Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଲିଙ୍ଗରାଜ ମନ୍ଦିରରେ ସର୍ବସାଧାରଣ ଦର୍ଶନ ବନ୍ଦ, ବହୁ ସେବାୟତ କୋଭିଡ୍‌ ପଜିଟଭ୍‌ ଚିହ୍ନଟ
  • ||
  • କେକେଆରକୁ ୨୦୫ ରନ୍‌ର ବିଜୟ ଲକ୍ଷ ଦେଲା ଆରସିବି
  • ||
  • କରୋନା ଯୋଗୁଁ ପଶ୍ଚିମବଙ୍ଗରେ ନିଜର ସବୁ ରାଲି ବାତିଲ କଲେ ରାହୁଲ ଗାନ୍ଧୀ: ସୋସିଆଲ ମିଡ଼ିଆରେ ହେଉଛି ପ୍ରଶଂସା
  • ||
  • ଏପ୍ରିଲରେ ଭୟାବହ ରୂପ ନେଇଛି କରୋନା: ୧୮ ଦିନରେ ୨୬ ଲକ୍ଷରୁ ଅଧିକ ମାମଲା
  • ||
  • ଦାରିଙ୍ଗବାଡ଼ି : ଭାରସାମ୍ୟ ହରାଇ ବାଇକ୍ ଦୁର୍ଘଟଣାଗ୍ରସ୍ତ : ନାବାଳକ ମୃତ, ୨ ଗୁରୁତର
  • ||
  • JEE ମେନ୍‌ ୨୦୨୧ ସ୍ଥଗିତ, ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ନେସନାଲ୍ ଟେଷ୍ଟିଂ ଏଜେନ୍ସିର ନିଷ୍ପତ୍ତି
  • ||
  • କରୋନା ସଂକ୍ରମଣ ଚିନ୍ତା, ଆଗୁଆ ପଦକ୍ଷେପ : ୪ରୁ ୫ ଗୁଣ ବଢିବ ବେଡ୍ ସଂଖ୍ୟା
  • ||
  • ରାଜ୍ୟରେ କରୋନା ନେଲା ଆଉ ୨ ଜଣଙ୍କ ଜୀବନ, ୧୯୪୪ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ମିଳିଲାନି ଅମ୍ଳଜାନ, ଜୀବନ ହାରିଲେ ୬ କରୋନା ଆକ୍ରାନ୍ତ
  • ||
  • ଜୟପୁର ସବ୍ ଜେଲରେ ରେଡ୍, ଏସ୍‌ପି ଓ ଉପ ଜିଲ୍ଲାପାଳ ସାମିଲ
  • ||

ଅନୁରାଗ-ତାପସିଙ୍କ ଘରେ ଆୟକର ବିଭାଗ ଚଢ଼ଉକୁ ନେଇ କେନ୍ଦ୍ରକୁ ରାହୁଲଙ୍କ ଆକ୍ଷେପ: କହିଲେ-କେନ୍ଦ୍ରର ଅବସ୍ଥା ଖିସେଇଲା ବିଲେଇ ଭଳି

4/03/2021 at 11:54 AM

ନୂଆଦିଲ୍ଲୀ ୦୪/୦୩ : କଂଗ୍ରେସ ନେତା ରାହୁଲ ଗାନ୍ଧୀ ଅଭିନେତ୍ରୀ ତାପସି ପନ୍ନୁ ଓ ଫିଲ୍ମ ନିର୍ମାତା ଅନୁରାଗ କଶ୍ୟପଙ୍କ ଘରେ ଆୟକର ବିଭାଗ ଚଢ଼ଉକୁ ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି। କେନ୍ଦ୍ର ସରକାରଙ୍କୁ ଆକ୍ଷେପ କରି ସେ ୩ଟି ଢଗ କହିଛନ୍ତି। ରାହୁଲ ଆରୋପ ଲଗାଇଛନ୍ତି ଯେ ସରକାର କୃଷକ ସମର୍ଥକଙ୍କ ଘରେ ଚଢ଼ଉ କରାଉଛନ୍ତି। ଏନେଇ ସେ ଏକ ଟ୍ୱିଟ କରିଛନ୍ତି। କିନ୍ତୁ ନିଜ ଟ୍ୱିଟରେ ସେ ଅନୁରାଗ କଶ୍ୟପଃ କିମ୍ବା ତାପସି ପନ୍ନୁଙ୍କ ନାଁ ନେଇନାହାନ୍ତି।

