ସିବିଆଇ ନିର୍ଦେଶକ ପଦବୀରୁ ବର୍ମାଙ୍କୁ ବିଦା କରିବା ନେଇ ମୋଦିଙ୍କୁ ଟାର୍ଗେଟ କଲେ ରାହୁଲ : କହିଲେ "ମୋଦି ଡରି ଯାଇଛନ୍ତି, ସେ ଶୋଇ ପାରୁନାହାନ୍ତି"

Published By : Prameya-News7 Bureau | January 11, 2019 IST

ଦିଲ୍ଲୀ ୧୧/୧ : ଆଲୋକ ବର୍ମାଙ୍କୁ ସିବିଆଇ ନିର୍ଦେଶକ ପଦରୁ ହଟାଇ ଦିଆଯିବା ପରେ ରାହୁଲ ଗାନ୍ଧୀ ଏନେଇ ପ୍ରତିକ୍ରିୟା ରଖିଛନ୍ତି | ରାହୁଲ ଗାନ୍ଧୀ ଟ୍ୱିଟ କରି କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ମୋଦିଙ୍କ ମନରେ ଭୟ ସଂଚାର ହୋଇଛି, ଯେଉଁଥିପାଇଁ ସେ ରାତିରେ ଶୋଇପାରୁନାହାନ୍ତି | ସେ ଭାରତୀୟ ବାୟୁ ସେନା ଠାରୁ ୩୦ ହଜାର କୋଟି ଚୋରି କରିଛନ୍ତି ଏବଂ ଅନିଲ ଅମ୍ବାନୀଙ୍କୁ ଦେଇ ଦେଇଛନ୍ତି | ସେ କହିଛନ୍ତି ଯେ, ସିବିଆଇ ନିର୍ଦେଶକ ପଦରୁ ଆଲୋକ ବର୍ମାଙ୍କୁ ଦୁଇ ଦୁଇଥର ହଟାଇବା ଯୋଗୁଁ ଏହା ସ୍ପଷ୍ଟ ହୋଇଯାଇଛି ଯେ, ମୋଦି ନିଜେ ବୁଣିଥିବା ମିଛର ଜାଲରେ ଫସି ଯାଇଛନ୍ତି | ରାଫେଲ ପ୍ରସଙ୍ଗରେ ରାହୁଲ ମୋଦିଙ୍କ ସହ ଅନିଲ ଅମ୍ବାନୀଙ୍କୁ ମଧ୍ୟ ଟାର୍ଗେଟ କରିଛନ୍ତି | ରାହୁଲଙ୍କ ଅଭିଯୋଗକୁ ଅମ୍ବାନୀ ପୂର୍ବରୁ ହିଁ ଖାରଜ କରିସାରିଛନ୍ତି |


ସିବିଆଇ ନିର୍ଦେଶକ ପଦରୁ ଆଲୋକ ବର୍ମାଙ୍କୁ ହଟାଇ ଦିଆଯିବା ପରେ କଂଗ୍ରେସ ଅଭିଯୋଗ କରିଥିଲା ଯେ, ବର୍ମାଙ୍କୁ ହଟାଇବା ଯୋଗୁଁ ଏହା ପ୍ରମାଣିତ ହୋଇଯାଇଛି ଯେ, ରାଫେଲ ପ୍ରସଙ୍ଗର ଯାଞ୍ଚକୁ ନେଇ ମୋଦି ଡରି ଯାଇଛନ୍ତି |

{"id":72685}


କଂଗ୍ରେସ ଦଳ ଅଧିକାରୀ ଟ୍ୱିଟ କରି କହିଛନ୍ତି ଯେ, ନିର୍ଦେଶକ ପଦରୁ ହଟାଇବା ପୂର୍ବରୁ ଆଲୋକ ବର୍ମାଙ୍କୁ ନିଜ ପକ୍ଷ ରଖିବାକୁ ମଉକା ମଧ୍ୟ ଦିଆଯାଇନଥିଲା | ରାଫେଲ ପ୍ରସଙ୍ଗର ଯାଞ୍ଚକୁ ନେଇ ମୋଦି ଏତେ ଡରିଯାଇଛନ୍ତି ଯେ, ବର୍ମାଙ୍କୁ ନିଜ ପକ୍ଷ ମଧ୍ୟ ରଖିବାକୁ ଦେଲେନାହିଁ | ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା ସିଲେକସନ କମିଟି ବୈଠକ ପରେ ଆଲୋକ ବର୍ମାଙ୍କୁ ସିବିଆଇ ନିର୍ଦେଶକ ପଦବୀରୁ ବିଦା କରାଯାଇଥିଲା | ସେଥିପାଇଁ ରାହୁଲ ଗାନ୍ଧୀ ମୋଦିଙ୍କୁ ଟାର୍ଗେଟ କରି ଏଭଳି ମନ୍ତବ୍ୟ ଦେଇଛନ୍ତି |
ସୂଚନାଯୋଗ୍ୟ ଯେ, ୧୯୭୯ ବ୍ୟାଚ ଏଜିଏମୟୁଟି କ୍ୟାଡରର ଆଇପିଏସ ଅଧିକାରୀ ଆଲୋକ ବର୍ମାଙ୍କୁ ଭ୍ରଷ୍ଟାଚାର ଏବଂ କର୍ତବ୍ୟରେ ଅବହେଳା ଅଭିଯୋଗରେ ପଦବୀରୁ ବିଦା କରାଯାଇଛି | ତଦନ୍ତକାରୀ ସଂସ୍ଥା ଇତିହାସରେ ଏଭଳି କାର୍ଯ୍ୟାନୁଷ୍ଠାନକୁ ସାମ୍ନା କରିବା କ୍ଷେତ୍ରରେ ବର୍ମା ପ୍ରଥମ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.