ଟ୍ରମ୍ପଙ୍କ ଧମକ ଶୁଣି ରାଗିଗଲେ ନେତା: ସମାଲୋଚନା କଲେ ରାହୁଲ, ଥରୁର ଓ ୟେଚୁରି

Published By : Prameya-News7 Bureau | April 07, 2020 IST

ନୂଆଦିଲ୍ଲୀ ୦୭/୦୪ : କରୋନା ଭାଇରସ ଯୋଗୁଁ ସାରା ଦୁନିଆ ଚିନ୍ତିତ ଅଛି | ଚୀନ ଓ ଇଟାଲୀ ପରେ ବର୍ତ୍ତମାନ ଆମେରିକାରେ କରୋନା ତାରା ତାଣ୍ଡବ ରଚି ଚାଲିଛି | କରୋନା ପାଇଁ ବର୍ତ୍ତମାନ ଆମେରିକା ସବୁଠାରୁ ଅଧିକ ପ୍ରଭାବିତ ହୋଇଛି | ଏତିକିବେଳେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ଭାରତକୁ ହାଇଡ୍ରୋକ୍ଲୋରୋକ୍ୱିନ ଔଷଧ ଦାବି କରିଛି | ଆବଶ୍ୟକ ମୁତାବକ ଔଷଧ ନଦେଲେ ଭାରତ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରେ ବୋଲି ସେ ଧମକପୂର୍ଣ ସ୍ୱରରେ କହିଥିଲେ | କିଛି ଦିନ ପୂର୍ବରୁ ଭାରତ ସହ ନିବିଡ ସମ୍ପର୍କ ଥିବା ଦର୍ଶାଉଥିବା ଟ୍ରମ୍ପଙ୍କ ଏହି ଅନ୍ଦାଜ ବିରୋଧୀ ନେତାଙ୍କୁ ପସନ୍ଦ ଆସିଲାନି |

ଏନେଇ ବିରୋଧୀ ନିଜ ନିଜ ମନ୍ତବ୍ୟ ପ୍ରକାଶ କରିଛନ୍ତି | ବିରୋଧୀ ଦଳ ନେତା ସୋସିଆଲ ମିଡ଼ିଆରେ ଜରିଆରେ ନିଜ କ୍ରୋଧ ପ୍ରକାଶ କରିଛନ୍ତି | କଂଗ୍ରେସ ନେତା ଶଶୀ ଥରୁର ଟ୍ରମ୍ପକୁ ଆକ୍ଷେପ କରି ଟ୍ୱିଟ କରିଛନ୍ତି | ସେ ଟ୍ୱିଟ କରି କହିଛନ୍ତି, "ଦଶକ ଧରି ରାଜନୀତିରେ ଥାଇ ମୁଁ କୌଣସି ରାଷ୍ଟ୍ର ମୁଖ୍ୟଙ୍କୁ ଏହିପରି ଅନ୍ୟ ଦେଶକୁ ଧମକ ଦେଉଥିବା କେବେ ଦେଖିନଥିଲି | ରାଷ୍ଟ୍ରପତି ମହୋଦୟ ଭାରତକୁ ହାଇଡ୍ରୋକ୍ଲୋରୋକ୍ୱିନ ଔଷଧ ପାଇଁ ଏମିତି କିଭଳି ଧମକ ଦେଇପାରିଲେ ? ଯେତେବେଳେ ଭାରତ ଔଷଧ ଯୋଗାଇବା ଚାହିଁବ ସେତେବେଳେ ସେ ଆମେରିକାକୁ ଔଷଧ ବିକ୍ରୀକରିବ | 

