Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୧୭ କରୋନା ସଂକ୍ରମିତ ଚିହ୍ନଟ
  • ||
  • ରାଉରକେଲା : ଡ୍ରାଇଭରଙ୍କ ନାଁରେ ୨୮ କୋଟି ଟଙ୍କାର GST ଠକେଇ ଅଭିଯୋଗ
  • ||
  • ଗଞ୍ଜାମ : ବୋମା ଭିଡୁଥିବା ବେଳେ ବିସ୍ଫୋରଣ, ଜଣେ ମୃତ, ଦୁଇ ଗୁରୁତର
  • ||
  • ବୋମା ଭିଡୁଥିବା ବେଳେ ବିସ୍ଫୋରଣ : ଜଣେ ମୃତ, ଦୁଇ ଗୁରୁତର
  • ||
  • ଦେଶର ପ୍ରତ୍ୟେକ ନାଗରିକଙ୍କୁ ମିଳିବ କରୋନା ଟିକା : ପ୍ରଧାନମନ୍ତ୍ରୀ
  • ||
  • ଡକାୟତି ଯୋଜନା ପଣ୍ଡ, ୪ ଡକାୟତଙ୍କୁ ବାନ୍ଧିଲା ପୋଲିସ
  • ||
  • ଅବସରପ୍ରାପ୍ତ ଡିଜିପି ମିଲନ ମହାନ୍ତିଙ୍କ ପରଲୋକ
  • ||
  • ରାଜ୍ୟରେ ବଢୁଛି ଶୀତର ପ୍ରକୋପ, କନ୍ଧମାଳରେ ୧୫ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଅନୁଗୋଳରେ ବିଷାକ୍ତ ମଦ ପିଇ ୪ ଜଣଙ୍କ ମୃତ୍ୟୁ ଘଟଣାରେ ୪ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ
  • ||

ମୋଦି ସରକାରଙ୍କୁ ଟାର୍ଗେଟ କଲେ ରାହୁଲ, କହିଲେ କରୋନା ସଂକ୍ରମଣ ରୋକିବାରେ କେନ୍ଦ୍ର ବିଫଳ

27/06/2020 at 12:20 PM

ନୂଆଦିଲ୍ଲୀ ୨୭।୦୬: କେନ୍ଦ୍ର ସରକାରଙ୍କୁ ପୁଣି ଘେରିଲେ ରାହୁଲ ଗାନ୍ଧୀ । କେତେବେଳ ଚୀନ୍ ପ୍ରସଙ୍ଗରେ ତ କେତେବେଳେ ତୈଳଦର ବୃଦ୍ଧି ପ୍ରସଙ୍ଗରେ ଘେରିଛନ୍ତି । କିନ୍ତୁ ଏବେ ରାହୁଲ ଗାନ୍ଧୀ ମୋଦି ସରକାଙ୍କୁ କରୋନା ଭାଇରସର ସଂକ୍ରମଣ ନେଇ ଘେରିଛନ୍ତି । ସରକାର କରୋନା ଭାଇରସ ଲଢେଇ ପାଇଁ ଉପଯୁକ୍ତ ପ୍ଲାନ ନାହିଁ । ମହାମାରୀକୁ କିପରି ରୋକାଯାଇପାରିବ, ସେନେଇ କୌଣସି ପ୍ରକାରର ଉପଯୁକ୍ତ ପଦକ୍ଷେପ ନେଉନାହାନ୍ତି ସରକାର ବୋଲି କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ କହିଛନ୍ତି ।

କଂଗ୍ରେସର ପୂର୍ବ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ପୁଣି ଥରେ ମୋଦି ସରକାରଙ୍କୁ ଘେରିଛନ୍ତି । ବିଜେପି ନେତୃତାଧୀନ ସରକାରଙ୍କୁ ଘେରିଛନ୍ତି କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ । ଦେଶରେ କରୋନା ଭାଇରସ ସଂକ୍ରମିତଙ୍କ ସଂଖ୍ୟା ବଢୁଥିବା ଦେଖି ପ୍ରଧାନମନ୍ତ୍ରୀଙ୍କ ଉପରେ ରାହୁଲ ଗାନ୍ଧୀ ଅଭିଯୋଗ ଆଣିଛନ୍ତି । ରାହୁଲ ଗାନ୍ଧୀଙ୍କ ଅନୁସାରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତୀଧିନ ବିଜେପି ସରକାର କରୋନାକୁ  ମୁକାବିଲା କରିବାରେ ବିଫଳ ହୋଇଛନ୍ତି ।

ରାହୁଲ ଗାନ୍ଧୀ ଶନିବାର ଦିନ ଏକ ଟ୍ୱିଟ୍‌ କରି ଲେଖିଛନ୍ତି ଯେ, ଦେଶରେ କରୋନା ସଂକ୍ରମଣ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ଏହାକୁ ମୁକାବିଲା କରିବା ପାଇଁ ସରକାରଙ୍କ ପାଖରେ ଉପଯୁକ୍ତ ଯୋଜନା ନାହିଁ । ଦେଶରେ ଅନେକ ଅଞ୍ଚଳରେ କରୋନା ସଂକ୍ରମଣ ସଂଖ୍ୟା ଦିନକୁ ବଢିବାରେ ଲାଗିଛି । କରୋନା ମହାମାରୀ ଆଗରେ ପ୍ରଧାନମନ୍ତ୍ରୀ ଆତ୍ମସମର୍ପଣ କରିଦେଇଛନ୍ତି । ଏହାକୁ ଲଢେଇ କରିବା ପାଇଁ ସରକାରଙ୍କ ଇଚ୍ଛା ହିଁ ନାହିଁ ବୋଲି ରାହୁଲ ଗାନ୍ଧୀ କହିଛନ୍ତି । ସେହିପରି ରାହୁଲ ଗାନ୍ଧୀ କିଛି ଦିନ ତଳେ ପେଟ୍ରୋଲ-ଡିଜେଲ୍‌ ଦାର ନେଇ ସରକାରକୁ ଘେରିଥିଲେ । ତୈଳ ଦୃର ବୃଦ୍ଧିକୁ ଲକ୍‌ଡାଉନ୍‌ ସହିତ ତୁଳନା କରିଦେଇଥିଲେ । କହିଥିଲେ କି ତୈଳ ଦାମ୍‌ ବୃଦ୍ଧି ପାଇଁ ସରକାର ଅନ୍‌ଲକ୍‌ କରିଦେଇଛନ୍ତି ।  

   Related Posts