Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଫେବୃଆରୀ ପାଇଁ କୋଭିଡ୍ ଗାଇଡ୍ଲାଇନ୍: ଏବେ ସିନେମା ହଲ୍ରେ ବସି ପାରିବେ ୫୦%ରୁ ଅଧିକ ଦର୍ଶକ, ସଭିଙ୍କ ପାଇଁ ଖୋଲିଲା ସ୍ଵିମିଂ ପୁଲ୍
  • ||
  • ଜାମିନ ସତ୍ତ୍ଵେ ଜେଲ୍‌ରେ ରହିବେ ପାଠକ ବାପ-ପୁଅ
  • ||
  • ପାଠକ ବାପ-ପୁଅଙ୍କୁ ମିଳିଲା ଜାମିନ‌
  • ||
  • ବିସିସିଆଇର ଘୋଷଣା-ଫେବୃଆରୀ ୧୮ରେ ଚେନ୍ନାଇରେ ହେବ ଆଇପିଏଲ ୨୦୨୧ ପାଇଁ ଖେଳାଳିଙ୍କ ନିଲାମୀ
  • ||
  • ଭୁବନେଶ୍ବର : ‘ପରୀକ୍ଷା ଦର୍ପଣ’ ପୁସ୍ତକ ଉନ୍ମୋଚିତ, ମାଟ୍ରିକ୍ ପରୀକ୍ଷାର୍ଥୀ ହେବେ ଉପକୃତ
  • ||
  • ଜି.ଉଦୟଗିରି : ବାଇକ୍-ଅଟୋ ମୁହାଁମୁହିଁ ଧକ୍କା : ଜଣେ ମୃତ, ତିନି ଗୁରୁତର
  • ||

କଂଗ୍ରେସ କାର୍ଯ୍ୟକାରିଣୀ କମିଟିରେ ଉଠିଲା ଦାବି: ରାହୁଲଙ୍କୁ କରାଯାଉ ସଭାପତି, ସମର୍ଥନ କଲା ୟୁଥ୍ କଂଗ୍ରେସ

23/06/2020 at 7:21 PM

ନୂଆଦିଲ୍ଲୀ ୨୩।୦୬: କଂଗ୍ରେସ ପାର୍ଟିରେ  ପୁଣି ଥରେ ରାହୁଲ ଗାନ୍ଧୀଙ୍କୁ ସଭାପତି କରିବା ନେଇ ଦାବି ଉଠିଛି। ରାଜସ୍ଥାନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଅଶୋକ ଗେହଲଟ କଂଗ୍ରେସ କାର୍ଯ୍ୟକାରିଣୀ ବୈଠକରେ ରାହୁଲଙ୍କୁ ସଭାପତି କରାଯାଉ ବୋଲି କହିଛନ୍ତି। ସୂତ୍ର ଅନୁଯାୟୀ ଅଶୋକ ଗେହଲଟଙ୍କ ଏହି ଦାବିକୁ ଯୁବ କଂଗ୍ରେସର ସଭାପତି ଶ୍ରୀନିବାସ ବି.ଭି ମଧ୍ୟ ସମର୍ଥନ କରିଛନ୍ତି। ସେ କହିଛନ୍ତି, କଂଗ୍ରେସ ପାର୍ଟିକୁ ଏକ ଭର୍ଚୁଆଲ ମିଟିଂ ଡକାଇବା ଉଚିତ୍ ଓ ରାହୁଲ ଗାନ୍ଧୀଙ୍କୁ ଅଧ୍ୟକ୍ଷ କରାଇବା ଉଚିତ୍।

ଉଲ୍ଲେଖନୀୟ ରାହୁଲ ଗାନ୍ଧୀ ୨୦୧୭ରେ କଂଗ୍ରେସ ପାର୍ଟିର ସଭାପତି ହୋଇଥିଲେ। ଲୋକସଭା ନିର୍ବାଚନରେ କଂଗ୍ରେସର ଶୋଚନୀୟ ପରାଜୟରେ ନିଜକୁ ଦାୟୀ କରି ନିଜ ପଦର ଇସ୍ତଫା ଦେଇଥିଲେ।

କଂଗ୍ରେସ କାର୍ଯ୍ୟକାରିଣୀ କମିଟି ବୈଠକରେ କରୋନା, ତୈଳ ଦର ଓ ଚୀନ ସହିତ ସୀମା ବିବାଦରେ ଜାରି ଉତ୍ତେଜନାକୁ ନେଇ କେନ୍ଦ୍ର ସରକାରଙ୍କ ବିରୋଧରେ ପ୍ରସ୍ତାବ ପାରିତ  ହୋଇଛି। ବୈଠକର ସୂଚନା ଦେଇ କଂଗ୍ରେସ ମୁଖପାତ୍ର ରଣଦୀପ ସୁରଜେଓ୍ଵାଲା କହିଛନ୍ତି, ଏହି ବିଶେଷ ବୈଠକରେ ୩ଟି ପ୍ରସ୍ତାବ ପାରିତ ହୋଇଛି। କଂଗ୍ରେସ କାର୍ଯ୍ୟକାରୀ କମିଟି ୧୭ ଦିନ ଧରି ସରକାରଙ୍କ ଦ୍ଵାରା ବଢାଯାଉଥିବା ତୈଳ ଦର ନେଇ ଗଭୀର ଚିନ୍ତା ପ୍ରକାଶ କରିଛି। କଂଗ୍ରେସ ମନେ ପକାଇ ଦେଇଛି ଯେ, ଗତ ୬ ବର୍ଷରେ ୧୨ ଥର ଉତ୍ପାଦ ଶୁଳ୍କ ବୃଦ୍ଧି କରି ମୋଦୀ ସରକାର ୧୮ ଲକ୍ଷ କୋଟି ଟଙ୍କା ଆୟ କରି ସାରିଛନ୍ତି।

ସୁରେଜଓ୍ଵାଲା କହିଛନ୍ତି, ସିଡବ୍ଲ୍ୟୁସି ୧୮ ଲକ୍ଷ କୋଟି ଟଙ୍କାକୁ  ସଙ୍କଟର ଏହି ଘଡିରେ ଦେଶର ଜନତାଙ୍କ ଲାଗି କଣ ପାଇଁ ବ୍ୟବହାର କରାଯାଉ ନାହିଁ ବୋଲି ପ୍ରଶ୍ନ କରିଛି। ୧୭ ଦିନରୁ କ୍ରମାଗତ ତୈଳ ଦର ବୃଦ୍ଧି, ମେ ୫ରେ ପେଟ୍ରୋଲ-ଡିଜେଲ୍‌ ଉପରେ କ୍ରମଶଃ ୧୦ ଓ ୧୩ ପଇସା ଲିଟର ପ୍ରତି ଉତ୍ପାଦ ଶୁଳ୍କ ବୃଦ୍ଧି କରାଯିବା ସରକାରଙ୍କ ଦୁର୍ଭାବନାକୁ ଦର୍ଶାଉଛି ବୋଲି ସୁରଜେଓ୍ଵାଲା କହିଛନ୍ତି। ଏହା ସହିତ ବୈଠକରେ ମନରେଗା କାର୍ଯ୍ୟ ଦିବସ ବଢାଯାଇ ୨୦୦ ଦିନ କରାଯିବା ଉପରେ ଆଲୋଚନା କରାଯାଇଛି।  

   Related Posts