Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସାଲେପୁର : ଷଣ୍ଢକୁ ଧକ୍କା ଦେବା ପରେ ହୁତୁ ହୁତୁ ହୋଇ ଜଳିଲା କାର୍, ଅଳ୍ପକେ ବର୍ତ୍ତିଲେ ୪ ଜଣ
  • ||
  • ଭୁବନେଶ୍ବର : ‘ପରୀ’ ହତ୍ୟାକାରୀକୁ ଧରାଇଦେଲେ ମିଳିବ ଲକ୍ଷେ ଟଙ୍କା
  • ||
  • ନୟାଗଡ : ଘର ବାଡିପଟୁ ମିଳିଲା ବୃଦ୍ଧଙ୍କ ମୃତଦେହ, ମୁଣ୍ଡ ଏବଂ ମୁହଁରେ ରହିଛି କ୍ଷତଚିହ୍ନ, ହତ୍ୟା ସନ୍ଦେହ
  • ||
  • ଯାଜପୁର : ଭୟାବହ ଅଗ୍ନିକାଣ୍ଡ, ୧୨ ବଖରା ଘର ସହ ଜଳିଗଲା ଲକ୍ଷାଧିକ ଟଙ୍କାର ସୁନା ଗହଣା
  • ||
  • ଢେଙ୍କାନାଳ : ବାଇକ୍‌କୁ ଧକ୍କା ଦେଲା କାର୍, ଆରୋହୀ ପିଟିହେଲେ ଟ୍ରକ୍‌ରେ, ଚାଲିଗଲା ଜୀବନ
  • ||
  • ନିଆଳି : ଭାରସାମ୍ୟ ହରାଇ ନାଳକୁ ଖସିପଡିଲା ଟ୍ରକ୍ : ଜଣେ ମୃତ, ଦୁଇ ଗୁରୁତର
  • ||
  • ମୁନିଗୁଡା : ଅପରେସନ୍ ଗ୍ରୀନ୍ କ୍ଲିନ୍, ୫ କୋଟି ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ
  • ||
  • ଢେଙ୍କାନାଳ : ଚାଷୀଙ୍କୁ କଚାଡି ମାରିଲା ଦନ୍ତା, କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକଙ୍କ ରାସ୍ତା ଅବରୋଧ
  • ||
  • ହରିୟାଣାର ସ୍ୱାସ୍ଥ୍ୟ ମନ୍ତ୍ରୀ କୋରୋନା ପଜିଟିଭ୍‌ ଚିହ୍ନଟ, ‘କୋଭାକ୍ସିନ୍‌’ର ପରୀକ୍ଷାମୂଳକ ଟିକା ନେଇଥିଲେ ଅନିଲ ଭିଜ୍‌
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୫ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୬୫ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||

ରାହୁଲଙ୍କ ବାଲେଶ୍ବର ସଭାକୁ ନେଇ ବିଜେପି ଖଡ୍ଗହସ୍ତ, ଧର୍ମେନ୍ଦ୍ର କହିଲେ କେବଳ ଖଣି ମାଫିଆ ଏବଂ ସାମ ପିଟ୍ରୋଡାଙ୍କ ଭଳି ଅନ୍ତରାଷ୍ଟ୍ରୀୟ ମଧ୍ୟସ୍ତିଙ୍କ ଲାଭ ଯେଉଁଠି ଅଛି ସେଠାକୁ ପ୍ରଚାର ପାଇଁ ଯାଉଛନ୍ତି ରାହୁଲ

26/04/2019 at 7:26 PM

ଭୁବନେଶ୍ବର ୨୬|୪: ବିଳମ୍ବରେ ହେଲେ ବି ରାହୁଲ ଗାନ୍ଧି ବାଲେଶ୍ବର ସାଧାରଣ ସଭାରେ ଯୋଗଦେଲେ । ବେରୋଜଗାରୀ, ଦରବୃଦ୍ଧି, ଚାଷୀ ଅତ୍ମହତ୍ୟା ଏବଂ ଭ୍ୟଷ୍ଟ୍ରାଚାର ପ୍ରସଙ୍ଗରେ ବିଜେପି ଉପରକୁ ହମଲା କରିଥଲେ ରାହୁଲ । ଏଥିସହିତ ରାହୁଲ କୃଷି ଋଣ ଛାଡ, ୫କୋଟି ଗରିବ ପରିବାରକୁ ମାସକୁ ୬ହଜାର ଟଙ୍କା, ଏମଏସପି ୨୬ଶହ ଟଙ୍କା କରିବାକୁ ପ୍ରତିଶ୍ରୁତି ଦେଇ ଲୋକଙ୍କ ଭରସା ଜିତିବାକୁ ପ୍ରୟାସ କରିଛନ୍ତି। ଏପଟେ ରାହୁଲଙ୍କ ବାଲେଶ୍ବର ଗସ୍ତକୁ ସମାଲୋଚନା କରିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ…

