ଆଦିବାସୀ ଯୁବକ ଯୁବତୀଙ୍କ ସହ ଧୁମ୍ ନାଚିଲେ ରାହୁଲ, କେନ୍ଦ୍ର ଓ ରାଜ୍ୟ ବିରୋଧରେ ଖୁବ୍ ବର୍ଷିଲେ

Published By : Prameya-News7 Bureau | February 06, 2019 IST

ଭବାନୀପାଟଣା|ରାଉରକେଲା୬|୨: କଳାହାଣ୍ଡିରେ ବର୍ଷିଲେ ଆଉ ରାଉରକେଲାରେ ନାଚିଲେ । ୧୨ଦିନ ବ୍ୟବଧାନରେ ଦ୍ବିତୀୟ ଥର ପାଇଁ ଓଡ଼ିଶା ଆସିଥିବା କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି କଳାହାଣ୍ଡି ଜିଲ୍ଲା ଭବାନୀପାଟଣାରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉପରେ ଖୁବ୍‌ ବର୍ଷିଥିଲେ । ନିଜ ଭାଷଣରେ ବିଜେପି ଓ ବିଜେଡି ଭିତରେ ସଂପର୍କର ଦ୍ବାହି ଦେଇ କଂଗ୍ରେସକୁ କ୍ଷମତାକୁ ଆଣିବାକୁ ଲୋକଙ୍କୁ ଅପିଲ କରିଥିଲେ । ଠିକ୍‌ ସେମିତି ରାଉରକେଲାରେ କଂଗ୍ରେସର ସଂକଳ୍ପ ସମାବେଶରେ ଯୋଗଦେଇ ଆଦିବାସୀ ମହିଳାଙ୍କ ସହ ପାଦରେ ପାଦ ମିଶାଇ ନାଚିଥିଲେ ରାହୁଲ୍‌ ।

{"id":82493}

ପ୍ରତିଶ୍ରୁତିର ବର୍ଷା ।  ପୁଣି ବିରୋଧୀଙ୍କୁ ନିଶାନା । ଚାଷୀଙ୍କଠାରୁ ଆରମ୍ଭ କରି ଗରିବଙ୍କ ହୃଦୟ ଜିତିବାକୁ ଚେଷ୍ଟା । କଳାହାଣ୍ଡି ଜିଲ୍ଲା ଭବାନୀପାଟଣାରେ ଆୟୋଜିତ କଂଗ୍ରେସର ପରିବର୍ତନ ସଂକଳ୍ପ ସମାବେଶରେ ଏସବୁ ଫର୍ମୁଲାକୁ ଆପ୍ଳାଏ କରିଥିଲେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି । କେନ୍ଦ୍ରର କିଷାନ୍‌ ଓ ରାଜ୍ୟର କାଳିଆ ଯୋଜନାକୁ ସମାଲୋଚନା କରିବା ସହ କଂଗ୍ରେସ କ୍ଷମତାକୁ ଆସିଲେ କୃଷି ଋଣ ସମ୍ପୂର୍ଣ୍ଣ ଛାଡ଼ ଓ ଧାନ କୁଇଣ୍ଟାଲ ପିଚ୍ଛା ୨୬୦୦ ଟଙ୍କା ହେବ ବୋଲି ଦୋହରାଇଥିଲେ ।

{"id":82341}

ଚାଷୀଙ୍କ ପାଇଁ ଚିନ୍ତାବ୍ୟକ୍ତ କରିବା ପରେ ରାହୁଲ ଆଦିବାସୀଙ୍କ କଥାକୁ ଆସିଥିଲେ । ଜଳ, ଜମି ଜଙ୍ଗଲ ସବୁ ଆଦିବାସୀଙ୍କର । ପୂର୍ବରୁ କଂଗ୍ରେସ ସରକାର ପେଶା ଆଇନ୍‌ କାର୍ଯ୍ୟକାରୀ କରିଥିଲା, ଆଉ ଜଳ, ଜମି, ଜଙ୍ଗଲ ଉପରେ ଆଦିବାସୀଙ୍କୁ ତାଙ୍କର ହକ୍‌ ଦେଇଥିଲା । ତେଣୁ କଂଗ୍ରେସ ଆଦିବାସୀଙ୍କ ସହ ରହିଛି ବୋଲି ବୁଝାଇବାକୁ ଚେଷ୍ଟା କରିଥିଲେ । ଶିଳ୍ପାନୁଷ୍ଠାନ ପାଇଁ ଜମି ଅଧିଗ୍ରହଣ କରି ବର୍ଷ ବର୍ଷ ଧରି ଅବ୍ୟବହୃତ ହୋଇ ରହିଥିବା ଫେରାଇ ଦେବାକୁ ଭରସା ଦେଇଥିଲେ । ଆଉ ଏଥି ପାଇଁ ଛତିଶଗଡ଼ର ଉଦାହରଣ ମଧ୍ୟ ପେଶ୍‌ କରିଥିଲେ ।

