Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭଦ୍ରକ ବରପଦା ନିକଟରେ ଦୁଇ ଅପରାଧୀଙ୍କୁ ଏନକାଉଣ୍ଟର
  • ||

ରାହୁଲ କହିଲେ ମୁଁ ବ୍ରାହ୍ମଣ : ଜେଜେବାପା ପାର୍ସି, ମା ଖ୍ରୀଷ୍ଟିଆନ, ତଥାପି ରାହୁଲ ବ୍ରାହ୍ମଣ କେମିତି ହେଲେ !

26/11/2018 at 5:08 PM

କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଜାତି ଏବଂ ଗୋତ୍ରକୁ ପୁଣି ଥରେ ଚର୍ଚ୍ଚା ଜୋର ଧରିଛି | ପୁସ୍କର ସ୍ଥିତ ବ୍ରହ୍ମା ମନ୍ଦିରରେ ରାହୁଲ ନିଜକୁ ବ୍ରାହ୍ମଣ ଏବଂ ଦତ୍ତାତ୍ରେୟ ଗୋତ୍ର କହି ପୂଜା କରିଥିଲେ | ପୂର୍ବରୁ ମଧ୍ୟ ରାହୁଲ ନିଜକୁ ପଇତାଧାରୀ ବ୍ରାହ୍ମଣ ଏବଂ ଶିବ ଭକ୍ତ ଭାବେ ଘୋଷଣା କରିସାରିଛନ୍ତି | ତେବେ ରାହୁଲଙ୍କ ଗୋତ୍ର ଉପରେ ବିରୋଧୀ ପ୍ରଶ୍ନ କରିଥିଲେ | ବହୁଥର ବିଜେପି ରାହୁଲଙ୍କ ଗୋତ୍ରକୁ ନେଇ ମନ୍ତବ୍ୟ ଦେଇଛି |

ରାହୁଲ ଗାନ୍ଧୀଙ୍କ ଜେଜେମା ଇନ୍ଦିରା ଗାନ୍ଧୀ ଫିରୋଜ ଗାନ୍ଧୀଙ୍କୁ ବିବାହ କରିଥିଲେ | ଫିରୋଜ ଗାନ୍ଧୀ ପାର୍ସି ଥିଲେ | ଇନ୍ଦିରା ଗାନ୍ଧୀ ଦୁଇ ପୁଅ ହେଲେ, ସଞ୍ଜୟ ଗାନ୍ଧୀ ଏବଂ ରାଜୀବ ଗାନ୍ଧୀ | ରାଜୀବ ଗାନ୍ଧୀ ବିବାହ କଲେ ସୋନିଆ ଗାନ୍ଧୀଙ୍କୁ, ଯିଏକି ଜଣେ ଖ୍ରୀଷ୍ଟିଆନ | ସୋନିଆଙ୍କ ଦୁଇ ସନ୍ତାନ ହେଲେ ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀ | ସଞ୍ଜୟ ବିବାହ କଲେ ମେନକା ଗାନ୍ଧୀଙ୍କୁ ଯିଏକି ପଂଜାବୀ | ସଞ୍ଜୟ ଏବଂ ମେନକାଙ୍କ ପୁଅ ବରୁଣ ଗାନ୍ଧୀ |
ରାଜୀବ ଗାନ୍ଧୀ ଏବଂ ସଞ୍ଜୟ ଗାନ୍ଧୀଙ୍କ ଅଜା ଆଇ ନେହରୁ କୁଳ ବ୍ରାହ୍ମଣ ଥିଲେ | ତେବେ ତାଙ୍କୁ ନେଇ କେବେ କୌଣସି ବିବାଦ ଉଠିନଥିଲା | ଚାଚା ନେହରୁ କାଶ୍ମୀର ପଣ୍ଡିତ ଥିଲେ ଏବଂ ତାଙ୍କ ପରିବାରର ସାଘ୍ୟ କୋୖଲ ଥିଲା | ନେହରୁଙ୍କ ପୂର୍ବ ପିଢ଼ି ୧୮ ଦଶକରେ ଦିଲ୍ଲୀ ସ୍ଥିତ ମୁଗଲ ଦରବାରକୁ ଚାଲି ଆସିଥିଲେ | ଦିଲ୍ଲୀରେ ସେତେବେଳେ କୌଲାମାନଙ୍କ ସଂଖ୍ୟା ବହୁତ ଅଧିକ ଥିଲା | ସେଥିପାଇଁ ନେହରୁଙ୍କ ପରିବାର ମଧ୍ୟ ଦିଲ୍ଲୀକୁ ପଳେଇ ଯାଇଥିଲେ |