ଡେର୍‌ ଲଗି ଆନେ ମେ,  ପର୍‌ ଆ ହି ଗୟେ।  ରାଜ୍ୟରେ ତିନିଟି ପର୍ଯ୍ୟାୟ ଭୋଟ ସରିଗଲା ଆଉ ଚତୁର୍ଥ ପର୍ଯ୍ୟାୟର ଶେଷ ବେଳକୁ, ଆସିବେ ଆସିବେନି ହୋଇ ପହଞ୍ଚିଲେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି । ବାଲେଶ୍ବରର ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ପୁଅ, ତଥା ଚତୁର୍ଥ ପର୍ଯ୍ୟାୟର ସବୁଠାରୁ ଦାମଦାର ପ୍ରାର୍ଥୀ ନବଜ୍ୟୋତି ପଟ୍ଟନାୟକଙ୍କ ପାଇଁ ଠିଆ ହୋଇଛନ୍ତି ରାହୁଲ ।

ଅବଶ୍ୟ ପ୍ରଥମରୁ ସିଧା ଟାର୍ଗେଟ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦିଙ୍କୁ। କିନ୍ତୁ ନବୀନଙ୍କ ପାଇଁ ନରମ ରହିଲେ। ରାହୁଲ ଗାନ୍ଧି  ବେରୋଜଗାର, ଚାଷୀ ଅତ୍ମହତ୍ୟା, ଦରବୃଦ୍ଧି  ଏବଂ ଭଷ୍ଟ୍ରାଚାରଙ୍କୁ ନେଇ ବିଜେପିକୁ ଟାର୍ଗେଟ କରିଥିଲେ । କଂଗ୍ରେସ ସରକାରଙ୍କୁ ଆସିଲେ ପ୍ରତି ଗରିବ ପରିବାରରୁ ମାସକୁ ୬ ହଜାରଟଙ୍କା, ଧାନର ଏମଏସପି ୨୬ଶହ ଟଙ୍କା, କୃଷିଋଣ ଛାଡ, ସ୍ବତନ୍ତ୍ର କୃଷି ବଜେଟ ଆଣିବାକୁ ପ୍ରତିଶ୍ରୁତି ଦେଇଛନ୍ତି ରାହୁଲ । ରାହୁଲ ପୁରା ଭାଷଣରେ ବିଜେପି ଓ ମୋଦିଙ୍କୁ ହିଁ ଟାର୍ଗେଟ କରିଥିବା ବେଳେ ରାଜ୍ୟ ସରକାରଙ୍କୁ ହାଲ୍‌କେଇକି ଟାର୍ଗେଟ କରିଥିଲେ। 

ଏପଟେ ଶେଷ ବେଳେ ରାହୁଲ ବାଲେଶ୍ବର ପ୍ରଚାରକୁ ଆସିଥିବାରୁ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାହୁଲ ଗାନ୍ଧୀଙ୍କୁ ସମାଲୋଚନା କରିଛନ୍ତି। କହିଛନ୍ତି ଖଣି ମାଫିଆ ଏବଂ ସାମ ପିଟ୍ରୋଡାଙ୍କ ଭଳି ଅନ୍ତରାଷ୍ଟ୍ରୀୟ ମଧ୍ୟସ୍ତିଙ୍କ ଲାଭ ଯେଉଁଠି ଅଛି ସେଠାକୁ  ପ୍ରଚାର ପାଇଁ ରାହୁଲ ଯାଉଛନ୍ତି ।

ସେଥିରୁ ସ୍ପଷ୍ଟ ପ୍ରମାଣିତ ହେଉଛନ୍ତି କଂଗ୍ରେସ ଓ ବିଜେଡି ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ବ। ଦୁହେଁ ନରେନ୍ଦ୍ର ମୋଦିଙ୍କ ବିରୋଧରେ ମିଳିତ ଭାବେ ଲଢ଼ୁଛନ୍ତି ବୋଲି ଧର୍ମେନ୍ଦ୍ର ଅଭିଯୋଗ କରିଛନ୍ତି। ସେପଟେ ରାହୁଲ ନବୀନଙ୍କୁ ନରମ ହେଉଥିବା ଅଭିଯୋଗ କରିଛି ବିଜେପି।

ରାହୁଲ ଗାନ୍ଧି ଆଜି ବିହାର ଏବଂ ଓଡ଼ିଶାରେ ପ୍ରଚାର କରିବାର ଥିଲା କିନ୍ତୁ ତାଙ୍କ ବିମାନରେ ତ୍ରୁଟି ଦେଖାଦେବାରୁ ସେ ଦିଲ୍ଲୀ ଫେରିଯାଇଥିଲେ। ଏହି ସମୟରେ ସେ ଏକ ଭିଡିଓ ମଧ୍ୟ ଟ୍ବିଟରରେ ଛାଡ଼ିଥିଲେ।  ପରେ ଅବଶ୍ୟ  ରାହୁଲ ବିହାରର ସମସ୍ତିପୁରରେ ଏବଂ ବାଲେଶ୍ବରର ପ୍ରଚାରରେ କରିଥିଲେ କିନ୍ତୁ ରାହୁଲଙ୍କ ଏ ବିଳମ୍ବିତ ପ୍ରଚାରରେ କେତେ ଫାଇଦା ମିଳୁଛି ତାହା ମେ ୨୩ କହିବ।

   Related Posts