ଥରୁରଙ୍କ ଛଡା କଂଗ୍ରେସ ନେତା ତଥା ପୂର୍ବତ୍ତନ ରାଷ୍ଟ୍ରୀୟ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ମଧ୍ୟ ଏହାକୁ ପ୍ରତିଶୋଧର ଭାବନା ବୋଲି ଦର୍ଶାଇଛନ୍ତି | ସେ କହିଛନ୍ତି ବର୍ତ୍ତମାନ ଭାରତ ନିଜେ ଦେଶବାସୀଙ୍କ ପାଇଁ ଯଥେଷ୍ଟ ଔଷଧ ସଞ୍ଚିତ କରି ରଖିବା ଆବଶ୍ୟକ | ସେ ଟ୍ୱିଟ କରି କହିଛନ୍ତି ଯେ, "ମିତ୍ରରେ ପ୍ରତିଶୋଧର ଭାବନା ? ଭାରତକୁ ସମସ୍ତ ଦେଶର ସେବା ପାଇଁ ପ୍ରସ୍ତୁତ ହେବା ଦରକାର | କିନ୍ତୁ ସବୁଠାରୁ ପ୍ରଥମେ ଭାରତକୁ ନିଜ ଦେଶବାସୀଙ୍କ ପାଇଁ ଔଷଧ, ଅନ୍ୟାନ୍ୟ ସ୍ୱାସ୍ଥ୍ୟ ଉପକରଣ ଦେଶର କୋଣ ଅନୁକୋଣରେ ପହଞ୍ଚାଇବା ଦରକାର |"

ସିପିଆଇ ନେତା ସୀତାରାମ ୟେଚୁରି ମଧ୍ୟ ଟ୍ରମ୍ପଙ୍କ ଏହି ଧମକକୁ ନେଇ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି | ଏଇ ବାହାନାରେ ସେ ମୋଦି ସରକାରଙ୍କୁ ମଧ୍ୟ ଟାର୍ଗେଟ କରିଛନ୍ତି | ସେ କହିଛନ୍ତି ଯେ, ମୋଦି ଟ୍ରମ୍ପଙ୍କ ପାଇଁ ଏକ ମହଙ୍ଗା କାର୍ଯ୍ୟକ୍ରମ ଆୟୋଜନ କରିଥିବା ଯୋଗୁଁ ଏସବୁ ହୋଇଛି |  

ସେ କହିଛନ୍ତି ଯେ, "ଆମେରିକା ରାଷ୍ଟ୍ରପତିଙ୍କ ବୟାନ ଅମାନ୍ୟ ଅଟେ | କିନ୍ତୁ ମୋଦି ସରକାର ଏହି ଧମକ ଆଗରେ ମୁଣ୍ଡ ନୁଆଇଁ ଏକ୍ସପର୍ଟ ଜାରି କରିଛନ୍ତି | ମୋଦି ଟ୍ରମ୍ପଙ୍କ ପାଇଁ ଏକ ମହଙ୍ଗା କାର୍ଯ୍ୟକ୍ରମ ଆୟୋଜନ କରିଥିଲେ | କରୋନା ବିପଦ ସମୟରେ ଆବଶ୍ୟକୀୟ ପ୍ରସ୍ତୁତି ବଦଳରେ ଆମେରିକା ସରକାର ଭାରତ ସରକାରଙ୍କୁ ଅପମାନ କରୁଛନ୍ତି |"

ରାଜ୍ୟସଭା ସାଂସଦ ତଥା ଆମ ଆଦମୀ ପାର୍ଟି ନେତା ସଞ୍ଜୟ ସିଂହ କହିଛନ୍ତି ଯେ, "ଟ୍ରମ୍ପଙ୍କୁ ଏହି ଧମକର ଜବାବ ଦିଆଯିବ ଉଚିତ | ଟ୍ରମ୍ପ ୧୩୫ ଦେଶବାସୀଙ୍କୁ ଧମକ ଦେଇଛନ୍ତି | ଦେଶବାସୀଙ୍କ ଏକତାକୁ ଧମକ ଦେଇଛନ୍ତି | ମୋଦିଙ୍କୁ ଏହି ଧମକର ଜବାବ ଦେବା ଉଚିତ | କିନ୍ତୁ ଭାରତ ସରକାର ଧମକକୁ ଡରି ଆମେରିକାକୁ ଔଷଧ ଦେବା ପାଇଁ ରାଜି ହୋଇଗଲେ | ଦେଶ ନିଜେ ସଙ୍କଟରେ ଅଛି ମୋଦି ଜି, ପ୍ରଥମେ ଦେଶକୁ ରକ୍ଷା କରନ୍ତୁ |"

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.