଣୁ ଉଦ୍ୟୋଗପତିଙ୍କୁ କର ରିହାତି ଦେଇ ସରକାର ଅର୍ଥନୀତିକୁ ସୁଧାରି ପାରିବେନି ବୋଲି କହିଛନ୍ତି ରାହୁଲ। ହେଲେ ଗରିବଙ୍କ ହାତକୁ ଟଙ୍କା ଗଲେ ସେମାନେ ଖର୍ଚ୍ଚ କରିବେ ଓ ଖର୍ଚ୍ଚ ଆରମ୍ଭ ହେଲେ ଅର୍ଥନୀତି ପୁଣି ଚଞ୍ଚଳ ହୋଇପାରିବ ବୋଲି କହିଛନ୍ତି ରାହୁଲ ଗାନ୍ଧି।

ଆରବିଆଇ ମଧ୍ୟ ତାଙ୍କ ରିପୋର୍ଟରେ ଅର୍ଥନୀତିର ସେହି ଦିଗକୁ ଦର୍ଶାଇଛନ୍ତି ଯାହା ଦେଶର ଏଗ୍ରିଗେଟ୍‌ ଡିମାଣ୍ଡ (ସକଳ ଚାହିଦା)କୁ ବୃଦ୍ଧି କରିପାରିବ। ଚାହିଦା ବୃଦ୍ଧି ସେତେବେଳେ ହେବ ଯେତେବେଳେ ଲୋକେ ପୁଣି ଉପାର୍ଜନକ୍ଷମ ହୋଇପାରିବେ। ଏଥିଲାଗି ନଗଦର ଆବଶ୍ୟକତା ନେଇ ରାହୁଲ ପୁଣି ଥରେ ସରକାରଙ୍କୁ ଚେତାଇ ଦେଇଛନ୍ତି।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.