Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଜି କୁମାର ପୂର୍ଣ୍ଣିମା : ମା’ ବୃନ୍ଦାବତୀଙ୍କ ନିକଟରେ ଆଞ୍ଜୁଳି ଟେକିଲେ କୁମାରୀ
  • ||
  • ପୁରୀ : ଦାଦାବଟିକୁ କେନ୍ଦ୍ରକରି ମହିଳାଙ୍କୁ ଗୁଳିମାଡ଼, ପୂର୍ବରୁ ମିଳିଥିଲା ଧମକ
  • ||
  • ଜଗତସିଂହପୁର : କେନାଲର ଭାସୁଛି ଏକ ଗଳିତ ମୃତଦେହ, ୩ ଅଭିଯୁକ୍ତ ଅଟକ
  • ||

ଟୀକାକରଣ ନେଇ ମୋଦିଙ୍କୁ ରାହୁଲଙ୍କ ଟାର୍ଗେଟ: ପ୍ରତ୍ୟେକ ଦେଶବାସୀଙ୍କୁ ଟୀକା ଦେଇଦିଅନ୍ତୁ, ତାପରେ ମନ କି ବାତ ଶୁଣାଇବେ

27/06/2021 at 2:54 PM

ନୂଆଦିଲ୍ଲୀ ୨୭/୦୬ : କଂଗ୍ରେସ ନେତା ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ‘ମନ କି ବାତ’ କାର୍ଯ୍ୟକ୍ରମ ମଧ୍ୟରେ ପୁଣି ଥରେ କରୋନା ଟୀକାକରଣର ଗତିକୁ ନେଇ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ଟୀକାକରଣକୁ ନେଇ ସେ ପିଏମ ମୋଦୀଙ୍କୁ ଟାର୍ଗେଟ କରିଛନ୍ତି।

ରାହୁଲ ଗାନ୍ଧୀ ଟ୍ୱିଟ୍ କରି କହିଛନ୍ତି, ପ୍ରତ୍ୟେକ ଦେଶବାସୀଙ୍କୁ ଟୀକା ଦିଅ, ତାପରେ ‘ମନ କି ବାତ’ ଶୁଣାନ୍ତୁ ! ଟ୍ୱିଟରେ ସେ ଟୀକାକରଣ ସହ ଜଡିତ ଏକ ଭିଡିଓ ମଧ୍ୟ ସେୟାର କରିଛନ୍ତି। ଏହି ଭିଡିଓରେ, ଗ୍ରାଫ ମାଧ୍ୟମରେ ଏହା ଦର୍ଶାଯାଇଛି ଯେ ଦେଶରେ ନିୟମିତ ହାରାହାରି ୩୦-୪୦ ଲକ୍ଷ ଲୋକଙ୍କୁ ଟିକା ଦିଆଯାଉଛି। ମଝିରେ ଦିନେ-ଦୁଇଦିନ ଟୀକାକରଣ ବଢିଛି ଓ ପୁଣି ତଳକୁ ଖସିଛି।

ସୂଚନାଯୋଗ୍ୟ ଯେ, ରାହୁଲ ଗାନ୍ଧୀ କୋଭିଡ ମହାମାରୀରେ ଟୀକାକରଣ ନୀତି ଉପରେ ପ୍ରଶ୍ନ ଉଠାଉଛନ୍ତି ଏବଂ ଟ୍ୱିଟ ମାଧ୍ୟମରେ ସରକାରଙ୍କୁ ତୀକ୍ଷ୍ଣ ପ୍ରଶ୍ନ ପଚାରୁଛନ୍ତି। ନିକଟରେ ଟୀକାକରଣ ସମ୍ପର୍କରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରୁଥିବାବେଳେ ସେ PR କାର୍ଯ୍ୟକ୍ରମକୁ ଆଗେଇ ନ ପାରିଥିବା ଅଭିଯୋଗ କରିଛନ୍ତି। ସେ ଟ୍ୱିଟ୍ କରି କହିଛନ୍ତି ଯେ ଯେପର୍ଯ୍ୟନ୍ତ କରୋନା ଟୀକାକରଣ ନିରନ୍ତର ବଡ ସ୍ଥରରେ ନ ହୁଏ, ଦେଶ ସୁରକ୍ଷିତ ନୁହେଁ। ଦୁଃଖର ବିଷୟ, କେନ୍ଦ୍ର ସରକାର ପିଆର କାର୍ଯ୍ୟକ୍ରମ ଆଗକୁ ବଢ଼ାଇ ପାରୁନାହାନ୍ତି। “

ପ୍ରଧାନମନ୍ତ୍ରୀ ମୋଦୀ ଆଜି ୭୮ ତମ ‘ମନ କି ବାତ’ କାର୍ଯ୍ୟକ୍ରମ ଜରିଆରେ ଦେଶକୁ ସମ୍ବୋଧିତ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ସେ କରୋନା ବିରୋଧରେ ଲଢେଇ ବିଷୟରେ ମଧ୍ୟ ଉଲ୍ଲେଖ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, କରୋନା ବିରୋଧରେ ଆମ ଦେଶବାସୀଙ୍କ ଲଢେଇ ଜାରି ରହିଛି କିନ୍ତୁ ଏହି ସଂଗ୍ରାମରେ ଆମେ ଅନେକ ଅସାଧାରଣ ମାଇଲଖୁଣ୍ଟ ମଧ୍ୟ ହାସଲ କରୁଛୁ। କିଛି ଦିନ ପୂର୍ବରୁ ଆମ ଦେଶ ଏକ ଅଦ୍ଭୁତପୂର୍ବ କାର୍ଯ୍ୟ କରିଛି। ଟିକା ଅଭିଯାନର ପରବର୍ତ୍ତୀ ପର୍ଯ୍ୟାୟ ଜୁନ୍ ୨୧ ରୁ ଆରମ୍ଭ ହୋଇଥିଲା ଏବଂ ସେହି ଦିନ ଠାରୁ ଦେଶରେ ୮୬ ଲକ୍ଷରୁ ଅଧିକ ଲୋକଙ୍କୁ ଟୀକା ଦିଆଯାଇ ରେକର୍ଡ ସୃଷ୍ଟି କରିଛି।

   Related Posts