Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • T20 World Cup: ଇତିହାସ ରଚିଲେ କର୍ଟିସ କାମ୍ପର, ୪ ବଲ୍‌ରେ ନେଲେ ୪ ଓ୍ଵିକେଟ୍
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୫ ଜଣଙ୍କ ଜୀବନ
  • ||
  • ମିଲରେ ଅଗ୍ନିକାଣ୍ଡ: ଜୀବନ ବଞ୍ଚାଇବାକୁ ବିଲଡିଂରୁ ଡେଇଁପଡିଥିଲେ ଶ୍ରମିକ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୪୦ କୋଭିଡ୍ ପଜିଟିଭ୍
  • ||
  • ଲଖିମପୁର ହିଂସା ମାମଲାରେ ସଂଯୁକ୍ତ କିଷାନ ମୋର୍ଚ୍ଚାର ରେଳରୋକ, ୬ ଘଣ୍ଟିଆ ଆନ୍ଦୋଳନ ପାଇଁ ୧୪୪ ଧାରା
  • ||
  • ଫୁଲୁଛି ଜଳକା ନଦୀ, ବିପଦ ସଙ୍କେତ ଉପରେ ଜଳସ୍ତର
  • ||
  • ଚାଲାଣ ବେଳେ ୩୯ ଶ୍ରମିକ ଉଦ୍ଧାର, ଦାଦନ ଖଟିବାକୁ ଯାଉଥିଲେ ବିଜୟନଗରମ୍
  • ||
  • ବଙ୍ଗୋପସାଗରରେ ଟ୍ରପ୍ ଲାଇନ, ୪ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଏଯାଏଁ ମିଳୁନି ବାପା-ପୁଅଙ୍କ ପତ୍ତା, ରବିବାର ନାଗାବଳୀରେ ଭାସି ଯାଇଥିଲେ ଉଭୟ
  • ||

କରୋନା ଯୋଗୁଁ ପଶ୍ଚିମବଙ୍ଗରେ ନିଜର ସବୁ ରାଲି ବାତିଲ କଲେ ରାହୁଲ ଗାନ୍ଧୀ: ସୋସିଆଲ ମିଡ଼ିଆରେ ହେଉଛି ପ୍ରଶଂସା

18/04/2021 at 2:39 PM

ନୂଆଦିଲ୍ଲୀ ୧୮/୦୪ : ଦେଶରେ ଦ୍ରୁତ ଗତିରେ ବଢି ଚାଲିଥିବା କରୋନା ମାମଲାକୁ ଦୃଷ୍ଟିରେ ରଖି କଂଗ୍ରେସ ନେତା ରାହୁଲ ଗାନ୍ଧୀ ପଶ୍ଚିମବଙ୍ଗରେ ହେବାକୁଥିବା ନିଜର ସବୁ ରାଲି ବାତିଲ କରିବାକୁ ନିଷ୍ପତ୍ତି ନେଇଛନ୍ତି। ରାହୁଲ ଗାନ୍ଧୀ ଅନ୍ୟ ସମସ୍ତ ରାଜନେତାଙ୍କୁ ମଧ୍ୟ ନିଜ ନିଜ ନିର୍ବାଚନୀ ରାଲି ବାତିଲ କରିବା ନେଇ ବିଚାର କରିବାକୁ ଅପିଲ କରିଛନ୍ତି। 

ରାହୁଲ ଗାନ୍ଧୀ ଏକ ଟ୍ୱିଟ କରିଛନ୍ତି। ଟ୍ୱିଟରେ ସେ କହିଛନ୍ତି, ‘କୋଭିଡ ସଙ୍କଟକୁ ଦେଖି ମୁଁ ପଶ୍ଚିମବଙ୍ଗରେ ନିଜର ସବୁ ରାଲି ବାତିଲ କରିବାକୁ ନିଷ୍ପତ୍ତି ନେଇଛି। ରାଜନୈତିକ ଦଳଗୁଡିକୁ ଚିନ୍ତା କରିବା ଉଚିତ ଯେ ଏହିଭଳି ସମୟରେ ରାଲି ଜନତା ଓ ଦେଶ ପାଇଁ କେତେ ଭୟଙ୍କର ହୋଇପାରେ।’

ଏହା ପୂର୍ବରୁ ମଧ୍ୟ ରାହୁଲ ଗାନ୍ଧୀ ଆଉ ଏକ ଟ୍ୱିଟ କରିଥିଲେ। ଟ୍ୱିଟ କରି ରାୟପୁର ହସ୍ପିଟାଲରେ ଅଗ୍ନିକାଣ୍ଡକୁ ନେଇ ଶୋକ ପ୍ରକାଶ କରିଥିଲେ। ସେ କହିଥିଲେ ଯେ ହସ୍ପିଟାଲ ଆଇସିୟୁରେ ଅଗ୍ନିକାଣ୍ଡ ଅତ୍ୟନ୍ତ ଦୁଖଦ ଖବର। ନିଜ ପରିଵାର ସଦସ୍ୟଙ୍କୁ ହରାଇଥିବା ପରିବାର ପ୍ରତି ସେ ସମବେଦନା ଜଣାଇଥିଲେ। ତାଛଡା ଶୋକଗ୍ରସ୍ତ ପରିବାରକୁ ସବୁ ପ୍ରକାର ସାହାଯ୍ୟ କରିବାକୁ ସେ ରାଜ୍ୟ ସରକାରଙ୍କୁ ଅପିଲ କରିଥିଲେ।

ଦିନେ ପୂର୍ବରୁ କଂଗ୍ରେସ ନେତା ରାହୁଲ ଗାନ୍ଧୀ କେନ୍ଦ୍ର ସରକାର ଓ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଟାର୍ଗେଟ କରିଥିଲେ। ସେ ମୋଦିଙ୍କ ଏକ ପୁରୁଣା ବୟାନ ସମ୍ପର୍କରେ ପରୋକ୍ଷ ଭାବେ କହିଥିଲେ। ସେ ଏକ ଫେସବୁକ୍ ପୋଷ୍ଟରେ ଲେଖିଥିଲେ, ‘ସ୍ମଶାନ ଓ କବରସ୍ଥାନ ଉଭୟ…ଯାହା କହିଥିଲେ ସେୟା କଲେ. #ModiMadeDisaster’. ରାହୁଲଙ୍କ ଏହି ବୟାନ ଏମିତି ସମୟରେ ସାମ୍ନାକୁ ଆସିଛି ଯେତେବେଳେ ଦେଶରେ ବୃଦ୍ଧି ପାଉଥିବା କରୋନା ମାମଲା ଯୋଗୁଁ ସ୍ୱାସ୍ଥ୍ୟ ବ୍ୟବସ୍ଥା ଗମ୍ଭୀର ହୋଇପଡିଛି। କେଉଁଠି ହସ୍ପିଟାଲରେ ବେଡ଼ ଖାଲି ନାହିଁ ତ କେଉଁଠି ଅକ୍ସିଜେନ ନାହିଁ। ଅନେକ ହସ୍ପିଟାଲରେ ଔଷଧର ମଧ୍ୟ ଅଭାବ ମଧ୍ୟ ଦେଖାଦେଇଛି। କରୋନା ମାମଲା ବୃଦ୍ଧି ପାଉଥିବା ବେଳେ ଲୋକେ ହନ୍ତସନ୍ତ ହେଉଛନ୍ତି।

   Related Posts