Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଶ୍ଵସ୍ତି: କମୁଛି କରୋନା ପ୍ରଭାବ, ୨୪ ଘଣ୍ଟାରେ ଆରୋଗ୍ୟ ହେଲେ ୮୦୯ ସଂକ୍ରମିତ
  • ||
  • ଡିସେମ୍ବର-ଜାନୁଆରୀ ସମସ୍ତଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ: ଭୁବନେଶ୍ବର ଷ୍ଟେସନ ଓ ଏୟାରପୋର୍ଟରେ କରିପାରିବେ କୋଭିଡ୍‌ ଟେଷ୍ଟ
  • ||
  • ପରୀ ବାପା-ମା’ଙ୍କୁ ଭେଟିଲେ ବିଜେପି ଟିମ୍, ସିବିଆଇ ତଦନ୍ତ ଦାବି
  • ||
  • ରାଉରକେଲା : ଚଳନ୍ତା ଟ୍ରେନ୍‌ର ଟୟଲେଟ୍‌ରେ ନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ୟମ, ଅଭିଯୁକ୍ତ ଯୁବକ ଗିରଫ
  • ||
  • କଟକ : ପୁଣି ଏକ ନକଲି ଘିଅ କମ୍ପାନୀରେ ଚଢାଉ, କୋଟିଏ ଟଙ୍କାର ଅପମିଶ୍ରିତ ସାମଗ୍ରୀ ଜବତ
  • ||
  • ପ୍ରେମ: ସେୟାର ଚାଟ୍‌ରୁ ଆରମ୍ଭ ଫେସବୁକରେ ଶେଷ, ସୋସିଆଲ ମିଡିଆରେ ପ୍ରେମିକାଙ୍କ ଅଶ୍ଲୀଳ ଫଟୋ ପୋଷ୍ଟ କଲେ ପ୍ରେମିକ
  • ||

ମାର୍ଚ୍ଚ ୧୯ ପର୍ଯ୍ୟନ୍ତ କଣ ପାଇଁ ଚାଲିଥିଲା ମାସ୍କ, ଭେଣ୍ଟିଲେଟର ରପ୍ତାନୀ, ପ୍ରଧାନମନ୍ତ୍ରୀ କୁହନ୍ତୁ କାହା ଇସାରାରେ ହେଲା ‘ଅପରାଧିକ ଷଡଯନ୍ତ୍ର’: ରାହୁଲ

23/03/2020 at 4:20 PM

ନୂଆଦିଲ୍ଲୀ ୨୩।୦୩: କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀ କରୋନା ଭୂତାଣୁ ମହାମାରୀର ଏହି  ଘଡିସନ୍ଧୀ ମୁହୂର୍ତ୍ତରେ ଭେଣ୍ଟିଲେଟର ଓ ମାସ୍କର ରପ୍ତାନୀକୁ ନେଇ ମୋଦୀ ସରକାରଙ୍କ ଉପରେ ଶାଣିତ ସ୍ଵରରେ ହମଲା କରିଛନ୍ତି। ସେ ଏକ ନ୍ୟୁଜ୍ ରିପୋର୍ଟ୍‌କୁ ଟୁଇଟ୍ କରି ଲେଖିଛନ୍ତି ଯେ, ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନ ସମସ୍ତ ଦେଶକୁ ଭେଣ୍ଟିଲେଟର ଓ ସର୍ଜିକାଲ ମାସ୍କ ପର୍ଯ୍ୟାପ୍ତ ପରିମାଣରେ ମହଜୁଦ ରଖିବାକୁ କହିଥିଲା। ମାତ୍ର WHO ର ପରାମର୍ଶ ସତ୍ଵେ ବି ଏହି ଜରୁରୀ ଜିନିଷକୁ ମାର୍ଚ୍ଚ ୧୯ ପର୍ଯ୍ୟନ୍ତ ରପ୍ତାନୀ କରିବାକୁ କେନ୍ଦ୍ର ସରକାର କଣ ପାଇଁ ଅନୁମତି ଦେଲେ। ଏହା ଲୋକଙ୍କ ଭାବନା ସହିତ ଖେଳ ହେଉଥିବା କହି ରାହୁଲ ପ୍ରଶ୍ନ କରିଛନ୍ତି ଯେ, ଏହା କାହା ଇସାରାରେ ହୋଇଛି ଏବଂ କଣ ଏହା ଅପରାଧିକ ଷଡଯନ୍ତ୍ର ନୁହେଁ।

କଂଗ୍ରେସର ମୁଖ୍ୟ ମୁଖପାତ୍ର ରଣଦୀପ ସୁରଜେଓ୍ଵାଲା ମଧ୍ୟ ଏହି ଆରୋପକୁ ଦୋହରାଇ ପ୍ରଶ୍ନ କରିଛନ୍ତି ଯେ, କରୋନା ଭୂତାଣୁର ମୁକାବିଲା ପାଇଁ କାମରେ ଆସୁଥିବା ସାମଗ୍ରୀକୁ ରପ୍ତାନୀ ପାଇଁ କେମିତି ଅନୁମତି ଦିଆଗଲା। ସେ କହିଛନ୍ତି ଯେ, ସବୁ ପ୍ରକାରର ମାସ୍କ, ଭେଣ୍ଟିଲେଟର ଓ ମାସ୍କ ପ୍ରସ୍ତୁତିରେ କାମରେ ଆସୁଥିବା ରେକ୍ସଟାଇଲ ଉପକରଣକୁ ମାର୍ଚ୍ଚ ୧୯ ପର୍ଯ୍ୟନ୍ତ ରପ୍ତାନୀ କରିବାର ଅନୁମତି ଦିଆଯାଇଛି। ସୁରଜେଓ୍ଵାଲା ଟୁଇଟ୍ କରି ଏହା ମଧ୍ୟ ଲେଖିଛନ୍ତି ଯେ, ଏହି ସବୁ ଜରୁରୀ ଜିନିଷର ରପ୍ତାନୀ ଲାଗି ଅନୁମତି ଦେବା ଅପରାଧିକ ଷଡଯନ୍ତ୍ର।

କଂଗ୍ରେସ ମୁଖପାତ୍ର ଟୁଇଟରେ ସରକାରଙ୍କ ପକ୍ଷରୁ ମାର୍ଚ୍ଚ ୧୯ରେ ଜାରି ଏକ ବିଜ୍ଞପ୍ତିକୁ ମଧ୍ୟ ସେୟାର କରିଛି, ଯେଉଁଥିରେ ମାସ୍କ, ଭେଣ୍ଟିଲେଟର ଓ ମାସ୍କ ପ୍ରସ୍ତୁତି ଲାଗି କଞ୍ଚା ମାଲର ରପ୍ତାନୀକୁ ପ୍ରତିବନ୍ଧିତ କରିଥିଲା।

ଉଲ୍ଲେଖଯୋଗ୍ୟ, ଭାରତରେ କରୋନା ଭୂତାଣୁର ପ୍ରକୋପ ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି। ଦେଶର ଅର୍ଦ୍ଧେକ ଜନସଂଖ୍ୟା ସଂପ୍ରତି ଲକଡାଉନରେ ଅଛନ୍ତି। ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୪୧୫ରେ ପହଞ୍ଚିଥିବା ବେଳେ ସାତ ଜଣଙ୍କ ମୃତ୍ୟୁ ଘଟିଛି।

   Related Posts