{"id":82494}

ନିଜ ଭାଷଣରେ ନିୟମଗିରିଠାରୁ ଆରମ୍ଭ କରି ମନରେଗା ପର୍ଯ୍ୟନ୍ତ ଗୋଟିକ ପରେ ଗୋଟିଏ ଉଦାହରଣ ଦେଇ ଦକ୍ଷିଣ ଓଡ଼ିଶାବାସୀଙ୍କ ଭରସା ଜିତିବାକୁ ଚେଷ୍ଟା କରିଥିଲେ ରାହୁଲ । ୟାରି ଭିତରେ ବିରୋଧୀଙ୍କୁ ନିଶାନା ବି କରିଥିଲେ ।  ରାହୁଲଙ୍କ ଟାର୍ଗେଟରେ ଥିଲେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର । ଗତଥର ତମାଣ୍ଡୋ ସଭାରେ କହିଥିବା ଡାଇଲଗ୍‌କୁ ରିପିଟ୍‌ କରିଥିଲେ ରାହୁଲ ଗାନ୍ଧି । କେନ୍ଦ୍ରରେ  ଚୌକିଦାରଙ୍କ ହାତରେ ରିମୋଟ୍ କଣ୍ଟ୍ରୋ ଲ ରହିଛି । ଆଉ ସେଇ ରିମୋଟ୍ କଣ୍ଟ୍ରୋ ଲରେ ଚାଲିଛି ନବୀନ ସରକାର । ତେଣୁ କଂଗ୍ରେସକୁ ଭୋଟ୍ ଦିଅ ଆଉ ରିମୋଟ୍ କଣ୍ଟ୍ରୋ ଲ ସରକାରଙ୍କୁ ତଳେ ରଖ ବୋଲି ଆହ୍ବାନ ଦେଇଥିଲେ କଂଗ୍ରେସ ଅଧ୍ୟକ୍ଷ ।

{"id":82495}

ଆଜି ଦିନର ସେକେଣ୍ଡ ସେସନ୍‌ରେ ଭବନୀପାଟଣାରୁ ସିଧା ରାଉରକେଲାରେ ପହଞ୍ଚିଥିଲେ ରାହୁଲ ଗାନ୍ଧି । ସେଠି ବି ଦେଖିବାକୁ ମିଳିଥିଲା ରାହୁଲଙ୍କ ସେଇ ସମାନ୍‌ ଷ୍ଟ୍ରାଟେଜି, ସମାନ ଷ୍ଟାଇଲ୍‌ । ଅବଶ୍ୟ ରାଉରକେଲାରେ ବ୍ରାହ୍ମଣୀ ଉପରେ ଦ୍ବିତୀୟ ସେତୁ, ଆଉ ଆଇଜିଏଚ୍‌କୁ ସୁପର ସ୍ପେସିଆଲିଟି ହସ୍ପିଟାଲ ଭଳି ଇସ୍ୟୁକୁ ନେଇ କେନ୍ଦ୍ରକୁ କୋଷିବାର ମଉକାକୁ କେମିତି ହାତଛଡ଼ା କରିଥାନ୍ତେ ରାହୁଲ । ସମାବେଶରେ ଯୋଗଦେବା ପୂର୍ବରୁ ଆଦିବାସୀ କଳାକାରଙ୍କ ସହ ଧୁମ୍ ନାଚିଥିଲେ ରାହୁଲ ।

{"id":82496}

ଯେଉଁଠି ଦଳୀୟ ବିଧାୟକ ଦଳ ଛାଡ଼ିଛନ୍ତି, ସେଇଠି କଂଗ୍ରେସ ନେତା କର୍ମୀଙ୍କ ଭିତରେ ଜୋସ୍‌ ଭରିବା ଆଉ ସେଠାକାର ଲୋକଙ୍କ ଭିତରେ କଂଗ୍ରେସ ପ୍ରତି ସମର୍ଥନ ଜୁଟାଇବାକୁ ଭରପୁର ଚେଷ୍ଟା କରିଛନ୍ତି ରାହୁଲ ଗାନ୍ଧି । ଆଉ ଆଶା କରିଛନ୍ତି ଆଗାମୀ ନିର୍ବାଚନରେ କଂଗ୍ରେସ ଶକ୍ତିଶାଳୀ ହେବ ଆଉ ପଡ଼ୋଶୀ ଛତିଶଗଡ଼ ଭଳି ଓଡ଼ିଶା ବି ହାତ ସରକାର କ୍ଷମତାକୁ ଆସିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.