୧୯ ଦଶକରେ କୋୖଲ ନେହରୁ ପରିବାର ଆଗ୍ରା ଚାଲିଯାଇଥିଲେ | ଧୀରେ ଧୀରେ କୋୖଲ ଲୋପ ପାଇଗଲା ଏବଂ କେବଳ କେବଳ ନେହରୁ ହିଁ ରହିଗଲା | ନେହରୁ ବଂଶର ଆରମ୍ଭ ମୋତିଲାଲ ନେହରୁଙ୍କ ଠାରୁ ହୋଇଥିଲା | ଈହଲାବାଦ ବାର କାଉନସିଲରେ ସେ ନିଜ ନାଁ କେବଳ ମୋତିଲାଲ ନେହରୁ ଲେଖିଥିଲେ |

ନେହରୁ କାଶ୍ମୀରର ସାରସ୍ୱତ ବ୍ରାହ୍ମଣ ଥିଲେ | ସେମାନେ କାଶ୍ମୀରରେ କେନାଲ ଖୋଳିବା କାମ କରୁଥିଲେ | ସେଥିପାଇଁ ମଧ୍ୟ ନେହରୁ ବୋଲି ଆଖ୍ୟା ଦିଆଯାଇଥିଲା |

ସୂଚନାଯୋଗ୍ୟ ଯେ ଜବାହାରଲାଲ ନେହରୁଙ୍କ ଏକ ମାତ୍ର କନ୍ୟା ଇନ୍ଦିରା ଗାନ୍ଧୀ ପାର୍ସି ଫିରୋଜ ଗାନ୍ଧୀଙ୍କୁ ବିବାହ କରିଥିଲେ | ଫିରୋଜଙ୍କ ଜନ୍ମ ମୁମ୍ବାଇର ତତ୍କାଳୀନ ଏକ ପାର୍ସି ପରିବାରରେ ହୋଇଥିଲା | ତେବେ ନେହରୁ ଇନ୍ଦିରା ଏବଂ ଫିରୋଜଙ୍କ ବିବାହରେ ଖୁସି ନଥିଲେ | ଉଭୟଙ୍କ ବିବାହ ମହାତ୍ମା ଗାନ୍ଧୀଙ୍କ ହସ୍ତକ୍ଷେପ ପରେ ହୋଇଥିଲା | ସେଥିପାଇଁ ମହାତ୍ମା ଗାନ୍ଧୀ ଫିରୋଜଙ୍କୁ ନିଜ ସାଘ୍ୟ ମଧ୍ୟ ଦେଇଥିଲେ |

ଇନ୍ଦିରା ଏବଂ ଫିରୋଜ ୧୯୪୩ ମସିହାରେ ଅଲଗା ହୋଇଯାଇଥିଲେ | କିନ୍ତୁ ଉଭୟଙ୍କ ବିବାହ ବିଚ୍ଛେଦ ହୋଇନଥିଲା | ତେବେ ଇନ୍ଦିରାଙ୍କ ଉଭୟ ପୁତ୍ର ରାଜୀବ ଏବଂ ସଞ୍ଜୟ ମା’ଙ୍କ ଧର୍ମ ଅନୁସରଣ କରିଥିଲେ | କିନ୍ତୁ ଉଭୟ ହିନ୍ଦୁ ଧର୍ମ ବାହାରେ ବିବାହ କରିଥିଲେ | ତେବେ ସୋନିଆ ନିଜ ଶାଶୁଙ୍କ ଭଳି ହିନ୍ଦୁ ଧର୍ମକୁ ଅନୁସରଣ କରି ଆସୁଛନ୍ତି | ଗାନ୍ଧୀ ପରିବାରରେ ବିବାହ ବ୍ରତ ଠୁ ଆରମ୍ଭ କରି ଅନ୍ତିମ ସଂସ୍କାର ପର୍ଯ୍ୟନ୍ତ ସମସ୍ତ ରୀତିନୀତି ହିନ୍ଦୁ ପରମ୍ପରା ଅନୁସାରେ ହୋଇଥାଏ |

ଭାରତ ରାଜନୀତିରେ ଜାତି ଧର୍ମକୁ ନେଇ ଏକ ସମୃଦ୍ଧ ଇତିହାସ ରହିଛି | ତେଣୁ ରାହୁଲ ଗାନ୍ଧୀଙ୍କ ଜବାବକୁ ବିଜେପିର ବୟାନର ପ୍ରତି ଜବାବ ଭାବେ ଦେଖାଯିବା ଉଚିତ | କିନ୍ତୁ ସତ୍ୟ ହେଲା ରାହୁଲଙ୍କ ପୂର୍ବ ପିଢ଼ି କାଶ୍ମୀର ବ୍ରାହ୍ମଣ ଥିଲେ ଏବଂ କୌଲ ଥିଲେ |

   Related Posts