Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପାଟଣା : ଛିଡିଲାନି ଭାଗବଣ୍ଟା, ଦୁଇ ପିସ୍ ମାଂସ ପାଇଁ ଆତ୍ମହତ୍ୟା କଲେ ଭଉଣୀ
  • ||
  • କଟକ : ରେଭେନ୍ସା ବିଶ୍ବବିଦ୍ୟାଳୟର ନୂତନ କୁଳପତି ହେଲେ ପ୍ରଫେସର ସଞ୍ଜୟ ନାୟକ
  • ||
  • ଭୁବନେଶ୍ବର : ନାବାଳିକା ଗଣଦୁଷ୍କର୍ମ ମାମଲା, ଅପ୍ରେଲ ୫ରେ ଚୂଡାନ୍ତ ଶୁଣାଣି
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୫୪ କୋଭିଡ୍ ସଂକ୍ରମିତ, ୩୩୪୦୨୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ମେ’ ରେ ହେବ କଂଗ୍ରେସର ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ, ସିଡବ୍ଲ୍ୟୁସି ବୈଠକ ପରେ ବଡ ଘୋଷଣା କଲା ଦଳ
  • ||
  • ହୁ ହୁ ହୋଇ ବଢୁଛି ତୈଳଦର, ମୁମ୍ବାଇରେ ୯୧ ଟଙ୍କା ଉପରେ ପେଟ୍ରୋଲ ଦାମ୍
  • ||
  • ରାଉରକେଲା : ନିଆଁ ପୁଇଁବା ହେଲା କାଳ, ଦଳିଦେଲା ଦନ୍ତା, ଚାଲିଗଲା ଜୀବନ
  • ||
  • ଝଲସିବ ଅର୍କ କ୍ଷେତ୍ର : ନୂଆ ରୂପ ପାଇବ କୋଣାର୍କ ସୂର୍ଯ୍ୟ ମନ୍ଦିର, ପର୍ଯ୍ୟଟକଙ୍କୁ ମିଳିବ ବିଶ୍ୱସ୍ତରୀୟ ସୁବିଧା
  • ||
  • ଆଜି ବସୁଛି କଂଗ୍ରେସର ସିଡବ୍ଲ୍ୟୁସି ବୈଠକ, ଅଧ୍ୟକ୍ଷ ନିର୍ବାଚନ ନେଇ ହେବ ଆଲୋଚନା !
  • ||
  • ଏଥର ନିଜ ସ୍କୁଲରେ ଛାତ୍ରଛାତ୍ରୀ ଦେବେ ମାଟ୍ରିକ ପରୀକ୍ଷା, ୨ ଘଣ୍ଟାରେ ଲେଖିବାକୁ ପଡିବ ଉତ୍ତର
  • ||

କେନ୍ଦ୍ରକୁ ରାହୁଲଙ୍କ ଟାର୍ଗେଟ୍, କହିଲେ-ମୋଦି ଜୀ ‘ସରକାରୀ କମ୍ପାନି ବିକ୍ରି’ ଅଭିଯାନ ଚଲାଇଛନ୍ତି

8/09/2020 at 12:18 PM

ନୂଆଦିଲ୍ଲୀ ୦୮/୦୯: କଂଗ୍ରେସ ନେତା ତଥା ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ କ୍ରମାଗତ କେନ୍ଦ୍ର ସରକାରଙ୍କ ନୀତିକୁ ସମାଲୋଚନା କରି ଆସୁଛନ୍ତି। କୌଣସି ନା କୌଣସି ପ୍ରସଙ୍ଗକୁ ନେଇ ସେ ମୋଦି ସରକାରଙ୍କୁ ସମାଲୋଚନା କରିବାରୁ ଓହରନ୍ତ ନାହିଁ। ସେ ଜିଡିପି, ଅର୍ଥବ୍ୟବସ୍ଥା ଓ କରୋନା ଭାଇରସକୁ ନେଇ ସରକାରଙ୍କୁ ଟାର୍ଗେଟ କରି ଚାଲିଛନ୍ତି। ଆଜି ପୁଣି ଥରେ ମୋଦି ସରକାର ଉପରେ ବର୍ଷିଛନ୍ତି ରାହୁଲ। ସେ କହିଛନ୍ତି ଏଲଆଇସିକୁ ବିକ୍ରି କରିବା ମୋଦି ସରକାରଙ୍କ ଆଉ ଏକ ଲଜ୍ଜ୍ୟାଜନକ ପ୍ରୟାସ।

ରାହୁଲ ଗାନ୍ଧୀ ଟ୍ବିଟ୍ କରି କହିଛନ୍ତି, ‘ମୋଦି ଜୀ ସରକାରୀ କମ୍ପାନି ବେଚେ’ ଅଭିଯାନ ଚଲାଇଛନ୍ତି। ନିଜେ ସୃଷ୍ଟି କରିଥିବା ଆର୍ଥିକ କ୍ଷତିକୁ ଭରଣା କରିବା ପାଇଁ ଦେଶର ସମ୍ପତିକୁ ଅଳ୍ପ ଅଳ୍ପ କରି ବିକ୍ରି କରୁଛନ୍ତି। ଜନତାଙ୍କ ଭବିଷ୍ୟ ଓ ଭରସାକୁ ଭାଙ୍ଗି ଏଲଆଇସିକୁ ବିକିବା ମୋଦି ସରକାରଙ୍କ ଆଉ ଏକ ଲଜ୍ଜ୍ୟାଜନକ ପ୍ରୟାସ। ସେ ତାଙ୍କ ଟ୍ବିଟ୍ ସହ ଆଉ ଏକ ଖବରକୁ ମଧ୍ୟ ସେୟାର କରିଛନ୍ତି। ଯେଉଁଥିରେ କୁହାଯାଇଛି କେନ୍ଦ୍ରସରକାର ଏଲଆଇସିର ୨୫ ପ୍ରତିଶତ ଭାଗିଦାରୀକୁ ବିକ୍ରି କରିବେ।

   Related Posts