ରାହୁଲ ଟ୍ୱିଟ କରିଛନ୍ତି ଯେ, “ଆଙ୍ଗୁଠିରେ ନଚେଇବା-କେନ୍ଦ୍ର ସରକାର ଆଇଟି ବିଭାଗ-ଇଡି-ସିବିଆଇ ସହ ମିଶି ଏଭଳି କରୁଛନ୍ତି। ଭିଗି ବିଲ୍ଲି କରିବା-କେନ୍ଦ୍ର ସରକାରଙ୍କ ସାମ୍ନାରେ ମିତ୍ର ମିଡ଼ିଆ, ଖିସେଇ ହେଉଥିବା ବିଲେଇ ଖମ୍ବ ତଳେ-ଭଳି କେନ୍ଦ୍ର ସରକାର କୃଷକ ସମର୍ଥକଙ୍କ ଘରେ ଚଢ଼ଉ କରୁଛନ୍ତି।”

ଆୟକର ବିଭାଗ ବୁଧବାର ଦିନ ବଲିଉଡ ଅଭିନେତ୍ରୀ ତାପସି ପନ୍ନୁ ଓ ଫିଲ୍ମ ନିର୍ମାତା ଅନୁରାଗ କଶ୍ୟପ ଓ ତାଙ୍କ ସହାୟକଙ୍କ ଘରେ ଓ କାର୍ଯ୍ୟାଳୟରେ ଚଢ଼ଉ କରିଥିଲେ। ଅଧିକାରୀ କହିଛନ୍ତି ଯେ ଏହି ଚଢ଼ଉ ଫେଣ୍ଟମ ଫିଲ୍ମ ବିରୋଧରେ ଚୋରି ଯାଞ୍ଚର ଏକ ଅଂଶ। ଏହି ଚଢ଼ଉ ମୁମ୍ବାଇ ଓ ପୁନେରେ ୩୦ଟି ସ୍ଥାନରେ କରାଯାଇଥିଲା। ବିଭିନ୍ନ ପରିସରରୁ କମ୍ପ୍ୟୁଟର ଓ ଦସ୍ତାବିଜ ଜବତ କରାଯାଇଛି ବୋଲି ଅଧିକାରୀ କହିଛନ୍ତି।

ଅନୁରାଗ କଶ୍ୟପ ଓ ତାପସି ପନ୍ନୁ ବିଭିନ୍ନ ପ୍ରସଙ୍ଗରେ ଖୋଲାଖୋଲି ଭାବେ ନିଜ ମତାମତ ରଖିଥାନ୍ତି। ଉଭୟ ପୁନେରେ ସୁଟିଂ କରୁଥିଲେ। ଚଢ଼ଉ ବେଳେ ଆୟକର ଅଧିକାରୀ ତାଙ୍କୁ ପଚରାଉଚୁରା କରିଥିଲେ। ଅନ୍ୟ ଯେଉଁମାନଙ୍କ ଘରେ ଚଢ଼ଉ ହୋଇଥିଲା ସେମାନେ ଫେଣ୍ଟମ ଫିଲ୍ମ ପ୍ରଡକ୍ସନ ହାଉସର କିଛି କର୍ମଚାରୀ ବି ସାମିଲ ଅଛନ୍ତି ଯାହାକୁ ୨୦୧୮ରେ ଭାଙ୍ଗି ଦିଆଯାଇଥିଲା। ଆୟକର ବିଭାଗ ସୂତ୍ର ଅନୁଯାୟୀ, ଏହି ସଂସ୍ଥାମାନଙ୍କ ମଧ୍ୟରେ ହୋଇଥିବା କିଛି କାରବାର ଉପରେ ଆୟକର ବିଭାଗର ନଜର ଥିଲା ଏବଂ କର ଚୋରି ଅଭିଯୋଗର ଯାଞ୍ଚ ପାଇଁ ପ୍ରମାଣ ଯୋଗାଡ କରିବାକୁ ଚଢ଼ଉ କରାଯାଇଥିଲା।

   Related Posts